EPFO Rules / ଘରୋଇ ଚାକିରିଆଙ୍କୁ ବଡ଼ ଆଶ୍ଵସ୍ତି; ଏଣିକି EPF ଖାତାରୁ ଉଠାଇ ପାରିବେ ୯୦% ଟଙ୍କା
·37 mins ago·2 min read

Key Points
EPF ପକ୍ଷରୁ ଆଂଶିକ ଜମା ପ୍ରତ୍ୟାହାରକୁ ଆହୁରି ସରଳ କରାଯାଇଛି । ନୂଆ ପରିବର୍ତ୍ତନ ଅନୁସାରେ, ଏଣିକି ପିଏଫ୍ ଆକାଉଣ୍ଟଧାରୀ ୫୫ ବର୍ଷ ପୂର୍ବରୁ ଚାକିରିରୁ ଅବସର ନେଲେ କିମ୍ବା ଚାକିରି ଛାଡ଼ିଦେଲେ PF ଅର୍ଥରୁ ୯୦ ପ୍ରତିଶତ ଟଙ୍କା ତତକ୍ଷଣାତ୍ ଉଠାଇ ପାରିବେ ।
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ନିୟମରେ ବଡ଼ ପରିବର୍ତ୍ତନ । ଘରୋଇ ଚାକିରିଆଙ୍କ ପାଇଁ ବଡ଼ ଆଶ୍ଵସ୍ତି । EPF ପକ୍ଷରୁ ଆଂଶିକ ଜମା ପ୍ରତ୍ୟାହାରକୁ ଆହୁରି ସରଳ କରାଯାଇଛି । ନୂଆ ପରିବର୍ତ୍ତନ ଅନୁସାରେ, ଏଣିକି ପିଏଫ୍ ଆକାଉଣ୍ଟଧାରୀ ୫୫ ବର୍ଷ ପୂର୍ବରୁ ଚାକିରିରୁ ଅବସର ନେଲେ କିମ୍ବା ଚାକିରି ଛାଡ଼ିଦେଲେ PF ଅର୍ଥରୁ ୯୦ ପ୍ରତିଶତ ଟଙ୍କା ତତକ୍ଷଣାତ୍ ଉଠାଇ ପାରିବେ ।
ଏଥିସହ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ (CBT) ମଧ୍ୟ ସିଷ୍ଟମ୍ୟାଟିକ୍ ୱିଡ୍ରଲ୍ ପ୍ଳାନ (SWP) ଆରମ୍ଭ କରିବାର ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏଥିରୁ ଅବସର ନେବାକୁ ଯାଉଥିବା EPF ସଦସ୍ୟ ତାଙ୍କ ଜମା ରାଶିକୁ ଗୋଟିଏ ଥରରେ ସମ୍ପୂର୍ଣ୍ଣ ଉଠାଣ ପରିବର୍ତ୍ତେ ସମୟ ସମୟରେ କିସ୍ତି ଆକାରରେ ପାଇପାରିବେ । ଅର୍ଥାତ୍ PF ଫଣ୍ଡରୁ ଏକ ନିୟମିତ ଏବଂ ନିଶ୍ଚିତ ଆୟ ଭାବେ ବଦଳାଇ ପାରିବେ ।
ANI ରିପୋର୍ଟରେ ସୂତ୍ରରୁ କୁହାଯାଇଛି, ଯଦି PF ଜମା ସମୟରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହୁଏ । ତାହେଲେ ନୋମିନି ବଳକା ଅର୍ଥ ଉଠାଣ କରିପାରିବେ କିମ୍ବା SWP ଅନୁସାରେ ସମୟ ସମୟରେ ମିଳୁଥିବା ଆୟ ଜାରି ରଖିପାରିବେ ।
ଏଥିସହ ପଢ଼ନ୍ତୁ: ଏଣିକି WhatsAppରେ ଚେକ୍ କରିପାରିବେ PF ବାଲାନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୭୫ ନୁହେଁ ଏଣିକି ୯୦ ପ୍ରତିଶତ ଉଠାଣ
EPFO ସଦସ୍ୟ ଏଣିକି ତାଙ୍କ ଅବସରକାଳୀନ ଜମାକୁ ସହଜ ଭାବେ ବ୍ୟବହାର କରିପାରିବେ । EPFO ପକ୍ଷରୁ ସର୍ବନିମ୍ନ ଜମା ରାଶିକୁ ୨୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯିବ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅର୍ଥାତ୍ ପୂର୍ବରୁ EPFO ସଦସ୍ୟ ପିଏଫ୍ ଖାତାରୁ ଜମା ରାଶିରୁ ମାତ୍ର ୭୫ ପ୍ରତିଶତ ଅର୍ଥ ଉଠାଣ କରି ପାରୁଥିଲେ । ଏଣିକି ସର୍ତ୍ତ ସହିତ ୯୦ ପ୍ରତିଶତ ଅର୍ଥ ପିଏଫ୍ରୁ ବାହାର କରିପାରିବେ ।
ଏଥିସହ EPFOରେ ଆଉ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଚାକିରି ହରାଇବା ପରେ ପିଏଫ୍ ଉଠାଇବା ଲାଗି ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । EPF ସ୍କିମ୍ ୨୦୨୬ରେ ପରିବର୍ତ୍ତନ ଅନୁସାରେ, ଯୋଗ୍ୟ ଅବଧିକୁ ୧୨ ମାସରୁ ୨ ମାସକୁ ହ୍ରାସ କରାଯାଇଛି ।
ତେବେ PF ଆକାଉଣ୍ଟରେ ହୋଇଥିବା ପରିବର୍ତ୍ତନ ନିୟମ ସର୍ତ୍ତ ଅନୁସାରେ ଲାଗୁ ହେବ । ପରିବର୍ତ୍ତନ ଦ୍ଵାରା ଅର୍ଥ ଉଠାଣ ସରଳ ହୋଇଥିବା ବେଳେ ଏହାର ଅର୍ଥ ନୁହେଁ PF ଆକାଉଣ୍ଟଧାରୀ କୌଣସି ବି କାରଣ ପାଇଁ ୯୦ ପ୍ରତିଶତ ଅର୍ଥ ଉଠାଇ ପାରିବେ । ଏହା ଯୋଗ୍ୟତା, ଉଠାଣ ସୀମା ଓ ଅନ୍ୟ ନିୟମ ଉପରେ ନିର୍ଭର କରିବ ।
୯୦ ପ୍ରତିଶତ ଉଠାଣ ପାଇଁ ନିୟମ
ଆପଣଙ୍କ ଆର୍ଥିକ ଆବଶ୍ୟକତା ଅନୁସାରେ, PF ଖାତାରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଉଠାଣ କରିହେବ । ବିବାହ, ପାଠପଢ଼ା, ମେଡିକାଲ୍, ଘର କ୍ରୟ ଆଦି କ୍ଷେତ୍ରରେ ଆପଣ ୯୦ ପ୍ରତିଶତ ପର୍ଯ୍ୟନ୍ତ ଜମା ଅର୍ଥ ଉଠାଇ ପାରିବେ ।