Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନ୍ଦର ହେବା ପାଇଁ ପ୍ରତିବର୍ଷ ୪୦% ଯୁବକ କରୁଛନ୍ତି ପ୍ଲାଷ୍ଟିକ ସର୍ଜରୀ

National

ସୁନ୍ଦର ହେବା ପାଇଁ ପ୍ରତିବର୍ଷ ୪୦% ଯୁବକ କରୁଛନ୍ତି ପ୍ଲାଷ୍ଟିକ ସର୍ଜରୀ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ସୁନ୍ଦର ହେବା ପାଇଁ ପ୍ରତିବର୍ଷ ୪୦% ଯୁବକ କରୁଛନ୍ତି ପ୍ଲାଷ୍ଟିକ ସର୍ଜରୀ

Key Points

ପୁଅଙ୍କୁ ଘାରିଛି ପ୍ଲାଷ୍ଟିକ ସର୍ଜରୀ ନିଶା
ସୁନ୍ଦର ହେବା ପାଇଁ ପ୍ରତିବର୍ଷ ୪୦% ଯୁବକ କରୁଛନ୍ତି ପ୍ଲାଷ୍ଟିକ ସର୍ଜରୀ
ଓଠ ଓ ନାକକୁ ସୁନ୍ଦର କରିବାକୁ ସହିଯାଉଛନ୍ତି ଯନ୍ତ୍ରଣା

 

ଅର୍ଗସ ବ୍ୟୁରୋ : ଇନଷ୍ଟାଗ୍ରାମର ରିଲ୍ ଆଉ ବଲିଉଡର ଉଜ୍ଜ୍ୱଳ ଚେହେରା ଦେଖି ଏବେ ଲକ୍ଷ୍ନୌର ପୁଅମାନେ ମଧ୍ୟ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ବାଇଆ । ଏତେ ନିଶା ଘାରିଛି ଯେ ପ୍ଲାଷ୍ଟିକ୍ ସର୍ଜରୀରେ ହେଉଥିବା ଯନ୍ତ୍ରଣା ମଧ୍ୟ ସହିଯାଉଛନ୍ତି । ଏବଂ ନାକ ଓ ଓଠକୁ ସୁନ୍ଦର କରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି । ସୁନ୍ଦର ହେବା ପାଇଁ ପ୍ରାୟ ୪୦ପ୍ରତିଶତ ପୁଅ ପ୍ରତିବର୍ଷ ନାକ ଏବଂ ଓଠରେ ପ୍ଲାଷ୍ଟିକ୍ ସର୍ଜରୀ କରୁଥିବା ଏକ ରିପୋର୍ଟରୁ ଜଣାପଡିଛି ।

 
ଗୋଟିଏ ବର୍ଷରେ ଲକ୍ଷ୍ନୌରେ ୪୮ ଜଣ ଯୁବକ ସେମାନଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। କିଙ୍ଗ ଜର୍ଜ ମେଡିକାଲ କଲେଜର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ତାଙ୍କ କହିବା କଥା ପ୍ରତିବର୍ଷ ୪୮ ଜଣ ଯୁବକ ଓ ଯୁବତୀ ତାଙ୍କ ନିକଟକୁ ନାକ ଏବଂ ଓଠ ଅସ୍ତ୍ରୋପଚାର ପାଇଁ ଆସୁଛନ୍ତି। ଅର୍ଥାତ୍ ପ୍ରତିଦିନ ଚାରିଜଣ ଯୁବକ ଓ ଯୁବତୀ ଅସ୍ତ୍ରୋପଚାର କରୁଛନ୍ତି। ସେ କହିଛନ୍ତି ଯେ ଅଧିକାଂଶ ଲୋକ କେବଳ ସୋସିଆଲ ମିଡିଆ ଦେଖି ସେମାନଙ୍କ ଚେହେରାକୁ ସୁନ୍ଦର କରିବା ପାଇଁ ଏହି କାମ କରୁଛନ୍ତି।


ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଅଧିକାଂଶ ଝିଅ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଆସୁଥିଲେ । ପୂର୍ବରୁ କେବଳ ଗୋଟିଏ ବା ଦୁଇ ପୁଅ ଆସୁଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୪୦ ଏବଂ ୬୦ ରେ ପହଞ୍ଚିଛି, ଅର୍ଥାତ୍ ୬୦% ଝିଅଏବଂ ୪୦% ପୁଅ ଆସୁଛନ୍ତି | ଅସ୍ତ୍ରୋପଚାର ପାଇଁ ତାଙ୍କ ନିକଟକୁ ଆସୁଥିବା ପୁଅଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ। ଏହି ଅସ୍ତ୍ରୋପଚାର ବେଶୀ ଯନ୍ତ୍ରଣାଦାୟକ ନୁହେଁ | ସାମାନ୍ୟ ଯନ୍ତ୍ରଣା ହୁଏ ଏବଂ ୨-୩ ଦିନରେ ସେମାନଙ୍କୁ  ଡିସଚାର୍ଜ ମଧ୍ୟ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ କହିଛନ୍ତି ଯେ ଅସ୍ତ୍ରୋପଚାର ଦୁଇଟି ଉପାୟରେ କରାଯାଏ। ଗୋଟିଏ ହେଉଛି ଯେତେବେଳେ ଇଂପ୍ଲାଣ୍ଟ ବାହାରୁ ଅଣାଯାଏ ଏବଂ ସେଗୁଡିକ ବ୍ୟବହୃତ ହୁଏ । ଦ୍ୱିତୀୟଟି ହେଉଛି ଯେତେବେଳେ ଶରୀରର ବିଭିନ୍ନ ଅଙ୍ଗରୁ ଚର୍ବି ବାହାର କରି ବ୍ୟବହାର କରାଯାଏ। ଯେତେବେଳେ ଇଂପ୍ଲାଣ୍ଟ  ବାହାରୁ ଅଣାଯାଏ, ପ୍ଲାଷ୍ଟିକ୍ ସର୍ଜରୀ ମହଙ୍ଗା ହୋଇଥାଏ। ଏହାର ମୂଲ୍ୟ ୩୦ ରୁ ୫୦ହଜାର ଟଙ୍କା ମଧ୍ୟରେ ହୋଇଥାଏ | କିନ୍ତୁ ଯେତେବେଳେ ପ୍ଲାଷ୍ଟିକ୍ ସର୍ଜରୀ ବ୍ୟକ୍ତିଙ୍କ ଶରୀରର ଅନ୍ୟ ଅଂଶରୁ ଚର୍ବି ବାହାର କରି ଅସ୍ତ୍ରୋପଚାର କରାଯାଏ, ସେତେବେଳେ ଏହା କେବଳ ୧୦, ୦୦୦ ଟଙ୍କାରେ କରାଯାଇଥାଏ । ପ୍ରଫେସର ବିଜୟ କୁମାର କହିଛନ୍ତି ଯେ ଯଦି ଜଣେ ଭଲ ଡାକ୍ତର ଏବଂ ମେଡିକାଲ କଲେଜ ଦ୍ୱାରା ପ୍ଲାଷ୍ଟିକ୍ ସର୍ଜରୀ କରାଯାଏ ନାହିଁ, ତେବେ ମୁହଁ ନଷ୍ଟ ହେବାର ସମ୍ଭାବନା ମଧ୍ୟ ଥାଏ।


ଅଧିକ ପଢନ୍ତୁ ଭାରତ ଖବର...

Sponsored
Every year 40% of young people undergo plastic surgery to be beautiful | Argus News