Videos
|
National

ଟିକେଟ ଥାଇ ବି ଜେଲ ଦଣ୍ଡ ସହ ଦେବାକୁ ପଡିଲା ଜୋରିମାନା, ଆପଣ ବି ରୁହନ୍ତୁ ସାବଧାନ...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟିକେଟ ଥାଇ ବି ଜେଲ ଦଣ୍ଡ ସହ ଦେବାକୁ ପଡିଲା ଜୋରିମାନା, ଆପଣ ବି ରୁହନ୍ତୁ ସାବଧାନ...

ଅର୍ଗସ ବ୍ୟୁରୋ : ଗୋଟିଏ ଭୁଲ ପାଇଁ ଦେବାକୁ ପଡିଲା ଫାଇନ । ଟିକଟ ଥାଏ ମଧ୍ୟ ୮୧ ହଜାର ଫାଇନ ସହ ପୋଲିସଦ୍ବାରା ଗିରଫହେଲେ କିଛି ଟ୍ରେନ ଯାତ୍ରୀ । ଏବେ ଆପଣ ଭାବୁଥିବେ ଏପରି କଣ ଭୁଲ କଲେ ଯେ, ଏକାଥରେ ୩୩୫ ଜଣଙ୍କୁ ଗିରଫ କରିବାକୁ ପଡିଲା । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା । 

ଅଧିକ ପଢନ୍ତୁ : ଟ୍ରେନ୍ ବୁକିଂରେ ବଡ ରିହାତି

ନର୍ଥ ସେଣ୍ଟ୍ରାଲ ରେଲୱେ ଝାନ୍ସି ଅଞ୍ଚଳରେ ଯାଉଥିବା ବେଳେ ବିନା କାରଣରେ ଚେନ ଟାଣିଥିଲେ ୩୩୫ ଯାତ୍ରୀ । ସେମାନେ ଷ୍ଟେସନରେ ଓହ୍ଲାଇବାକୁ ଟିକେଟ କରିଥିଲେ ମଧ୍ୟ ଷ୍ଟେସନରେ ନଓହ୍ଲାଇ ନିଜ ନିଜ ଗାଁ, ଘର ପାଖରେ ଓହ୍ଲାଇବା ପାଇଁ ଚେନ ଟାଣି ଦେଇଥିଲେ । ଯାହା ରେଲୱେ ଆକ୍ଟର ବିଭିନ୍ନ ଧାରା ଅନୁଯାୟୀ ଏକ ଅପରାଧ ଅଟେ । ଏହି କାରଣରୁ ଏହି ଯାତ୍ରୀମାନଙ୍କୁ ଗିରଫ କରିବା ସହ ୮୧ ହଜାର ଟଙ୍କା ଜୋରିମାନା ଦେଇଥିଲେ । ତେବେ ଏପରି ବିନା କାରଣରେ ଚେନ ଟାଣିବା ଦ୍ବାରା ୬ ମାସରୁ ବର୍ଷେ ଯାଏଁ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜୋରିମାନାର ଦଣ୍ଡବିଧାନ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even if you have a ticket, you have to pay a fine along with jail time, be careful | Argus News