Ethanol Cooking Fuel / ରୋଷେଇ ଘରେ ଏଣ୍ଟ୍ରି କରିବ ଇଥାନଲ ! LPG ସିଲିଣ୍ଡରର ବିକଳ୍ପ ଆଣୁଛନ୍ତି ସରକାର ?
·1 month ago·2 min read

Key Points
LPG ବଦଳରେ ଆସିବ କି ଇଥାନଲ ?
ରୋଷେଇ ଘର ପାଇଁ କେନ୍ଦ୍ରର ବଡ଼ ଯୋଜନା
ଇଥାନଲ ବ୍ୟବହାର ପାଇଁ ଆସିପାରେ ନୂଆ ନୀତି
ରୋଷେଇ ଘର ପାଇଁ କେନ୍ଦ୍ରର ବଡ଼ ଯୋଜନା
ଇଥାନଲ ବ୍ୟବହାର ପାଇଁ ଆସିପାରେ ନୂଆ ନୀତି
ପେଟ୍ରୋଲ ପରେ ଏବେ ରୋଷେଇ ଘରରେ ଏଣ୍ଟ୍ରି କରିବାକୁ ଯାଉଛି ଇଥାନଲ । ଏଲପିଜି ସିଲିଣ୍ଡରର ବିକଳ୍ପ ଭାବେ ଇଥାନଲକୁ ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ଯଦି ଏହି ନୀତି କାର୍ଯ୍ୟକାରୀ ହୁଏ, ତେବେ ଆଗାମୀ ଦିନରେ ଆପଣଙ୍କ ରୋଷେଇ ଘରେ ଗ୍ୟାସର ସ୍ଥାନ ନେଇପାରେ ଇଥାନଲ । ତେବେ କ'ଣ ରହିଛି ସରକାରଙ୍କ ନୂଆ ଯୋଜନା ଏବଂ ସାଧାରଣ ଲୋକଙ୍କୁ ଏଥିରୁ କ'ଣ ଲାଭ ମିଳିବ? ଆସନ୍ତୁ ଜାଣିବା ।
ପେଟ୍ରୋଲରେ E20 ମିଶ୍ରଣ ପରେ ଏବେ ରୋଷେଇ ଘରକୁ ମଧ୍ୟ ପ୍ରବେଶ କରିପାରେ ଇଥାନଲ । ଆଗାମୀ ଦିନରେ ଏଲପିଜି ଗ୍ୟାସର ବିକଳ୍ପ ଭାବେ ଇଥାନଲ ବ୍ୟବହାର କରିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏକ ନୂଆ ନୀତି ପ୍ରସ୍ତୁତ କରୁଛି, ଯାହାର ଲକ୍ଷ୍ୟ ହେଉଛି ଘରୋଇ ରୋଷେଇରେ ଇଥାନଲକୁ ସ୍ୱଚ୍ଛ ଇନ୍ଧନ ଭାବେ ପ୍ରଚଳିତ କରିବା ।
ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବ୍ୟବହାରିକତା ଯାଞ୍ଚ କରିବା ସହ ଆବଶ୍ୟକ ହେଲେ ସବସିଡି ବ୍ୟବସ୍ଥା ମଧ୍ୟ ଆଣିପାରନ୍ତି। ଏକ ରିପୋର୍ଟ ଅନୁସାରେ, ଇନ୍ଧନ ଯୋଗାଣକାରୀ ଶିଳ୍ପ ସଂଘଗୁଡ଼ିକ ଏହି ପ୍ରସ୍ତାବିତ ନୀତିକୁ ନେଇ ସରକାରଙ୍କ ସହ ଆଲୋଚନା କରୁଛନ୍ତି ।
ସୂଚନା ଅନୁଯାୟୀ, ରୋଷେଇରେ ଇଥାନଲ ବ୍ୟବହାର ସମ୍ବନ୍ଧୀୟ ନୀତି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏଲପିଜି ଉପରେ ଦେଶର ନିର୍ଭରଶୀଳତା କମାଇବା, ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ଏବଂ ଇନ୍ଧନ ଆମଦାନୀ ଖର୍ଚ୍ଚ ହ୍ରାସ କରିବା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପୂର୍ବରୁ ଏପ୍ରିଲ୍ ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସରକାରଙ୍କ ନିର୍ଦ୍ଦେଶ ପରେ ଘରୋଇ ବ୍ୟବହାର ପାଇଁ ଇଥାନଲରେ ଚାଲୁଥିବା ଚୁଲାର ପରୀକ୍ଷା ଚାଲିଛି । ଯଦି ଏହି ପରୀକ୍ଷା ସଫଳ ହୁଏ, ତେବେ ଇଥାନଲ ଭିତ୍ତିକ ରୋଷେଇ ବ୍ୟବସ୍ଥାକୁ ବ୍ୟାପକ ଭାବେ ପ୍ରଚଳିତ କରାଯାଇପାରେ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଇଥାନଲ ଆଧାରିତ ରୋଷେଇକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସବସିଡି ଯୋଜନା ଘୋଷଣା କରିପାରନ୍ତି। ଏପରି ପଦକ୍ଷେପ ଏମିତି ସମୟରେ ନିଆଯାଉଛି, ଯେତେବେଳେ ଦେଶରେ ଇଥାନଲ ଉତ୍ପାଦନ କ୍ଷମତା ଦ୍ରୁତ ଗତିରେ ବଢ଼ୁଛି । ମେ' ମାସରେ ପ୍ରକାଶିତ ଏକ ରେଟିଂସ୍ ରିପୋର୍ଟ ଅନୁସାରେ, ଭାରତର ବାର୍ଷିକ ଇଥାନଲ ଉତ୍ପାଦନ କ୍ଷମତା ୨୦ ବିଲିୟନ ଲିଟରରୁ ଅଧିକ ହୋଇସାରିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଆହୁରି ପ୍ରାୟ ୪ ବିଲିୟନ ଲିଟର କ୍ଷମତା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ଏହି ଉତ୍ପାଦନରୁ ପ୍ରତିବର୍ଷ ପ୍ରାୟ ୧୧ ବିଲିୟନ ଲିଟର ଇଥାନଲ E20 ପେଟ୍ରୋଲ ମିଶ୍ରଣରେ ବ୍ୟବହୃତ ହେଉଛି । ଅନ୍ୟପଟେ ମଦ ଶିଳ୍ପ, ଔଷଧ କମ୍ପାନୀ ଏବଂ ରସାୟନ ଶିଳ୍ପ ମିଶି ପ୍ରାୟ ୩ରୁ ୩.୫ ବିଲିୟନ ଲିଟର ଇଥାନଲ ବ୍ୟବହାର କରୁଛନ୍ତି । ଏହା ପରେ ମଧ୍ୟ ପ୍ରାୟ ୭ ବିଲିୟନ ଲିଟର ଇଥାନଲ ଅବ୍ୟବହୃତ ରହିଛି । ଏହି ଅତିରିକ୍ତ ଉତ୍ପାଦନକୁ ଦୃଷ୍ଟିରେ ରଖି ଭାରତ ନେପାଳ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ପଡ଼ୋଶୀ ଦେଶକୁ ଇଥାନଲ ରପ୍ତାନିର ସମ୍ଭାବନା ମଧ୍ୟ ଖୋଜୁଛି । ଏହି ଦେଶଗୁଡ଼ିକରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ଥିଲେ ମଧ୍ୟ ପର୍ଯ୍ୟାପ୍ତ ଘରୋଇ କଞ୍ଚାମାଲର ଅଭାବ ରହିଛି ।

Related Topics
Explore more stories