PF Withdrawal Rules / କର୍ମଚାରୀଙ୍କ ପାଇଁ ଖୁସି ଖବର, UPI ଜରିଆରେ ଉଠାଇ ପାରିବେ ଟଙ୍କା !
·28 mins ago·1 min read

Key Points
କର୍ମଚାରୀଙ୍କ ପାଇଁ ଖୁସି ଖବର
UPI ଜରିଆରେ ଉଠାଇ ପାରିବେ ଟଙ୍କା !
ଡିସେମ୍ବର ଶେଷ ସୁଦ୍ଧା ଏହି ସୁବିଧା ଆରମ୍ଭ କରିପାରେ EPFO

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ଲକ୍ଷ ଲକ୍ଷ ସଦସ୍ୟଙ୍କ ପାଇଁ ଏକ ଖୁସି ଖବର। ଏଣିକି ୟୁପିଆଇ ଜରିଆରେ ଉଠାଇପାରିବେ ପିଏଫ୍ ଟଙ୍କା। ଡିସେମ୍ବର ଶେଷ ସୁଦ୍ଧା ଏହି ନୂଆ ସୁବିଧା ଆରମ୍ଭ କରିପାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ୍ଓ। ଏହା ଲାଗୁ ହେବା ପରେ ହିତାଧିକାରୀମାନେ ଭିମ୍ ଆପ୍ ଜରିଆରେ ସିଧାସଳଖ ନିଜର ଉଠାଣ ଯୋଗ୍ୟ ପିଏଫ୍ ଟଙ୍କା କାଢ଼ିପାରିବେ।
ଏହି ସେବାର ପରୀକ୍ଷଣ ଶେଷ ହୋଇଛି। ଏଥିସହ ସମସ୍ତ ବୈଷୟିକ ସମସ୍ୟାର ସମାଧାନ କରାଯାଇଛି। ନୂଆ ସୁବିଧା ଆରମ୍ଭ ହେବା ପରେ ପିଏଫ୍ ହିତାଧିକାରୀଙ୍କୁ ଟଙ୍କା ଉଠାଣ ପାଇଁ ଜଟିଳ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ। ଭିମ୍ ଆପ୍ ଜରିଆରେ ଉଠାଣ ଯୋଗ୍ୟ ବାଲାନ୍ସ ଜାଣିବା ସହ ପିଏଫ୍ ଟଙ୍କା ଉଠାଇବାର ସୁବିଧା ମିଳିବ। ଏହା ଇପିଏଫ୍ଓର ବଡ଼ ଟେକ୍ନୋଲୋଜି ଅପ୍ଗ୍ରେଡ୍ ଯୋଜନା 'ଇପିଏଫ୍ଓ ୩.୦'ର ଏକ ଅଂଶ। ୨୦୨୭ ଫେବ୍ରୁଆରୀରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି।
ପଢନ୍ତୁ ଏହି ଖବର: ପୋଷ୍ଟ ଅଫିସ୍ ସ୍କିମ୍ରେ ଟଙ୍କା ନିବେଶ କଲେ ମିଳିବ ୫.୧୭ ଲକ୍ଷ ଟଙ୍କାରୁ ଅଧିକ ସୁଧ, ଜାଣନ୍ତୁ କେମିତି
ନୂଆ ବ୍ୟବସ୍ଥା ଲାଗୁ ହେଲେ ପିଏଫ୍ ସଦସ୍ୟମାନେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ସଞ୍ଚୟକୁ ସହଜ କରିପାରିବେ। ଏହା କାଗଜପତ୍ର କାମ ହ୍ରାସ କରିବ ଏବଂ ଦାବି ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ କରିବ। EPFO 3.0 ଅଧୀନରେ UPI ବ୍ୟବହାର କରି PF ପାଣ୍ଠିକୁ ଏକ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ତା’ପରେ ଏକ ATM ରୁ ତୁରନ୍ତ ଉଠାଯାଇପାରିବେ। ଏହାଦ୍ୱାରା ପିଏଫ୍ ସେବା ଅଧିକ ସହଜ ଓ ଡିଜିଟାଲ୍ ହେବା ସହ ହିତାଧିକାରୀଙ୍କ ସମୟ ବଞ୍ଚିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories