Videos
|
National

EPFO WhatsApp Channel / ଏଣିକି WhatsAppରେ ମିଳିବ EPFର ସବୁ ଅପଡେଟ୍, ଜାଣନ୍ତୁ କିପରି

Bikash Mohanty
Browse all articles by Bikash Mohanty
·2 hours ago·2 min read
ଏଣିକି WhatsAppରେ ମିଳିବ EPFର ସବୁ ଅପଡେଟ୍, ଜାଣନ୍ତୁ କିପରି
EPF

Key Points

ଏଣିକି WhatsAppରେ ସବୁ ଅପଡେଟ୍
WhatsAppରେ ମିଳିବ EPFର ସବୁ ଅପଡେଟ୍
ଏହାଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ଉପକୃତ ହେବେ 
ଭୁବନେଶ୍ୱର୧୭/୧୦: ଯଦି ଆପଣ PF ସମ୍ପର୍କିତ ନୂଆ ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି, ତେବେ ଏବେ ଗୋଟିଏ କ୍ଲିକ୍‌ରେ ପାଇପାରିବେ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ନିଜର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ସଦସ୍ୟଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ପହଞ୍ଚାଉଛି। ଗତ ଏକ ବର୍ଷ ଧରି ଏହି ଡିଜିଟାଲ୍ ମାଧ୍ୟମରେ PF, ପେନସନ୍ ଓ ବୀମା ଯୋଜନା ସମ୍ପର୍କିତ ଅପଡେଟ୍ ସେୟାର କରାଯାଉଛି। ଏହାଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ଉପକୃତ ହୋଇପାରିବେ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଦେଶର କୋଟି କୋଟି କର୍ମଚାରୀ ଜଡ଼ିତ ଅଛନ୍ତି। ଏହି ସଦସ୍ୟମାନଙ୍କୁ PF, ପେନସନ୍ ଏବଂ ବୀମା ଯୋଜନା ସମ୍ପର୍କିତ ସଠିକ୍ ସୂଚନା ଯୋଗାଇବା ପାଇଁ EPFO ବିଭିନ୍ନ ଡିଜିଟାଲ୍ ମାଧ୍ୟମର ବ୍ୟବହାର କରୁଛି। ଏହି କ୍ରମରେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ମଧ୍ୟ ସଦସ୍ୟଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପହଞ୍ଚାଉଛି ସଂଗଠନ।
EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ ହେବା ପରଠାରୁ ଏହାର ସଦସ୍ୟ ସଂଖ୍ୟା ବଢ଼ୁଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏବେ ବି ଅନେକ ସଦସ୍ୟ ଏହି ଚ୍ୟାନେଲ୍ ସହ ଯୋଡ଼ି ହୋଇନାହାନ୍ତି। ଏହା ମାଧ୍ୟମରେ EPFOର ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ସମ୍ପର୍କରେ ନିୟମିତ ସୂଚନା ପାଇପାରିବେ କର୍ମଚାରୀ।

କେଉଁ ସୂଚନା ମିଳିବ?

EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍‌ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF), କର୍ମଚାରୀ ପେନସନ୍ ଯୋଜନା (EPS) ଏବଂ କର୍ମଚାରୀ ଜମା ଲିଙ୍କ୍ଡ୍ ବୀମା (EDLI) ଯୋଜନା ସମ୍ପର୍କିତ ବିଭିନ୍ନ ସୂଚନା ମିଳିଥାଏ। ଏହା ସହ ଯୋଜନାରେ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ସମୟସୀମା, ନୂଆ ପଦକ୍ଷେପ ଏବଂ ସଦସ୍ୟଙ୍କ ଅଭିଯୋଗ ସମାଧାନ ପାଇଁ ଆୟୋଜିତ ଶିବିର ସମ୍ପର୍କରେ ମଧ୍ୟ ଅପଡେଟ୍ ଦିଆଯାଏ। ଏହି ସୂଚନା କେବଳ କର୍ମଚାରୀଙ୍କ ପାଇଁ ନୁହେଁ, ନିଯୁକ୍ତିଦାତାଙ୍କ ପାଇଁ ମଧ୍ୟ ଉପଯୋଗୀ।

ପଢନ୍ତୁ ଏହି ଖବର: ଏଣିକି ଫେକ୍ କଲ୍‌କୁ ଲାଗିବ ଲଗାମ! ଜାଣନ୍ତୁ ନୂଆ ନିୟମ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିପରି ଯୋଡ଼ି ହେବେ ?

EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍‌ରେ ଯୋଡ଼ି ହେବା ପାଇଁ ହ୍ୱାଟ୍ସଆପ୍ ଖୋଲି ଚ୍ୟାନେଲ୍ସ ବିଭାଗକୁ ଯାଆନ୍ତୁ। ସେଠାରେ EPFOର ଅଫିସିଆଲ୍ ଚ୍ୟାନେଲ୍ ଖୋଜି ତାହାକୁ ଫଲୋ କରିପାରିବେ। ଚ୍ୟାନେଲ୍‌ରୁ ନିୟମିତ ଅପଡେଟ୍ ପାଇବା ପାଇଁ ନୋଟିଫିକେସନ୍ ମଧ୍ୟ ଅନ୍ କରିପାରିବେ।

WhatsAppରେ ହେବ କି PF ସମ୍ପର୍କିତ ସମସ୍ତ କାମ?

ଏଠାରେ ଏକ କଥା ଜାଣି ରଖିବା ଜରୁରୀ। EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍ ମୁଖ୍ୟତଃ ସୂଚନା ଓ ଅପଡେଟ୍ ପାଇବାର ଏକ ମାଧ୍ୟମ। ଏହା ଜରିଆରେ PF ଟଙ୍କା ଉଠାଇବା, ପେନସନ୍ ଆବେଦନ କରିବା କିମ୍ବା ଅନ୍ୟ ସମସ୍ତ ସେବା ମିଳିବ ବୋଲି ଧରିନେବା ଠିକ୍ ନୁହେଁ। ଏଥିପାଇଁ EPFOର ଅଧିକୃତ ପୋର୍ଟାଲ୍ କିମ୍ବା ସମ୍ପୃକ୍ତ ସେବା ବ୍ୟବହାର କରିବାକୁ ପଡ଼ିପାରେ।
ତେଣୁ PF ଓ ପେନସନ୍ ସମ୍ପର୍କିତ ନୂଆ ସୂଚନା ଜାଣିବା ପାଇଁ EPFOର ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଫଲୋ କରିବା ସହ ଅଜଣା ଲିଙ୍କ୍‌ରେ କ୍ଲିକ୍ କରିବା କିମ୍ବା ନିଜର ଗୋପନୀୟ ବ୍ୟାଙ୍କିଂ ତଥ୍ୟ ସେୟାର କରିବାରୁ ଦୂରେଇ ରୁହନ୍ତୁ।
EPFO WhatsApp Channel: How to Get EPF Updates Easily | Argus News Odia