Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୁବନେଶ୍ୱର, କଟକରୁ ଠାବ ସିମ୍‌ବକ୍ସ ଆତଙ୍କୀ ଲିଙ୍କର ଖୋଳତାଡ଼

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭୁବନେଶ୍ୱର, କଟକରୁ ଠାବ ସିମ୍‌ବକ୍ସ ଆତଙ୍କୀ ଲିଙ୍କର ଖୋଳତାଡ଼

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର, କଟକରୁ ଠାବ ସିମ୍‌ବକ୍ସ ଆତଙ୍କୀ ଲିଙ୍କର ଖୋଳତାଡ଼ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ଧରି ଝାଡ଼ଖଣ୍ଡରେ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ରାଜୁ ରହୁଥିବା ଏମଏ କୋଲୋନିରେ ପୋଲିସ ଖୋଳତାଡ ଚଳାଇ ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚିରେ ପହଞ୍ଚିଛି । ତୃତୀୟ ସିମ୍ ବକ୍ସ୍ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ । ସେପଟେ ବାଲାଂଦେଶୀ ଅସାଦ୍ଦୁର୍ ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଲା କମିସନରେଟ ପୋଲିସ୍ । ଆତଙ୍କୀ ଲିଙ୍କ୍ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଦୁଇଟି ଟିମ୍ ଖୁବଶୀଘ୍ର ଭୁବନେଶ୍ବରରେ ପହଞ୍ଚିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ଓ କଟକରୁ ମୋଟ ୧୨ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Excavation of Simbox Terrorist Link from Cuttack to Bhubaneswar | Argus News