BJP Leader Burnt Alive / ବାଲି ବ୍ୟବସାୟକୁ ନେଇ ହିଂସା, ଗାଡ଼ିରେ ନିଆଁ ଲଗାଇ ୩ ଜଣଙ୍କୁ ଜୀବନ୍ତ ଜାଳିଦେଲେ
·1 hour ago·2 min read

Key Points
ଛତିଶଗଡ଼ରେ ଚାଞ୍ଚଲ୍ୟ
ବାଲି ଖନନ ବିବାଦର ଭୟଙ୍କର ପରିଣତି
ଗାଡ଼ିରେ ନିଆଁ ଲଗାଇ ୩ ଜଣଙ୍କୁ ମାରିଦେଲେ
ବାଲି ଖନନ ବିବାଦର ଭୟଙ୍କର ପରିଣତି
ଗାଡ଼ିରେ ନିଆଁ ଲଗାଇ ୩ ଜଣଙ୍କୁ ମାରିଦେଲେ
ଛତିଶଗଡ଼ରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଛତିଶଗଡ଼ର କୋରିଆ ଜିଲ୍ଲାର ନୌଗାଇ ଗାଁରେ ଏକ ଭୟଙ୍କର ଘଟଣା ଘଟିଛି । ବାଲି ଖନନକୁ ନେଇ ବିବାଦରେ ଜଣେ ପୂର୍ବତନ ବିଜେପି ନେତାଙ୍କୁ ଜୀବନ୍ତ ଜାଳି ଦିଆଯାଇଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ବାଲି ଖଣି ଏବଂ ପରିବହନରେ ପ୍ରାଧାନ୍ୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭୟଙ୍କର ହିଂସାର ରୂପ ନେଇଛି । ଆକ୍ରମଣକାରୀମାନେ ବିଜେପି ନେତା ତଥା ପୂର୍ବତନ ଜନପଦ ପଞ୍ଚାୟତ ସଭାପତି ଭରତ ସିଂହ ଯିଏ ଲାଲା ସିଂହ ଭାବେ ବେଶ୍ ଜଣାଶୁଣା, ତାଙ୍କ ଫର୍ଚୁନର କାରକୁ ଟ୍ରକ ମଧ୍ୟରେ ଫସାଇ ଦେଇଥିଲେ । ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ଦୁଃଖଦ ଘଟଣାରେ ଲାଲା ସିଂହ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଭରତ ସିଂହ ପରିବାର ସେହି ଅଞ୍ଚଳରେ ବାଲି ଖନନ ପାଇଁ ଠିକା ନେଇଥିଲେ, ଯେତେବେଳେ ତ୍ରିପାଠୀ ପରିବାର ପାଖରେ ବାଲି ପରିବହନ କରୁଥିବା ଟିପର୍ ଟ୍ରକ ଥିଲା । ଆର୍ଥିକ କାରବାର ଏବଂ ପ୍ରାଧାନ୍ୟତାକୁ ନେଇ ଦୁଇ ପକ୍ଷ ମଧ୍ୟରେ ମାସ ମାସ ଧରି ଉତ୍ତେଜନା ଲାଗି ରହିଥିଲା । ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଯେତେବେଳେ ଭରତ ସିଂହ ତାଙ୍କ ସାଥୀମାନଙ୍କ ସହିତ ଆଲୋଚନା କରିବାକୁ ବାହାରକୁ ଯାଇଥିଲେ, ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀମାନେ ଫର୍ଚୁନର ଆଗରେ ଏବଂ ପଛରେ ଟ୍ରକ ରଖିଥିଲେ, ଯେମିତିକି ସେ ତାଙ୍କ କାର ନେଇ ଯାଇପାରିବେନି । ତା’ପରେ ତାଙ୍କ ଫର୍ଚୁନର ଗାଡିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଏହି ଭୟଙ୍କର ଘଟଣାରେ ଭରତ ସିଂହ ଘଟଣାସ୍ଥଳରେ ହିଁ ପୋଡ଼ି ମୃତ୍ୟୁବରଣ କରିଥିଲେ । ଯେତେବେଳେ ତାଙ୍କ ସମ୍ପର୍କୀୟ ଭାଇ ନାଗେନ୍ଦ୍ର ସିଂହ ଏବଂ ବୀରେନ୍ଦ୍ର ସିଂହ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଅନ୍ୟ ଜଣେ ଆହତ ମୟଙ୍କ ସିଂହଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ଏହି ଘଟଣା ପରେ ସମଗ୍ର କୋରିଆ ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି, ଯାହା ଫଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସେପଟେ ଏହି ଘଟଣାରେ ପୋଲିସ୍ ୯ ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରିଛି । ଯେଉଁମାନଙ୍କ ମଧ୍ୟରୁ ଅକ୍ଷତ ତ୍ରିପାଠୀ ଏବଂ ବିଶାଲ ତ୍ରିପାଠୀଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories