Dharmendra Pradhan / ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ପ୍ରତିକ୍ରିୟା, "ମୁଁ ଷ୍ଟ୍ରିଟ୍ ଫାଇଟର୍..."
·1 month ago·2 min read

Key Points
ଧର୍ମେନ୍ଦ୍ରଙ୍କୁ ଇସାରା କରି ଜୟରାମ ରମେଶ କହିଥିଲେ, "ଏଭଳି ଘଟେ ।" ଯାହାର ତୁରନ୍ତ ଉତ୍ତର ରଖି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "କିଛି ଘଟି ନାହିଁ । ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍ । AC ରୁମ୍ ଆକ୍ଟିଭିଷ୍ଟ ନୁହେଁ ।"
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ପ୍ରତିକ୍ରିୟା । ସୋମବାର ସଂସଦ ଭବନ ପହଞ୍ଚିବା ବେଳେ ଧର୍ମେନ୍ଦ୍ରଙ୍କୁ ସାଥୀ ସାଂସଦ ସ୍ଵାଗତ କରିଛନ୍ତି । ସେହି ସମୟରେ କଂଗ୍ରେସ ନେତା ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍. AC ରୁମ୍ ଆକ୍ଟିଭିଷ୍ଟ ନୁହେଁ ।"
ସୋମବାର ଧର୍ମେନ୍ଦ୍ର ପ୍ରଧାନ ସଂସଦ ପହଞ୍ଚିବା ବେଳେ କଂଗ୍ରେସ ନେତା ଜୟରାମ ରମେଶ ସହାନୁଭୂତି ଜ୍ଞାପନ ପାଇଁ ପହଞ୍ଚିଥିଲେ । ଧର୍ମେନ୍ଦ୍ରଙ୍କୁ ଇସାରା କରି ଜୟରାମ ରମେଶ କହିଥିଲେ, "ଏଭଳି ଘଟେ ।" ଯାହାର ତୁରନ୍ତ ଉତ୍ତର ରଖି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "କିଛି ଘଟି ନାହିଁ । ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍ । AC ରୁମ୍ ଆକ୍ଟିଭିଷ୍ଟ ନୁହେଁ ।"
ଏଥିସହ ପଢ଼ନ୍ତୁ: ସଂସଦ ବାହାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ସ୍ୱାଗତ କଲେ, ପଗଡ଼ି ପିନ୍ଧାଇ ଭିତରକୁ ନେଲେ
ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦେବା ପରେ ସୋମବାର ପ୍ରଥମଥର ସଂସଦ ଭବନ ପହଞ୍ଚିଥିଲେ । ଯେଉଁଠି NDA ସାଂସଦମାନେ ଧର୍ମେନ୍ଦ୍ରଙ୍କୁ ସ୍ଵାଗତ କରିଛନ୍ତି । ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ହସ ଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ ହେବ ନୂଆ ଭୂମିକା ?
ଆଗାମୀ ଭବିଷ୍ୟତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କ'ଣ ରହିବ ? ଓଡ଼ିଶା ବିଜେପିର ଜଣେ ଶକ୍ତିଶାଳୀ ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ସେ କେନ୍ଦ୍ରୀୟ ରାଜନୀତିରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇ ଆସିଛନ୍ତି । ନିକଟରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ପ୍ରଭାରୀ ରହିବା ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ମମତା ବାନାର୍ଜୀଙ୍କ ଭବାନୀପୁର ଆସନରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟର ସୂତ୍ରଧର ଥିଲେ ।
୨୦୨୪ରେ ଲୋକସଭା ନିର୍ବାଚନ ପରେ ହରିୟାଣା ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ଭାବେ ଦଳକୁ ଲଗାତାର ତୃତୀୟଥର କ୍ଷମତାସୀନ କରାଇବାରେ ବଡ଼ ଯୋଗଦାନ ଦେଇଥିଲେ । ତା'ପୂର୍ବରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଆଦି ରାଜ୍ୟରେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଭାରୀ ରହି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
ଏବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳ ତାଙ୍କୁ ଏକୁଟିଆ ଛାଡ଼ି ଦେଇ ନାହିଁ । ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଭେଟିଛନ୍ତି । ବିଜେପିର ଶୀର୍ଷ ନେତୃତ୍ଵ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶିକ୍ଷା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କର ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: CMOରୁ ଗାଏବ ନାଇଡୁ କମିଶନଙ୍କ ଫାଇଲ୍ ଖୋଜିବ କ୍ରାଇମବ୍ରାଞ୍ଚ
ବିଜେପି ନେତାଙ୍କ ଅନୁସାରେ, ଧର୍ମେନ୍ଦ୍ରଙ୍କ ଇସ୍ତଫା ରାଜନୈତିକ ଉତ୍ତରଦାୟୀ, ତ୍ୟାଗ ଓ ରାଷ୍ଟ୍ର ହିତର ଏକ ବଡ଼ ଉଦାହରଣ । ସୋମବାର ଧର୍ମେନ୍ଦ୍ର ସଂସଦ ଭବନରେ ପହଞ୍ଚିବା ବେଳେ ସାଥୀ ସାଂସଦ ତାଙ୍କୁ ସ୍ଵାଗତ କରିବା ବେଳେ ଦେଖିବାକୁ ମିଳିଛି ।

ଆଉ କଂଗ୍ରେସ ସାଂସଦ ଜୟରାମ ରମେଶଙ୍କ "ଏଭଳି ଘଟେ ।"ର ତୁରନ୍ତ ଉତ୍ତର ରଖି ଧର୍ମେନ୍ଦ୍ର କହିଛନ୍ତି, "କିଛି ଘଟି ନାହିଁ । ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍ । AC ରୁମ୍ ଆକ୍ଟିଭିଷ୍ଟ ନୁହେଁ ।" ଦର୍ଶାଉଛି ଯେ, ଧର୍ମେନ୍ଦ୍ର ଆଗାମୀ ଦାୟିତ୍ଵ ସମ୍ଭାଳିବା ପାଇଁ ପ୍ରସ୍ତୁତ ଅଛନ୍ତି । କୁହାଯାଉଛି ଦଳ ତାଙ୍କୁ ଆଗକୁ ବଡ଼ ଦାୟିତ୍ଵ ଦେଇପାରେ ।
Related Topics
Explore more stories