Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ବାଚନ ଆୟୋଗ

Jitendra Dash
Browse all articles by Jitendra Dash
·2 years ago
ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ବାଚନ ଆୟୋଗ

ଅର୍ଗସ ବ୍ୟୁରୋ : ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଥି ପାଇଁ ପ୍ରସ୍ତୁତ ନିର୍ବାଚନ ଆୟୋଗ । ନିର୍ବାଚନ ପୂର୍ବରୁ ଦେଶର ରାଜନୈତକ ଦଳ ଗୁଡିକ ପାଇଁ କଡ଼ା ନିୟମ ଆଣିଛନ୍ତି ନିର୍ବାଚନ ଆୟୋଗ । ଏଣିକି ରାଲି କିମ୍ବା ନିର୍ବାଚନ ପ୍ରଚାରରେ ସାମିଲ ହେବେନି ଛୋଟ ପିଲା କିମ୍ବା ନାବାଳକ । 

ଅଧିକ ପଢନ୍ତୁ ଭାରତ ଖବର

ନିର୍ବାଚନୀ ପ୍ରଚାର, ପୋଷ୍ଟର ମାରିବା, ନିର୍ବାଚନୀ ନାରା ଦେବା ଭଳି କାମରେ ରାଜନୈତିକ ଦଳମାନ ଛୋଟ ପିଲାଙ୍କୁ ସମ୍ପୃକ୍ତ କରିପାରିବେ ନାହିଁ ବୋଲି ସଫା ସଫା କହିଛନ୍ତି ଆୟୋଗ । ଯଦି କୌଣସି ଦଳ ନିୟମ ଉଲ୍ଲଘଂନ କରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଳଶ୍ରମ ଆଇନ ଜରିଆରେ ରାଜନୈତିକ ଦଳମାନଙ୍କୁ ଏଥିପାଇଁ ଦଣ୍ଡବିଧାନ କରାଯିବ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସରଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Commission prepared for general elections | Argus News