|
logo
Live

Argus News - ବଡ଼ ପରିବର୍ତ୍ତନର ସଙ୍କେତ ; ସାରା ଦେଶରେ ମୋଦି ସୁନାମି

National

ବଡ଼ ପରିବର୍ତ୍ତନର ସଙ୍କେତ ; ସାରା ଦେଶରେ ମୋଦି ସୁନାମି

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ବଡ଼ ପରିବର୍ତ୍ତନର ସଙ୍କେତ ; ସାରା ଦେଶରେ ମୋଦି ସୁନାମି

ଅର୍ଗସ ବ୍ୟୁରୋ : ଓଡ଼ିଶା ସମେତ ସାରା ଦେଶରେ ମୋଦି ସୁନାମି । ଓଡ଼ିଶା ରଚିବାକୁ ଯାଉଛି ନୂଆ ଇତିହାସ । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲରେ ବଡ଼ ପରିବର୍ତ୍ତନର ସଙ୍କେତ । ଅପରପକ୍ଷରେ ଓଡ଼ିଆ ଜନତାଙ୍କୁ ଜାଗିର ଭାବୁଛି କି ବିଜେଡି । ଇଣ୍ଡିଆ ଟୁଡେ ଆକ୍ସିସ୍ କହିଛି, ବିଜେଡି-ବିଜେପିର ବରାବର ସ୍ଥିତି । ବିଜେଡିକୁ 62ରୁ 80, ବିଜେପିକୁ ବି 62ରୁ 80 । ନିଦ ହଜାଇ ଦେଲା କି ବିଜେଡିର । ଓପିନିଅନ୍ ପୋଲ ବିରୋଧରେ ମିଛ ବିଷୋଦାର କରୁଛନ୍ତି ବିଜେଡି ନେତା । 2019ର ଏକଜିଟ ପୋଲର ଉପସ୍ଥାପନ କରି ଓପିନିଅନ ଭୁଲ୍ ହୁଏ ବୋଲି ଦେଇଛନ୍ତି ସଙ୍କେତ । ସସ୍ମିତ୍ ପାତ୍ର, ସ୍ବୟଂ ପ୍ରକାଶ ମହାପାତ୍ରଙ୍କ ଏକ୍ସ ପୋଷ୍ଟ୍ ଦେଖନ୍ତୁ- 2019 ମସିହାର ଇଣ୍ଡିଆ ଟୁଡେ ଆକ୍ସିସ୍ ଏକଜିଟ୍ 89ରୁ 105 କହିଥିଲା ହେଲା 113 । ମୋଦି ସୁନାମିରେ ଏମପି ପାଇଁ ମିଳିପାରେ କିନ୍ତୁ ନବୀନଙ୍କ ପାଇଁ ଓଡ଼ିଆ ଲୋକ ଭୋଟ୍ ଦେବାର ଗର୍ବ ଓ ଅହଙ୍କାର ହେବାକୁ ଯାଉଛି କି ଚୁରମାର୍ । ଇଣ୍ଡିଆ ଟୁଡେ ଆକ୍ସିସ୍ ଛଡା ଦେଖନ୍ତୁ ସ୍କୁଲ ଅଫ୍ ପଲିଟିକ୍ସ- ବିଜେପିକୁ 78ରୁ 90 ବିଧାନସଭା ଆସନ ଓ ବିଜେଡିକୁ 46ରୁ 59 ଆସନ ଦେଇଛି । ସେହିପରି ଜନ୍ କୀ ବାତ ଏକଜିଟ୍ ପୋଲରେ ବିଜେପିକୁ 72, ବିଜେଡିକୁ 69କୁ ଖସି ଆସିପାରେ । ଦୀର୍ଘ ଦିନ ଲଢେଇରେ ରାଜ୍ୟର ସାଧାରଣ ଜନତା ବିଶେଷ ଭାବରେ ମହିଳା, ପଛୁଆ ବର୍ଗ ରାଜ୍ୟ ସରକାରଙ୍କ ଉପରେ ହୋଇଥିଲେ ଆକ୍ରାମଣତ୍ମକ । 25 ବର୍ଷର ଅପାରଗତାକୁ ପ୍ରତ୍ୟାଖାନ କରି ମୋଦିଙ୍କ ନେତୃତ୍ବରେ ପୂର୍ବୋଦୟର ନୂଆ ସକାଳକୁ ଆପଣେଇ ନେଇଛନ୍ତି ଓଡ଼ିଶାବାସୀ । 25 ବର୍ଷର ବିକାଶର ମିଛ ପ୍ରଚାରକୁ ସାଙ୍ଗକୁ ଓଡ଼ିଆ ସ୍ବାଭିମାନକୁ ଅପମାନିତ କରିଥିଲା ନବୀନଙ୍କ ତାମିଲ ଉତ୍ତରାଧିକାରୀ । ନବୀନଙ୍କ ଦୁର୍ବଳତା ପାହ୍ୟା ଓଡ଼ିଆ ସ୍ବାଭିମାନକୁ କଲେ ଅପମାନିତ । ଦଳର ନଂ 3 କୁହାଯାଉଥିବା ବବି କହିଲେ ମୁଁ କ୍ରୀତଦାସ । ପ୍ରତାପ ଦେବ ଟେଣ୍ଡ ବାନ୍ଧିଲେ ଟ୍ରାଫିକ୍ ସମ୍ଭାଳିଲେ । ପାଣ୍ଡିଆନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଓଡ଼ିଶାର ମଠ ସଂସ୍କୃତିକୁ ମାଟିରେ ମିଶାଇଦେଲା । ଅହଙ୍କାରରେ 4 ଦ୍ବାରରୁ 3 ଦ୍ବାରରେ ତାଲା ପକାଇଦେଲେ ।

