Odisha SIR voter list / SIRରେ ଓଡ଼ିଶାରେ କଟିପାରନ୍ତି ୧୭ ଲକ୍ଷ ଭୋଟର
·3 months ago·1 min read

Key Points
SIRରେ ଓଡ଼ିଶାରେ କଟିପାରନ୍ତି ୧୭ ଲକ୍ଷ ଭୋଟର
ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା
ଏବେ ସୁଦ୍ଧା ସରିଲାଣି ପ୍ରାୟ ୭୫ ପ୍ରତିଶତ ଭୋଟରଙ୍କ ମ୍ୟାପିଂ

ସ୍ପେଶାଲ ଇଣ୍ଚେନସିଭ୍ ରିଭିଜନ୍ ବା SIR ଅନ୍ତର୍ଗତ ଓଡ଼ିଶାରେ କଟିପାରନ୍ତି ୧୭ ଲକ୍ଷ ଭୋଟର । ଅର୍ଗସ ନ୍ୟୁଜ୍କୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୫ ପ୍ରତିଶତ ଭୋଟରଙ୍କର ମ୍ୟାପିଂ ଶେଷ ହେଲାଣି । ରାଜ୍ୟର ପ୍ରାୟ ୯୫ ପ୍ରତିଶତ ଭୋଟର SIRରେ ଯୋଗ୍ୟ ବିବେଚିତ ହେବାର ସମ୍ଭାବନା ରହିଛି ।
ବାକି ଯେଉଁ ୫ ପ୍ରତିଶତ ରହିଲେ ସେମାନଙ୍କୁ ଭୋଟର ଲିଷ୍ଟରେ ନିଜ ନାମ ରଖିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ପ୍ରମାଣପତ୍ର ଦେଇନପାରିଲେ ସେମାନଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯିବ । ଯାହର ସଂଖ୍ୟା ପ୍ରାୟ ୧୭ ଲକ୍ଷ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । କାରଣ ୨୦୨୫ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ପ୍ରାୟ ୩ କୋଟି ୪୦ ଲକ୍ଷ ଭୋଟର ଅଛନ୍ତି ।
ସେହିପରି ରାଜନୈତିକ ଦଳ ଗୁଡ଼ିକୁ SIRରେ ସହଯୋଗ ପାଇଁ ବୁଥ୍ ଲେଭଲ ଏଜେଣ୍ଟ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ସବୁ ଦଳ ମିଶି ମାତ୍ର ୯ ହଜାର ଏଜେଣ୍ଟ ହିଁ ଦେଇପାରିଛନ୍ତି । ଯେତେବେଳେ କି ରାଜ୍ୟରେ ମୋଟ୍ ବୁଥ ସଂଖ୍ୟା ରହିଛି ୪୫ ହଜାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories