Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡ଼ ବସ୍ତରରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଛତିଶଗଡ଼ ବସ୍ତରରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ

ଅର୍ଗସ ବ୍ୟୁରୋ : ଛତିଶଗଡ଼ ବସ୍ତରରେ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ବସ୍ତର ଜିଲ୍ଲାର ତୁମ ନାର୍, ପିଡ଼ିଆ, ତାମୋଡ଼ିର ପାଖାପାଖି ଜଙ୍ଗଲ ଅଞ୍ଚଳରେ ଲାଲ ବାହିନୀର ଦରଭା ଡିଭିଜନ DVCM ସଚିବ ଜଗଦୀଶ ଓ ପଶ୍ଚିମ ବସ୍ତର ଡିଭିଜନର କମ୍ପାନୀ ନମ୍ବର ୨ ର DVCM କମାଣ୍ଡର ବେଲ୍ଲାର ଉପସ୍ଥିତି ସୂଚନା ପାଇ ୧୬ ତାରିଖଠାରୁ ଦନ୍ତେୱାଡା, ବିଜାପୁର, ସୁକମା ଜିଲ୍ଲାର DRG, BASTAR FIGHTER, STF, CRPF, COBRA ଓ CRPF ବାହିନୀଙ୍କ ମିଳିତ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ଲାଲବାହିନୀ ଯବାନଙ୍କୁ ଆମ୍ବୁସ କରି ଅଚାନକ ଗୁଳିଚାଳନ କରିଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମହିଳା ମାଓବାଦୀ ନିହତ ହୋଇଛି । ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଅଧିକ ପଢନ୍ତୁ : ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ନକ୍ସଲ ନିପାତ

ପୂର୍ବରୁ ପୋଲିସ-ମାଓବାଦୀ ଗୁଳି ବିନିମୟରେ ୮ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।ଅପରେସନ ସମୟରେ ଅବୁଜମାଡର ଘଞ୍ଚ ଜଙ୍ଗଲ ମଧ୍ୟରେ ଗୁଳ ବିନିମୟ ହୋଇଥିଲା । ଫଳରେ 8 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter in Chhattisgarh Bastar, one Maoist dead | Argus News