Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପହଲଗାମ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ପର୍ଯ୍ୟଟକଙ୍କ ଚାଞ୍ଚଲ୍ୟକର ବୟାନ

National

ପହଲଗାମ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ପର୍ଯ୍ୟଟକଙ୍କ ଚାଞ୍ଚଲ୍ୟକର ବୟାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ପହଲଗାମ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ପର୍ଯ୍ୟଟକଙ୍କ ଚାଞ୍ଚଲ୍ୟକର ବୟାନ

ଗୁଜରାଟୀ ପର୍ଯ୍ୟଟକ ଋଷି ଭଟ୍ଟଙ୍କ ଚାଞ୍ଚଲ୍ୟକର ବୟାନ । ଜିପ୍ ଲାଇନ୍ ଅପରେଟରର ବିବାଦୀୟ ଭୂମିକା ବାବଦରେ କହିଲେ ଋଷି । ଅପରେଟର ଆଲ୍ଲା ହୋ ଆକବର କହିବା ପରେ ଆରମ୍ଭ ହୋଇଥିଲା ଫାୟାରିଂ । ପୂର୍ବରୁ ଆଲ୍ଲା ହୋ ଆକବର କହୁନଥିଲା ଜିପ୍ ଲାଇନ୍ ଅପରେଟର ।

୫୩ ସେକେଣ୍ଡର ଭିଡିଓରେ ଆତଙ୍କୀଙ୍କ ନରସଂହାରର ପ୍ରମାଣ ରହିଛି । ଜିପ୍ ଲାଇନରୁ କ୍ୟାମେରାରେ କଏଦ ହୋଇଛି ଆତଙ୍କୀଙ୍କ ନରସଂହାର । ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟର ଦୃଶ୍ୟ ଦେଖିବାକୁ ମିଳିଛି । ପହଲଗାମ ଆତଙ୍କୀ ଆକ୍ରମଣର ଭୟଙ୍କର ଦୃଶ୍ୟ । ସାମ୍ନାକୁ ଆସିଛି ଆତଙ୍କୀ ଆକ୍ରମଣର ନୂଆ ଭିଡିଓ । ଉପରେ ପର୍ଯ୍ୟଟକ, ତଳେ ଗୁଳି ବର୍ଷାଉଥିବା ଆତଙ୍କବାଦୀ । ୭ ମିନିଟର ବିଳମ୍ବ ଯୋଗୁଁ ବଞ୍ଚିଗଲା ଋଷି ଭଟ୍ଟଙ୍କ ଜୀବନ ।


ସେପଟେ ୨୬ ହତ୍ୟାର ଦୋଷୀଙ୍କୁ ଜଙ୍ଗଲ ଓ ପାହାଡ଼ରେ ଚାଲିଛି ସନ୍ଧାନ । ଆତଙ୍କୀ ଆକ୍ରମଣର ଗୋଟି ଗୋଟି ସତ ଖୋଜିବ NIA । ପହଲଗାମ ଆତଙ୍କୀ ଆକ୍ରମଣର NIA ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଯାଇଛି । ଜିପ୍ ଲାଇନ୍ ଅପରେଟରକୁ କରାଯିବ ପଚରାଉଚୁରା । ଘଟଣାସ୍ଥଳରେ କାମ କରୁଥିବା ଲୋକଙ୍କୁ ବି କରାଯିବ ପଚରାଉଚୁରା । ଗୁଜରାଟୀ ପର୍ଯ୍ୟଟକ ଋଷି ଭଟ୍ଟଙ୍କୁ ପଚରାଉଚୁରା ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
eyewitness-account-of-pahalgam-attack-by-tourist | Argus News