Explosive Seized / ଡାକ୍ତରଙ୍କ ଘରୁ ବିସ୍ଫୋରକ ଜବତ ଘଟଣା: ଟାର୍ଗେଟରେ ଥିଲା କି ଦିଲ୍ଲୀ?
·10 months ago·2 min read

Key Points
ହରିୟାଣାର ଫରିଦାବାଦରେ ଚଢାଉ ସମୟରେ ଜଣେ ଡାକ୍ତରଙ୍କ ଘରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ମିଳିବା ସୁରକ୍ଷା ଏଜେନ୍ସିମାନଙ୍କ ନିଦ ହଜାଇଦେଇଛି।
ହରିୟାଣାର ଫରିଦାବାଦରେ ଚଢାଉ ସମୟରେ ଜଣେ ଡାକ୍ତରଙ୍କ ଘରୁ ୩୬୦ କିଲୋଗ୍ରାମ ବିସ୍ଫୋରକ ମିଳିବା ସୁରକ୍ଷା ଏଜେନ୍ସିମାନଙ୍କ ନିଦ ହଜାଇଦେଇଛି । ଏତେ ପରିମାଣର ବିସ୍ଫୋରକ ଯଦି ବ୍ୟବହାର ହୋଇଥାନ୍ତା ତେବେ କେତେ ବଡ଼ ଧ୍ବଂସଲୀଳା ଘଟାଇଥାନ୍ତା ତାହା ଭାବିଲେ ମଧ୍ୟ ଭୟ ଲାଗୁଛି ।
ଏହି ଡାକ୍ତର ରୂପୀ ଆତଙ୍କବାଦୀ ଦେଶରେ କେତେ ପରିମାଣର ଧ୍ୱଂସ ଘଟାଇବାକୁ ଯୋଜନା କରୁଥିଲା ତାହା କେବଳ ଏହି ଘଟଣାରୁ କଳ୍ପନା କରାଯାଇପାରିବ ଯେ ୧୪ ଫେବୃଆରୀ ୨୦୧୪ରେ ହୋଇଥିବା ପୁଲୱାମା ସିଆରପିଏଫ କନଭୟ ଆକ୍ରମଣରେ କେବଳ ୬୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର ହୋଇଥିଲା । ଯଦି ୩୬୦ କିଲୋଗ୍ରାମ ଆରଡିଏକ୍ସ ବ୍ୟବହାର ହୋଇଥାନ୍ତା ସ୍ଥିତି କଣ ହୋଇଥାନ୍ତା ତାହା ଅନୁମାନ କରିପାରୁଥିବେ।
ଏହାସହ ପଢ଼ନ୍ତୁ : SIS ଟାର୍ଗେଟରେ RSS ଲକ୍ଷ୍ନୌ ଅଫିସ୍ ଓ ଦିଲ୍ଲୀ, ଆକ୍ରମଣ ପାଇଁ କରିଥିଲେ ରେକି
ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଏହି ବିସ୍ଫୋରକ ଫରିଦାବାଦ ପାଇଁ ଅଣାଯାଇଥିଲା ନା ଦିଲ୍ଲୀ ପାଇଁ ? କାରଣ ଫରିଦାବାଦଠାରୁ ଦିଲ୍ଲୀ ମାତ୍ର ୨୫ କିଲୋମିଟର ଦୂର । ପୁଣି ଫରିଦାବାଦ ଦିଲ୍ଲୀ ଏନସିଆର (ଜାତୀୟ ରାଜଧାନୀ କ୍ଷେତ୍ର) ଅଧିନରେ ଆସୁଛି । ଆତଙ୍କବାଦୀମାନେ ଭାରତର ଶକ୍ତିକେନ୍ଦ୍ର ଦିଲ୍ଲୀରେ ଆକ୍ରମଣ କରି ଯେତିକି ଚର୍ଚ୍ଚା ସୃଷ୍ଟି କରିବେ ତାହା ଫରିଦାବାଦରେ ପାଇବେ ନାହିଁ । ଏଣୁ ଏପରି ସଂଦେହ ହେବା ସ୍ବାଭାବିକ ଯେ ଏହି ବିସ୍ଫୋରକ ଦିଲ୍ଲୀରେ ଏକ ବଡ଼ ଆକ୍ରମଣ କରିବାକୁ ରଖାଯାଇଥିଲା ଓ ଠିକ ସମୟରେ ତାହାକୁ ଦିଲ୍ଲୀ ଚାଲାଣ କରାଯାଇଥାନ୍ତା।
ସେପଟରେ ଫରିଦାବାଦ ପୋଲିସ କମିଶନର ସତ୍ୟେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି, ଜଣେ ଫରିଦାବାଦରୁ ଏବଂ ଅନ୍ୟ ଜଣେ ସାହାରନପୁରରୁ। ଫରିଦାବାଦରେ ଗିରଫ ହୋଇଥିବା ଡାକ୍ତର ଏଠାକାର ଏକ ବିଶ୍ୱବିଦ୍ୟାଳୟ, ଅଲ୍ ଫଲାରେ ପାଠପଢ଼ାଉଥିଲେ। ଏହି ସମ୍ପୂର୍ଣ୍ଣ ଆତଙ୍କୀର ପର୍ଦ୍ଦାଫାସ୍ କରିବା ପାଇଁ ୧୫ ଦିନ ଧରି ଏକ ମିଳିତ ଅଭିଯାନ ଚାଲିଥିଲା। ଏହି ଅଭିଯାନ ଏବେ ବି ଜାରି ରହିଛି। ସତେନ୍ଦ୍ର କୁମାର ଗୁପ୍ତା କହିଛନ୍ତି ଯେ, ଜାତୀୟ ସୁରକ୍ଷା ଚିନ୍ତା ଯୋଗୁଁ, ସେ ବର୍ତ୍ତମାନ ଅନେକ ବିବରଣୀ ପ୍ରକାଶ କରିପାରିବେ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଫରିଦାବାଦ ମେଡିକାଲ କଲେଜରୁ ୨ଟି AK-47 ଓ ବିସ୍ଫୋରକ ଜବତ
ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠୋରଙ୍କ ସୂଚନା ଆଧାରରେ ପୋଲିସ ଚଢ଼ାଉ କରିଛି। ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା । ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି।
ଅଧିକାରୀଙ୍କ ଅନୁଯାୟୀ, ଡାକ୍ତର ଜଣଙ୍କ ଭଡା ଘର ନେଇଥିଲେ। ପୋଲିସ ତାଙ୍କ ଘରୁ ପ୍ରାୟ ୩୦୦ କିଲୋ RDX, ଦୁଇଟି AK-47 ରାଇଫଲ୍, ୮୪ କାର୍ଟ୍ରିଜ୍ ଓ ରାସାୟନିକ ପଦାର୍ଥ ଜବତ କରିଛି। ଏକ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି ଘରେ ଚଢାଉ କରିଥିଲା।

Related Topics
Explore more stories