Videos
|
National

ESIC Card India / ଇଏସଆଇ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ଏବେ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଚିକିତ୍ସା ସୁବିଧା

Subhramjit Ray
Browse all articles by Subhramjit Ray
·1 hour ago·2 min read
ଇଏସଆଇ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ଏବେ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଚିକିତ୍ସା ସୁବିଧା
ESIC Card India

Key Points

କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଘୋଷଣା କରିଛନ୍ତି ଯେ ଭଲ ଘରୋଇ ଚିକିତ୍ସାଳୟକୁ ESIC ହସ୍ପିଟାଲ ଭାବରେ ମାନ୍ୟତା ଦିଆଯିବ।
ESIC card holders new benefits: New ଇଏସଆଇ (Employees State Insurance) କାର୍ଡ଼ ଧାରକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର (ଜୁଲାଇ ୩୧) ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାର, କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଗଠନରେ ଏକ ବଡ଼ ଏବଂ ବୈପ୍ଳବିକ ପରିବର୍ତ୍ତନ ଆଣୁଛନ୍ତି। ଏହି ପଦକ୍ଷେପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବୀମାକୃତ କର୍ମଚାରୀ ଏବଂ ସେମାନଙ୍କ ନିର୍ଭରଶୀଳଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରିବା।

ଘରୋଇ ହସ୍ପିଟାଲ୍ ESIC ହସ୍ପିଟାଲ ଭାବରେ ନାମିତ ହେବ
କେନ୍ଦ୍ରମନ୍ତ୍ରୀ ମାଣ୍ଡଭିଆ ଏକ ବଡ଼ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ଉଚ୍ଚମାନର ଘରୋଇ ଡାକ୍ତରଖାନାକୁ "ESIC Hospital" ଭାବରେ ନାମିତ କରିବେ। ଏହି ପଦକ୍ଷେପ ନିଶ୍ଚିତ କରିବ ଯେ ESIC Card ଧାରକ ଆଉ କେବଳ ସରକାରୀ କିମ୍ବା ESIC ଚିକିତ୍ସାଳୟ ପର୍ଯ୍ୟନ୍ତ ସୀମିତ ରହିବେ ନାହିଁ। ବରଂ ସେମାନଙ୍କୁ ଘରୋଇ ହସ୍ପିଟାଲ ଠାରେ ମଧ୍ୟ ଆଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଏହା ସହ ପଢନ୍ତୁ: ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖବର; ବଦଳିବ ବଣ୍ଟନ ବ୍ୟବସ୍ଥା

କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି, "ଆମେ କର୍ମଚାରୀ ରାଜ୍ୟ ବୀମା ନିଗମରେ (Employees State Insurance Corporation) ଏକ ବଡ଼ ପରିବର୍ତ୍ତନ ଆଣୁଛୁ। ଯଦି ଉତ୍ତମ ସେବା ପ୍ରଦାନ କରୁଥିବା ଘରୋଇ ହସ୍ପିଟାଲ ରହିଛି, ତାହେଲେ ମୁଁ ସେମାନଙ୍କୁ ESIC ହସ୍ପିଟାଲ ଭାବରେ ମାନ୍ୟତା ଦେବି।" । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ FICCI-AIOE ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ ସମ୍ମିଳନୀରେ ଭାଷଣ ଦେବା ଅବସରରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବୀମା ଧାରକଙ୍କୁ ମିଳିବ ସିଧାସଳଖ ଲାଭ
ବର୍ତ୍ତମାନ, ESIC ସାରା ଦେଶରେ ନିଜସ୍ୱ ହସ୍ପିଟାଲ ଏବଂ ଡିସପେନସାରି (Dispensary) ମାଧ୍ୟମରେ ଲକ୍ଷ ଲକ୍ଷ ବୀମା ଧାରକ ଏବଂ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟ ବୀମା ଏବଂ ଚିକିତ୍ସା ସେବା ପ୍ରଦାନ କରିଆସୁଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାର ଏହି ସମ୍ପର୍କରେ ଅଂଶୀଦାରଙ୍କ ଠାରୁ ଆସିଥିବା ଯେକୌଣସି ପରାମର୍ଶକୁ ବିଚାର କରିବେ। ଏହି ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ପ୍ରାୟ ୧୦୧ କୋଟି ଲୋକଙ୍କୁ, ଅର୍ଥାତ୍ ଜନସଂଖ୍ୟାର ୬୮.୮ ପ୍ରତିଶତ ଅଂଶ ଆସୁଛି। ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ କହିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: