Examination Amendment Bill / ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ୍; ଲୋକସଭାରେ ଉପସ୍ଥାପିତ ହେଲା ପରୀକ୍ଷା ସଂଶୋଧନ ବିଲ୍- ୨୦୨୬
·1 hour ago·2 min read

Key Points
ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତି ରୋକିବାକୁ କେନ୍ଦ୍ର ସରକାରଙ୍କ କଡ଼ା ପଦକ୍ଷେପ
ଲୋକସଭାରେ ଉପସ୍ଥାପିତ ହେଲା ପରୀକ୍ଷା ସଂଶୋଧନ ବିଲ୍ - ୨୦୨୬
ପ୍ରଶ୍ନପତ୍ର ଲିକ୍ କଲେ ୧୦ ବର୍ଷ ଜେଲ୍, ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତି କରୁଥିବା ଅପରାଧୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ଓ କଠୋର ପଦକ୍ଷେପ । ଦେଶର କୋଟିକୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ସ୍ୱାର୍ଥକୁ ନଜରରେ ରଖି କେନ୍ଦ୍ର ସରକାର କଠିନ ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି ।
ପୂର୍ବରୁ ଥିବା ପରୀକ୍ଷା ଆଇନ୍-୨୦୨୪ରେ ସଂଶୋଧନ କରାଯାଇ ଆଜି ଲୋକସଭାରେ 'ପରୀକ୍ଷା ସଂଶୋଧନ ବିଲ୍-୨୦୨୬' ଆଗତ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହାକୁ ଲୋକସଭାରେ ଉପସ୍ଥାପନ କରିଥିବା ବେଳେ ବିରୋଧୀ ମାନେ ବିଭିନ୍ନ ସର୍ତ୍ତ ରଖି ଗୃହରେ ହଟ୍ଟଗୋଳ ଓ ନାରାବାଜି କରିଛନ୍ତି ।
ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତି କରୁଥିବା ଅପରାଧୀଙ୍କ ବିରୋଧରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଦୋଷୀଙ୍କୁ ମିଳିବ କଡ଼ା ଶାସ୍ତି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି କଠିନ ଦଣ୍ଡ ବିଧାନର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଥିବା ପରୀକ୍ଷା ଆଇନ୍ ୨୦୨୪ରେ ସଂଶୋଧନ କରାଯାଇ ପରୀକ୍ଷା ସଂଶୋଧନ ବିଲ୍ ୨୦୨୬ ଆଗତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ପ୍ରତିକ୍ରିୟା, "ମୁଁ ଷ୍ଟ୍ରିଟ୍ ଫାଇଟର୍..."
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାକୁ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲରେ ଦୋଷୀଙ୍କ ବିରୋଧରେ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟର ପ୍ରାବଧାନ ରହିଛି । ପରୀକ୍ଷାରେ ବିଭ୍ରାଟ ହେଲେ ଦୋଷୀଙ୍କ ଠାରୁ କ୍ଷତିର ଭରଣା କରାଯିବ ।
ମାମଲାର ତ୍ବରିତ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ । ପ୍ରଶ୍ନପତ୍ର ଲିକ୍ ଓ ଜାଲିଆତି ଅଭିଯୋଗର ଥାନାରେ ଅଭିଯୋଗ ହେବା ପରେ ଦୁଇ ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରାଯିବ । ଚାର୍ଜସିଟ୍ ଦାଖଲ ହେବାର ୩ ମାସ ମଧ୍ୟରେ ବିଚାର କାର୍ଯ୍ୟ ସମାପ୍ତ ହେବା ବାଧ୍ୟତାମୂଳକ ଅଟେ ।
ଯୁବପିଢିଙ୍କ ସ୍ଵାର୍ଥ ପାଇ ଗୁରୁତ୍ଵପୂର୍ଣ୍ଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ ହେଉଥିବା ବେଳେ ବିରୋଧୀ କିନ୍ତୁ ହଟ୍ଟଗୋଳ ଜାରି ରଖିଥିଲେ । ଯେଉଁ ପ୍ରସଙ୍ଗକୁ ନେଇ ସେମାନେ ବାରମ୍ବାର ଦାବି କରୁଥିଲେ ସେହି ପ୍ରସଙ୍ଗରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଆଲୋଚନା ନୁହେଁ, ପ୍ଲାକାର୍ଡ ନାରାବାଜି ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏଥିସହ ପଢ଼ନ୍ତୁ: ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ଗଠନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ
ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ବାରମ୍ବାର ଆଲୋଚନାରେ ଭାଗ ନେବାକୁ ଅପିଲ୍ କରିଥିଲେ ମଧ୍ୟ ସେମାନେ ବିଭିନ୍ନ ସର୍ତ୍ତ ରଖି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ଏଥିଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା । ବିରୋଧୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।
ସଂସଦର କାର୍ଯ୍ୟକାଳକୁ ସାରାଦେଶ ଦେଖୁଥିବା ବେଳେ ବିରୋଧୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି କିରଣ ରିଜିଜୁ କହିଛନ୍ତି । ଯୁବପିଢିଙ୍କ ସ୍ବାର୍ଥ ଆଳରେ ଆଲୋଚନା ପାଇଁ ବିରୋଧୀମାନେ ଗୃହରେ ଆଲୋଚନା ପାଇଁ ପୂର୍ବରୁ ଦାବି ରଖିଥିଲେ ମଧ୍ୟ ଏବେ ନୂଆ ସର୍ତ୍ତ ରଖି ହଟ୍ଟଗୋଳ ଓ ହୋ ହଲ୍ଲା କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories