Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରେ ଏଥର ଉତ୍ସାହ ଜନକ ଫଳାଫଳ: ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଶାରେ ଏଥର ଉତ୍ସାହ ଜନକ ଫଳାଫଳ: ଅମିତ ଶାହ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଏଥର ଉତ୍ସାହ ଜନକ ଫଳାଫଳ । ଓଡିଶା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ନିର୍ବାଚନ ମୁକାବିଲା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଦୈନିକ ଖବରକାଗଜକୁ ସାକ୍ଷାତ କାର ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହ । ଓଡ଼ିଶା ପାଇଁ କଣ ରଣନୀତି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଓଡ଼ିଶା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ଖୁବ୍‌ଶୀଘ୍ର ଏନେଇ ସୂଚନା ଦିଆଯିବ । କ୍ରମାଗତ ଭାବେ ଓଡ଼ିଶାରେ ବିଜେପି ପ୍ରତି ଜନସମର୍ଥନ ବଢୁଛି। ବିଶେଷକରି ମୋଦୀଜୀଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଛି।

ଆମେ ପୂର୍ବାପେକ୍ଷା ଆସନ ଓ ଭୋଟହାର ବହୁ ପ୍ରତିଶତ ବଢାଇଛୁ। ମୁଖ୍ୟ ବିରୋଧୀ ହୋଇଛୁ । ୫ରୁ ୬ ପ୍ରତିଶତ ଭୋଟ ବ୍ୟବଧାନ ରହିଛି। ଆଗକୁ ଏହି ହାର ବଢିବ ଓ ଉତ୍ତମ ପରିଣାମ ଆସିବା ନେଇ ରଣନୀତି ପ୍ରସ୍ତୁତ କରାଯାଉଛି।  ଦେଖିବେ ଅପେକ୍ଷା କରନ୍ତୁ  ଉତ୍ସାହଜନକ ଫଳ ଆସିବ। ସେହିପରି ଓଡ଼ିଶାରେ ବିଜେଡି ସହ ବିଜେପିର ସଂପର୍କ ଥ‌ିବା କଂଗ୍ରେସ ଅଭିଯୋଗ ଉପରେ କହିଛନ୍ତି କଂଗ୍ରେସ କ'ଣ କହୁଛି ସେଥ‌ିରେ କିଛି ମନ୍ତବ୍ୟ ଦେବାର ନାହିଁ । ରାଜନୀତିରେ ପରସ୍ପର ବିରୋଧୀ ଏଭଳି ଅଭିଯୋଗ ଓ ସମାଲୋଚନା ସ୍ୱାଭାବିକ। ମାତ୍ର ବିଜେପି ନିଜ ରଣନୀତି ଓ ସାଂଗଠନିକ ଶକ୍ତି ଉପରେ ବିଶ୍ୱାସ କରେ। ଏକାକୀ ଲଢିବା ଜାଣିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encouraging results this time in Odisha: Amit Shah | Argus News