Videos
|
National

ପୁଟିନଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଟିନଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ  ଏସ ଜୟଶଙ୍କର

ଅର୍ଗସ ବ୍ୟୁରୋ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ପୁଟିନ କହିଛନ୍ତି ସାରା ବିଶ୍ୱରେ ଅଶାନ୍ତି ଦେଖା ଦେଇଥିଲେ ମଧ୍ୟ ଭାରତରେ ଆମର ପ୍ରକୃତ ବନ୍ଧୁ ମୋଦିଙ୍କ ସହ ସମ୍ପର୍କ କ୍ରମାଗତ ଭାବରେ ଅଗ୍ରଗତି ହୋଇଛି। ୟୁକ୍ରେନର ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଥର ସେଠାକାର ପରିସ୍ଥିତି ଉପରେ ନଜର ରଖିବାକୁ କହିଥିଲି ।

ଅଧିକ ପଢନ୍ତୁ : ଦୁର୍ବଳ ହେଇଯାଉଛନ୍ତି ପୁଟିନ୍‌ଙ୍କ ସୈନ୍ୟ

ଯାହାକି ଯଥାସମ୍ଭବ ସେ କରିବାକୁ ମଧ୍ୟ ଇଚ୍ଛୁକ ହୋଇଥିଲେ । ମୋଦିଙ୍କୁ ଋଷିଆକୁ ଆସିବାକୁ ନିମନ୍ତ୍ରଣ କରିବାକୁ ଯାଇ ପୁଟିନ କହିଛନ୍ତି ଆମର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀ ଋଷିଆ ଗସ୍ତରେ ଆସିଲେ ଆମେ ଖୁସି ହେବୁ । ସେପଟେ ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ବନ୍ଧୁ ମୋଦିଙ୍କୁ ନିର୍ବାଚନର ସଫଳତା କାମନା କରିଛନ୍ତି ପୁଟିନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
External Affairs Minister S Jaishankar has met Putin | Argus News