Videos
|
National

Explosion Near Red Fort / ''ମୁଁ ଦେଖିଲି କେଉଁଠି ପଡ଼ିଥିଲା ଛିଣ୍ଡା ହାତ ତ ଆଉ କେଉଁଠି ଫୁସଫୁସ୍'' ପ୍ରତ୍ୟକ୍ଷଦର୍ଶୀ

Rashmita Mishra
Browse all articles by Rashmita Mishra
·8 months ago·2 min read
''ମୁଁ ଦେଖିଲି କେଉଁଠି ପଡ଼ିଥିଲା ଛିଣ୍ଡା ହାତ ତ ଆଉ କେଉଁଠି ଫୁସଫୁସ୍'' ପ୍ରତ୍ୟକ୍ଷଦର୍ଶୀ

Key Points

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସର୍ବପ୍ରଥମେ ସେମାନେ ଫୁସଫୁସ୍ ଦେଖିଲେ, ଏହାପରେ କିଛି ଦୂରରେ ହାତ ପଡ଼ିଥିବା ଦେଖିଲେ, ଯାହାକୁ ଦେଖି ସେମାନେ ଭୟଭୀତ ହୋଇଗଲେ।

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲାଲ୍‌ କିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣ ପରେ ଆତଙ୍କ ଖେଳି ଯାଇଛି । ଏହି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଆଖପାଖରେ ଧାଁ ଦୌଡ଼ ଲାଗି ରହିଥିଲା ଏବଂ ଖୁବ୍‌ ଦୂରଯାଏ ଲୋକଙ୍କୁ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା।

ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ବେଶ ଭୟଙ୍କର ଥିଲା । ପ୍ରଥମେ କାର୍‌ ବିସ୍ଫୋରଣ ପରେ ନିଆଁ ଅନ୍ୟ ଗାଡ଼ିକୁ ବ୍ୟାପି ଯାଇଥିଲା । ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଥିଲେ ।
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଛିଡ଼ା ହୋଇଥିବା କାର୍‌ରୁ ବିସ୍ଫୋରଣ ହେବା ସହ ପାଖରେ ଥିବା ଅନ୍ୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ତେବେ, କାର୍‌ରେ କୌଣସି ବିସ୍ଫୋଟକ ଥିଲା ନା କାର୍‌ର ସିଏନଜି (CNG) ଟାଙ୍କି ଫାଟି ବିସ୍ଫୋରଣ ହୋଇଛି ସ୍ପଷ୍ଟ ହୋଇ ନାହିଁ ।

ଏହି ବିସ୍ଫୋରଣରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ଥିବା କୁହାଯାଉଛି । ଏହା ବ୍ୟତୀତ କାର୍‌ରେ ହୋଇଥିବା ବିସ୍ଫୋରଣ ପରେ ଆଖପାଖରେ ଠିଆ ହୋଇଥିବା ଗାଡ଼ିର ବିଭିନ୍ନ ଅଂଶ ଉଡ଼ି ଯାଇଛି। ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀ ମାନେ ଏହାର ଛାତିଥରା ଦୃଶ୍ୟକୁ ବଖାଣିଛନ୍ତି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସର୍ବପ୍ରଥମେ ସେମାନେ ଫୁସଫୁସ୍ ଦେଖିଲେ, ଏହାପରେ କିଛି ଦୂରରେ ହାତ ପଡ଼ିଥିବା ଦେଖିଲେ, ଯାହାକୁ ଦେଖି ସେମାନେ ଭୟଭୀତ ହୋଇଗଲେ।

ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ନିକଟ ମେଟ୍ରୋ ଷ୍ଟେସନ୍ ବାହାରେ ବଡ଼ ବିସ୍ଫୋରଣ; ଜଣେ ମୃତ, ଜଳିଗଲା ୬ ଗାଡ଼ି

ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆମେ ସମସ୍ତେ ଭୟଭୀତ ହୋଇଗଲୁ। ପୁଣି ଆମେ କିଛି ବାଟ ଆଗକୁ ଯାଇ ଦେଖିଲୁ ତ କାହାର ହାତ ତ ଆଉ କାହାର ଫୁସଫୁସ୍‌ ପଡ଼ି ଥିଲା।

ଡେପୁଟୀ ଚିଫ୍‌ ଫାୟର ଅଫିସର ଏକେ ମାଲିକ୍‌ କହିଛନ୍ତି ଆମେ ଖବର ପାଇଲୁ କି, ଚାନ୍ଦନୀ ଚୌକ ମେଟ୍ରୋ ଷ୍ଟେସନ ନିକଟରେ ଏକ କାର୍‌ରେ ବିସ୍ଫୋରଣ ହୋଇଛି। ଆମେ ତୁରନ୍ତ ୭ଟି ୟୁନିଟ୍‌କୁ ଘଟଣା ସ୍ଥଳକୁ ପଠାଇ ଦେଲୁ। ଏଥିରେ ଅନେକ ଲୋକ ଆହାତ ହୋଇଛନ୍ତି । ଆମର ସବୁ ଟିମ୍‌ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Explosion Near Red Fort | Eyewitness Speaks: “I Saw Severed Hands and Scattered Lungs” – Shocking Incident in Odisha | Argus News