Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍‌, ଆରମ୍ଭ ହେଲା ଭୋଟ୍‌ ଗଣତି...ଜାଣନ୍ତୁ ବେଙ୍ଗଲରେ କିଏ ରହିଛି ଆଗୁଆ

National

Election Counting 2026 / ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍‌, ଆରମ୍ଭ ହେଲା ଭୋଟ୍‌ ଗଣତି...ଜାଣନ୍ତୁ ବେଙ୍ଗଲରେ କିଏ ରହିଛି ଆଗୁଆ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଖୋଲିଲା ଷ୍ଟ୍ରଙ୍ଗ୍ ରୁମ୍‌, ଆରମ୍ଭ ହେଲା ଭୋଟ୍‌ ଗଣତି...ଜାଣନ୍ତୁ ବେଙ୍ଗଲରେ କିଏ ରହିଛି ଆଗୁଆ
Counting Start

Key Points

ଭୋଟ୍‌ ଗଣତି ଆରମ୍ଭ
ପ୍ରଥମ ରାଉଣ୍ଡରେ କିଏ ଆଗରେ ?
ଆରମ୍ଭରୁ ହିଁ ହାଇ ଭୋଲ୍ଟେଜ୍ ଫାଇଟ୍ !
ଆରମ୍ଭ ହେଲା ଭୋଟ୍‌ ଗଣତି । ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପ୍ରଥମେ ଷ୍ଟ୍ରଙ୍ଗ୍‌ରୁମ୍‌ ଖୋଲିବା ପରେ ସକାଳ ୮ଟାରୁ ବିଧିବଦ୍ଧ ଭାବେ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେଉଛି । ପୋଷ୍ଟାଲ ବାଲାଟ୍‌ ଗଣତି ଶେଷ ହେବା ପରେ ଖୋଲିବ ଇଭିଏମ୍‌ । ସେପଟେ କେଉଁ ରାଜ୍ୟରେ କେଉଁ ସରକାର ଆସିବ ତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ଦେଖାଦେଇଛି ।

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ମୋଟ ୮୨୪ଟି ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଥର ପଶ୍ଚିମବଙ୍ଗରେ ସର୍ବାଧିକ ୯୨% ରୁ ଅଧିକ ମତଦାନ ହୋଇଛି । ସେହିପରି ଆସାମରେ ୮୫.୩୮%, ତାମିଲନାଡୁରେ ୮୪.୬୯%, କେରଳରେ ୭୯.୬୩% ଓ ପୁଡୁଚେରୀରେ ୮୯.୮୭% ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

କ'ଣ କହୁଛି ଏକଜିଟ୍ ପୋଲ୍ ?

ତାମିଲନାଡୁର ମୋଟ ୨୩୪ ଆସନରେ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ହୋଇଥିଲା । ଏକଜିଟ୍ ପୋଲ୍ ଅନୁଯାୟୀ DMK+ ମେଣ୍ଟ ୧୩୧-୧୪୬ ଆସନ ସହ ପୁନର୍ବାର ସରକାର ଗଠନ କରିପାରେ । ସେହିପରି AIADMK+ ୫୬-୭୨ ଏବଂ ନୂତନ ଦଳ TVK ୨୨-୨୬ ଆସନ ପାଇବା ନେଇ ପୂର୍ବାନୁମାନ କରାଯାଉଛି ।


କେରଳର ମୋଟ ୧୪୦ ଆସନରେ ମତଦାନ ହୋଇଛି । ଏଠାରେ କଡ଼ା ମୁକାବିଲା ହେବାର ସମ୍ଭାବନା ଅଛି । କିଛି ଏକଜିଟ୍ ପୋଲ୍ ଅନୁଯାୟୀ INC+ (UDF) ୭୪-୮୨ ଆସନ ସହ ଆଗରେ ଥିବାବେଳେ, ଅନ୍ୟ କିଛି ପୋଲ୍ LDFକୁ ସାମାନ୍ୟ ସୁବିଧା ମିଳିପାରେ ବୋଲି ଦର୍ଶାଇଛନ୍ତି ।

ଆସାମରେ ୧୨୬ ଆସନରେ ଭୋଟ ଗ୍ରହଣ ହୋଇଥିଲା । BJP+ ମେଣ୍ଟ ୮୫-୯୫ରୁ ଅଧିକ ଆସନ ପାଇ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ । INC+ ୨୫-୩୨ ଆସନ ମଧ୍ୟରେ ସୀମିତ ରହିପାରେ ।

ସେହିପରି ପୁଡୁଚେରୀର ୩୦ ଆସନରେ ମତଦାନ ହୋଇଥିଲ। BJP+ (NDA) ମେଣ୍ଟ ୧୭-୨୩ ଆସନ ପାଇ ପୁଣି ସରକାର ଗଠନ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ପଶ୍ଚିମବଙ୍ଗରୁ ହଟିପାରନ୍ତି ଦିଦି !

ପଶ୍ଚିମବଙ୍ଗରେ ୨୯୩ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ମତଦାନ ବିଶ୍ଳେଷକଙ୍କୁ ଚକିତ କରିଛି । ଏଠାରେ ବିଜେପି TMC ଗଡ଼କୁ ଭାଙ୍ଗିବାରେ ସଫଳ ହୋଇଥିବା ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଛନ୍ତି । ୬ଟି ମୁଖ୍ୟ ଏକ୍‌ଜିଟ ପୋଲ୍ ମଧ୍ୟରୁ ୪ଟି ବିଜେପିର ବହୁମତ ଆକଳନ କରିଛନ୍ତି । ମାଟ୍ରିଜ୍‌ ୧୪୬ରୁ ୧୬୧ ଆସନ ଏବଂ ପି ମାର୍କ ୧୫୦ରୁ ୧୭୫ ଆସନ ବିଜେପିକୁ ମିଳିବା ନେଇ ଆକଳନ କରିଛନ୍ତି । ବିଜେପି ମ୍ୟାଜିକ୍ ନମ୍ବର ୧୪୮ ଅତିକ୍ରମ କରିବ ବୋଲି ଦର୍ଶାଇଛନ୍ତି । ସେହିପରି ପ୍ରଜାପୋଲ ମଧ୍ୟ ବିଜେପିକୁ ୧୭୮ ରୁ ୨୦୮ ଆସନ ଏବଂ ପୋଲ ଡାଏରୀ ୧୪୨ ରୁ ୧୭୧ ଆସନ ମିଳିବା ନେଇ ପୂର୍ବାନୁମାନ କରିଛନ୍ତି । ତେବେ ପିପୁଲ୍ସ ପଲ୍ସ ଟିଏମ୍‌ସିକୁ ୧୭୭-୧୮୭ ଆସନ ଦେଇ ମମତା ବାନାର୍ଜୀଙ୍କ ପ୍ରତ୍ୟାବର୍ତ୍ତନର ସୂଚନା ଦେଇଛି। ରାଜ୍ୟରେ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ବୋଲି ଆକଳନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong Room Opened, Counting Starts: Who is Leading in West Bengal ? | Argus News