ଅଧିକ ପଢନ୍ତୁ : ମୋଦି ସୁନାମୀ ; ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି, ନକଲି ଚାବି ଓ ରତ୍ନ ଚୋରି ପ୍ରସଙ୍ଗରେ ସିଧାସିଧା ଓଡ଼ିଆ ଲୋକଙ୍କ ସନ୍ଦେହରେ ରହିଲେ ତାମିଲ୍ ବାବୁ । ଓଡ଼ିଆଙ୍କୁ କବାଟ କିଳି ବହୁ ପ୍ରଚାରିତ ଫାଇଭ୍ ଟି ହେଲେ 5 ତାମିଲ୍ । ପାଣ୍ଡିଆନଙ୍କ ଛଡା ପ୍ରଭାକର, ବାଲକ୍ରୀଷ୍ଣ, ଭିନିଲ୍ କ୍ରୀଷ୍ଣା, ଜି ମାଥି ଭାତିନମ୍ । ଯେଉଁ ରାଜ୍ୟ କାଞ୍ଚି ବିଜୟ କରିଥିଲା । ମୁଣ୍ଡ କଟିଗଲା ପଛେ ରକ୍ତ ଢାଳି ଅଶୋକଙ୍କୁ ଶାନ୍ତିର ମାର୍ଗରେ ଯିବା ପାଇଁ ବାଧ୍ୟ କରିଥିଲା । ସେ ଜାତିକୁ 5 ତାମିଲ୍ ବିଚ୍ ରାସ୍ତାରେ ବେଇଜତ୍ କରିବା ଜଗାଇଲା କି ଓଡ଼ିଆ ସ୍ବାଭିମାନକୁ । ଗୋଦାବରୀଶଙ୍କ ଭାଷାରେ- ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି । ଏବେ ଓପିନିଅନ୍ ପୋଲ୍ ଓ ଆସନ୍ତାକାଲି ଏକଜିଟ୍ ପୋଲ୍ ଏକାଜାଟ୍ ହେଉ । ଆସାମ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଓଡ଼ିଶାବାସୀ ଟଙ୍କାଏ ଦୁଇ ଟଙ୍କା ଚାନ୍ଦା ଦେଇ ଟିକେଟ୍ କାଟି ତାମିଲନାଡୁ ପଠାଇ ଦିଅନ୍ତୁ । ହାରିଲେ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି ପାଣ୍ଡିଆନ୍ । ମଙ୍ଗଳବାର ଅପରାହ୍ନରେ ସମ୍ଭାବ୍ୟ ପରାଜୟ ପରେ କଣ ହେବ ବିଜେଡିର ସ୍ଥିତି । ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ହେବ ନା ବିଜେଡି ଇତିହାସ ବହିର ପାଠ୍ୟକ୍ରମରେ ରହିବ, ତାକୁ ହିଁ ଅପେକ୍ଷା । କିଛି ଲୋକଙ୍କୁ ସବୁ ଦିନ ପାଇଁ ବୋକା ବନାଯାଇପାରିବ, ସବୁ ଲୋକଙ୍କୁ କିଛି ଦିନ ପାଇଁ ବୋକା ବନାଇ ଯାଇପାରିବ । ମାତ୍ର ସବୁ ଲୋକଙ୍କୁ ସବୁଦିନ ପାଇଁ ବୋକା ବନାଯାଇପାରିବ ନାହିଁ । ଏକଜିଟ୍ ପୋଲ ଦେଇଛି ତାର ସଙ୍କେତ । ଏକଜାଟ୍ ପୋଲ ତା ଉପରେ ମୋହର ଲଗାଇବାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଡ଼ ପରିବର୍ତ୍ତନର ସଙ୍କେତ ; ସାରା ଦେଶରେ ମୋଦି ସୁନାମି | Argus News