Election Help Desk / ସବୁ ଜିଲ୍ଲାରେ ଖୋଲିବ ଇଲେକ୍ସନ୍ ହେଲ୍ପ ଡେସ୍କ, ଭୋଟର ତାଲିକାରେ ନାମ ଯୋଡ଼ା, ସଂଶୋଧନ ଓ ବିଲୋପ ସମ୍ବନ୍ଧୀୟ ସୂଚନା ମିଳିବ
·11 hours ago·2 min read

Key Points
ଭୋଟରଙ୍କ ପାଇଁ ବଡ଼ ପଦକ୍ଷେପ
ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବ ଇଲେକ୍ସନ ହେଲ୍ପ ଡେସ୍କ
ଭୋଟର ତାଲିକାରେ ନାମ ଯୋଡ଼ା, ସଂଶୋଧନ ସହାୟତା ପାଇବେ
ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି

ଭୁବନେଶ୍ବର,୨୨/୦୫: ଚଳିତ ମାସ ୩୦ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି SIR ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲିବ । ଏ ସଂପର୍କରେ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ସେଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ।
ବିଶେଷ କରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ।ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ମଇ ୨୫ ମଧ୍ୟରେ ହେଲ୍ପଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିହାର ପରେ ସାରା ଦେଶରେ ହେବ ସ୍ବତନ୍ତ୍ର ସଂଶୋଧନ । ତେବେ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ସ୍ପେଶାଲ ଇଣ୍ଟେନସିଭ ରିଭିଜନ । ଘରକୁ ଘର ବୁଲିବେ BLO । ସିଧାସଳଖ ଯାଞ୍ଚ ହେବେ ୩.୩୪ କୋଟି ଭୋଟର । ଭୋଟର ତାଲିକାକୁ ଅପଡେଟ୍ ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩୮ ହଜାର ୧୨୩ ଜଣ ବୁଥ୍ ଲେଭଲ ଅଫିସର- BLO ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ । ସେମାନଙ୍କୁ ସହାୟତା କରିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୮୩୯୧ ବୁଥ୍ ଲେଭଲ ଏଜେଣ୍ଟ- BLA ନିୟୋଜିତ ହେବେ । ଭୋଟର ତାଲିକାର ସଠିକତା ନିଶ୍ଚିତ କରିବା ଏହା ଲକ୍ଷ୍ୟ ରହିଛି ।
ପଢନ୍ତୁ ଏହି ଖବର: SIRରେ ଓଡ଼ିଶାରେ କଟିପାରନ୍ତି ୧୭ ଲକ୍ଷ ଭୋଟର
ମେ’ ୨୦ରୁ ଆରମ୍ଭ ହୋଇଥିବା ତାଲିମ ଓ ପ୍ରସ୍ତୁତି ମେ’ ୨୯ ଯାଏ ଚାଲିବ । ମେ’ ୩୦ରୁ ଜୁନ ୨୮ ଯାଏ ଘରକୁ ଘର ବୁଲି ଯାଞ୍ଚ କରାଯିବ । ଜାନୁଆରୀ ୭ରେ ବାହାରିବ ଫାଇନାଲ ଭେରିଫିକେସନ । ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଜୁଲାଇ ୫ରୁ ଅଗଷ୍ଟ ୪ ଯାଏ ଅଭିଯୋଗ ଓ ସଂଶୋଧନ ପାଇଁ ଆବେଦନ କରାଯିବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
କେବଳ ଓଡ଼ିଶା ନୁହେଁ ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟରେ SIR ବାସ୍ପେଶାଲ ଇଣ୍ଟେନସିଭ ରିଭିଜନ କରାଯାଉଛି । ଏହାର ମୁଖ୍ୟ ଲକ୍ଷ୍ୟ ଭୋଟର ତାଲିକାରୁ ମୃତ ବ୍ୟକ୍ତି ବା ସ୍ଥାନାନ୍ତରିତ ଭୋଟରଙ୍କ ନାଁ ହଟାଇବା ଓ ନୂଆ ଭୋଟରଙ୍କ ସଠିକ ତଥ୍ୟ ଯୋଡି ନିର୍ଭୁଲ ତାଲିକା ପ୍ରକାଶ କରିବା । ଯେଉଁ ଯୋଗ୍ୟ ନାଗରିକଙ୍କ ୧୮ ବର୍ଷ ବୟସ ହୋଇଛି ସେମାନଙ୍କ ନାଁ ନୂଆ ଭାବେ ଯୋଡା ଯିବ । ରାଜ୍ୟରେ ବୁଥ ସଂଖ୍ୟା ବଢିବ । ୩୮ ହଜାରରୁ ୪୫ ହଜାରକୁ ବଢିବ । ଭୋଟର ତାଲିକାରେ ଡବଲ ସିରିଏଲ ନଂ ଥିବା ୭ହଜାରଙ୍କୁ ବାଦ୍ ଦିଆଯାଇଛି । ପୂର୍ବରୁ ବିହାର ସମେତ ଅନ୍ୟ ରାଜ୍ୟରେ SIR ସମୟରେ କିଛିଟା ତ୍ରୁଟି ଦେଖିବାକୁ ମିଳିଥିଲା । ବହୁ ରାଜନୈତିକ ଦଳ ଏହାକୁ ନେଇ ପ୍ରତିବାଦ କରିଥିଲେ । ତେଣୁ ଓଡ଼ିଶାରେ SIR କେତେ ନିରପେକ୍ଷ ହେବ ତାହା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories