Dating App Rising / ପରକୀୟା ସମ୍ପର୍କ ପାଇଁ ଡେଟିଂ ଆପ୍ରେ ୪ ନିୟୁତ ଭାରତୀୟ, ବେଙ୍ଗାଲୁରୁ ଆଗରେ
·6 hours ago·2 min read

Key Points
ବଢୁଛନ୍ତି ପରକୀୟା ସମ୍ପର୍କ ଡେଟିଂ ଆପ୍ର ଉପଭୋକ୍ତା
ପରକୀୟା ସମ୍ପର୍କ ପାଇଁ ଡେଟିଂ ଆପ୍ରେ ୪ ନିୟୁତ ଭାରତୀୟ
ଆଗରେ ବେଙ୍ଗାଲୁରୁ, ପରେ ହାଇଦ୍ରାବାଦ ଓ ଦିଲ୍ଲୀ
ବିବାହ ବାହାରେ ସମ୍ପର୍କ ନେଇ ଡେଟିଂ ଆପ୍ ଗ୍ଲିଡେନର ସର୍ଭେ

ଭୁବନେଶ୍ବର,୪/୪: ଦେଶରେ ଏବେ ପରକୀୟା ସମ୍ପର୍କ ବଢିଚାଲିଛି। କିଛି ବିବାହିତ ମହିଳା ଏବଂ ପୁରୁଷ ସମସ୍ତ ପ୍ରତିବନ୍ଧକକୁ ଭାଙ୍ଗି ଦେଉଛନ୍ତି। ବିବାହ ବାହାରେ ପ୍ରେମ ଏବଂ ସମ୍ପର୍କ ଖୋଜୁଥିବା ବିବାହିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ପ୍ରୋତ୍ସାହନ ଦେଉଛି ‘ଏକ୍ସାମାରିଟାଲ ଡେଟିଂ ଆପ୍ ଗ୍ଲିଡେନ। ବିବାହ ବାହାରେ ସମ୍ପର୍କ ନେଇ ଡେଟିଂ ଆପ୍ ଗ୍ଲିଡେନ୍ ତାର ସର୍ଭେରେ ଏହା ଦାବି କରିଛି। ଗ୍ଲିଡେନ୍ ହେଉଛି ଏପରି ଏକ ଡେଟିଂ ଆପ୍ ଯେଉଁଥିରେ ଭାରତୀୟ ଗ୍ରାହକଙ୍କ ସଂଖ୍ୟା ୪ ନିୟୁତ ଅତିକ୍ରମ କରିଛି ।
କେମିତି ହୋଇଥିଲା ସର୍ଭେ
୨୦୨୪ରେ ଗ୍ଲିଡେନ୍ ୨୫ରୁ ୫୦ ବର୍ଷ ବୟସର ଟାୟାର ୧ ଓ ଟାୟାର ୨ ସହରରେ ୧,୫୦୩ ବିବାହିତ ଭାର ଭାରତୀୟଙ୍କୁ ନେଇ ଏକ ସର୍ଭେ କରିଥିଲା | ଏହା ବୁଝିବା ପାଇଁ ଯେ ଲୋକମାନେ ଆଜି ବିବାହ ଓ ଅବିଶ୍ବାସକୁ ନେଇ କିପରି ଅନୁଭବ କରୁଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ୬୦ ପ୍ରତିଶତରୁ ଅଧିକ ଉତ୍ତରଦାତା ଅଣ-ପାରମ୍ପରିକ ଡେଟିଂ ପଦ୍ଧତି ଗ୍ରହଣ କରୁଛନ୍ତି। ଏହା କେବଳ ଗୋଟିଏ ପ୍ଲାଟଫର୍ମ ନୁହେଁ ଯାହା ଏହି ପରିବର୍ତ୍ତନକୁ ସୂଚାଇଥାଏ। ବିବାହ ବର୍ହିଭୂତ ସଂଯୋଗକୁ ସୁଗମ କରିବା ପାଇଁ ଜଣାଶୁଣା ଅନ୍ୟ ଏକ ଗ୍ଲୋବାଲ୍ ଆପ୍ ଆସଲେ ମ୍ୟାଡିସନ୍ ଗତ ବର୍ଷ ପ୍ରକାଶ କରିଥିଲା ଯେ ତାମିଲନାଡୁର କାଞ୍ଚିପୁରମ୍ ଏହାର ଜୁନ୍ ୨୦୨୫ ତଥ୍ୟ ଅନୁଯାୟୀ ଦେଶର ଏକ ହଟସ୍ପଟ୍ ଭାବରେ ଡଭା ହୋଇଛି।
କଣ କହୁଛି ତଥ୍ୟ
ଗ୍ଲିଡେନର ସର୍ବଶେଷ ତଥ୍ୟ ଅନୁଯାୟୀ, ଏହାର ୬୫ ପ୍ରତିଶତ ଉପଭୋକ୍ତା ପୁରୁଷ ଓ ୩୫ ପ୍ରତିଶତ ମହିଳା। ଅଧିକାଂଶ ବିବାହିତ କିମ୍ବା ଦୀର୍ଘକାଳୀନ ସମ୍ପର୍କରେ ଅଛନ୍ତି। ମହିଳାଙ୍କ ଅଂଶଗ୍ରହଣ ଏବେ ତୀବ୍ର ବୃଦ୍ଧି ପାଇଛି, ଗତ ଦୁଇ ବର୍ଷ ମଧ୍ୟରେ ୧୪୮ ପ୍ରତିଶତ ବୃଦ୍ଧି ପାଇଛି। ହାରାହାରି ଭାବେ ଭାରତୀୟ ଉପଭୋକ୍ତାମାନେ ଦିନକୁ ୧ରୁ ୧.୫ ଘଣ୍ଟା ଏହି ପ୍ଲାଟଫର୍ମରେ ଚାଟିଂ କରିଥାନ୍ତି | ପ୍ରମୁଖ କାର୍ଯ୍ୟକଳାପ ଦିନ ୧୨ଟାରୁ ୩ଟା ଓ ତା'ପରେ ପୁନର୍ବାର ରାତି ୧୦ଟାରୁ ମଧ୍ୟରାତ୍ରି ମଧ୍ୟରେ ହୋଇଥାଏ | ପସନ୍ଦ ଢାଞ୍ଚା ମଧ୍ୟ ଏକ ଆଧୁନିକ ସେଟିଂରେ ପାରମ୍ପରିକ ଆଶାକୁ ପ୍ରତିଫଳିତ କରେ: ପୁରୁଷମାନେ ୨୫-୩୦ ବର୍ଷ ବୟସର ମହିଳାମାନଙ୍କୁ ଖୋଜନ୍ତି। ମହିଳାମାନେ ୩୦-୪୦ ବର୍ଷ ବୟସର ପୁରୁଷମାନଙ୍କୁ ପସନ୍ଦ କରନ୍ତି, ପ୍ରାୟତଃ ଆର୍ଥିକ ଦୃଷ୍ଟିରୁ ସ୍ଥିର ପେସାଦାର ଯେପରିକି ଡାକ୍ତର, ବରିଷ୍ଠ କାର୍ଯ୍ୟନିର୍ବାହୀ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ।
ପଢନ୍ତୁ ଏହି ଖବର:ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ
ଆଗରେ ବେଙ୍ଗାଲୁରୁ
ମେଟ୍ରୋ ସହରଗୁଡ଼ିକ ପ୍ରାଧାନ୍ୟ ବିସ୍ତାର ଜାରି ରଖିଥିବାବେଳେ ଏହି ଧାରା କେବଳ ସହରାଞ୍ଚଳ ହବ୍ ମଧ୍ୟରେ ସୀମିତ ନୁହେଁ। ୧୮ ପ୍ରତିଶତ ଉପଭୋକ୍ତାଙ୍କ ସହ ସବୁଠାରୁ ଆଗରେ ଅଛି ବେଙ୍ଗାଲୁରୁ ତା’ ପଛକୁ ୧୭ ପ୍ରତିଶତ ଉପଭୋକ୍ତାଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି ହାଇଦ୍ରାବାଦ, ୧୧ ପ୍ରତିଶତ ଉପଭୋକ୍ତାଙ୍କ ସହ ତୃତୀୟ ସ୍ଥାନରେ ରହିଛି ରାଜଧାନୀ ଦିଲ୍ଲୀ। ମାୟାନଗରୀ ମୁମ୍ବାଇରେ ୯ ପ୍ରତିଶତ ଓ ପୁଣେରେ ରହିଛନ୍ତି ୭ ପ୍ରତିଶତ ଉପଭୋକ୍ତା।
ଛୋଟ ସହର ବି ପଛରେ ପଡ଼ିନି
କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଲକ୍ଷ୍ନୌ, ଚଣ୍ଡୀଗଡ଼, ସୁରତ, କୋଏମ୍ବାଟୁର, ପାଟନା ଓ ଗୁଆହାଟୀ ସମେତ ଛୋଟ ସହରରୁ ମଧ୍ୟ ଉପଭୋକ୍ତାଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ଗ୍ଲିଡେନ୍ ପ୍ଲାଟଫର୍ମ ମହିଳାମାନଙ୍କୁ ଏହାକୁ ମାଗଣାରେ ବ୍ୟବହାର କରିବାକୁ ଅନୁମତି ଦେଇଥାଏ, ଯାହାଫଳରେ ମହିଳା ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories