Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Social Media / ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ ବାଧ୍ୟତାମୂଳକ ହେବ କେୱାଇସି

Subhramjit Ray
Browse all articles by Subhramjit Ray
·3 months ago·2 min read
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ ବାଧ୍ୟତାମୂଳକ ହେବ କେୱାଇସି
KYC for Social Media

Key Points

ସୋସିଆଲ ମିଡିଆ ପ୍ଲାଟଫର୍ମ ଅପବ୍ୟବହାରକୁ ରୋକିବା ପାଇଁ ଏକ ସଂସଦୀୟ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛି। ଏହାର ବ୍ୟବହାର ପାଇଁ ବାଧ୍ୟତାମୂଳକ KYC ଯାଞ୍ଚ କାର୍ଯ୍ୟକାରୀ କରିବାକୁ କହିଛି।
KYC for Social Media Users: ଦେଶରେ ବ୍ୟବହୃତ ହେଉଥିବା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ "ନୋ ୟୋର କଷ୍ଟମର୍" (Know Your Customer) ଅର୍ଥାତ୍ କେୱାସି ଯାଞ୍ଚ ପକ୍ରିୟା ଖୁବଶୀଘ୍ର ବାଧ୍ୟତାମୂଳକ ହୋଇପାରେ। ଦେଶରେ ମହିଳା ଏବଂ ନାବାଳକଙ୍କ ସୁରକ୍ଷା ପାଇଁ ଏକ ସଂସଦୀୟ କମିଟି ଏପରି ସୁପାରିଶ କରିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବହୁ ଦିନ ଧରି ନାବାଳକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଖରୁ ଦୂରେଇ ରଖିବା ପାଇଁ ଦେଶରେ ଆଲୋଚନା ଜାରି ରହିଛି। ସଂସଦୀୟ କମିଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଗରେ ଏହି ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଆଗତ କରିଛି।

ବୟସ ଏବଂ ପରିଚୟ ଯାଞ୍ଚ ପାଇଁ ହୋଇଛି ସୁପାରିଶ
ସଂସଦୀୟ କମିଟି ପ୍ରସ୍ତାବ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଡେଟିଂ ଆପ୍ସ ଏବଂ ଗେମିଂ ପ୍ଲାଟଫର୍ମ ବ୍ୟବହାରକୁ ନେଇ ଏକ କେୱାସି (KYC) ଆଧାରିତ ଉପଭୋକ୍ତା ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ଏହି ସୁପାରିଶ "ସାଇବର ଅପରାଧ ଏବଂ ମହିଳାଙ୍କ ସୁରକ୍ଷା" ବିଷୟ ଉପରେ ମହିଳା ସଶକ୍ତିକରଣ ସଂସଦୀୟ କମିଟି ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟର ଏକ ଅଂଶ।

କମିଟି ପକ୍ଷରୁ ହୋଇଛି କଠୋଇ ସୁପାରିଶ
ନକଲି ସୋସିଆଲ ମିଡ଼ିଆ ପ୍ରୋଫାଇଲ୍ ଏବଂ ବେନାମୀ ଉତ୍ପୀଡ଼ନ ଭଳି ସମସ୍ୟାକୁ ରୋକିବା ପାଇଁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମ ରେ ବାଧ୍ୟତାମୂଳକ କେୱାସି ଯାଞ୍ଚ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ସଂସଦୀୟ କମିଟି ଗୁରୁତ୍ୱାରୋପ କରିଛି। କମିଟି ରିପୋର୍ଟ ସୁପାରିଶ କରିଛି ଯେ ସୋସିଆଲ ମିଡ଼ିଆ କମ୍ପାନୀ ନିୟମିତ ବ୍ୟବଧାନରେ ବ୍ୟବହାରକାରୀଙ୍କୁ ପୁନଃର୍ବାର ଯାଞ୍ଚ କରିବା ଆବଶ୍ୟକ। ବାରମ୍ବାର ଅଭିଯୋଗ ପାଉଥିବା ଆକାଉଣ୍ଟ ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ।

ପଢନ୍ତୁ ଏହି ଖବର: ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ...

ଡେଟିଂ-ଗେମିଂ ଆପ୍ ପାଇଁ ପ୍ରଣୟନ ହେଉ ନିୟମ
ଏହା ବ୍ୟତୀତ ମହିଳା କିମ୍ବା ନାବାଳକଙ୍କୁ ଠକେଇ ଅଥବା ଶୋଷଣରୁ ରକ୍ଷା କରିବା ପାଇଁ ଡେଟିଂ-ଗେମିଂ ଆପ୍ ପାଇଁ କଠୋର ଲାଇସେନ୍ସ ନିୟମ ଏବଂ ବୟସ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହି ନିୟମ ଉଲ୍ଲଂଘନ କରୁଥିବା ପ୍ଲାଟଫର୍ମ ପାଇଁ ଭାରୀ ଜରିମାନା ଲାଗୁ କରିବାର ପ୍ରସ୍ତାବ ଦିଆଯାଇଛି। ସଂସଦୀୟ କମିଟି ରିପୋର୍ଟ ଦର୍ଶାଇଛି ଯେ କିପରି ନକଲି ଆକାଉଣ୍ଟ କାରଣରୁ ବିଭିନ୍ନ ପ୍ରକାରର ସାଇବର ଅପରାଧ, ଅନଲାଇନ୍ ଉତ୍ପୀଡ଼ନ ଏବଂ ସମ୍ମତି ବିନା ବ୍ୟକ୍ତିଗତ ଫଟୋ ପ୍ରସାରଣକୁ ପ୍ରୋତ୍ସାହିତ କରିବା ଭଳି ଘଟଣା ବଢିବାରେ ଲାଗିଛି।

ସୁପାରିଶ ଉପରେ ଆସିଛି ପ୍ରଶ୍ନ
ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ କାହାକୁ ସମାଲୋଚନା ଅଥବା ଟ୍ରୋଲିଂ କରିବା କିମ୍ବା ନିଜର ପରିଚୟ ଲୁଚାଇବା ଭଳି ଘଟଣା ସାଧାରଣ ହୋଇଗଲାଣି। ଏହାକୁ ରୋକିବା ପାଇଁ କେୱାସି ଏବଂ ଏନେଇ ହେଉଥିବା ଅଭିଯୋଗର ଯାଞ୍ଚ ବ୍ୟବସ୍ଥା କରାଯିବା ଆବଶ୍ୟକ। ଯଦିଓ ଏହି ପଦକ୍ଷେପ ଡିଜିଟାଲ୍ ପ୍ଲାଟଫର୍ମର ହେଉଥିବା ଅପବ୍ୟବହାରକୁ ରୋକିବା ସହ ପରିଚୟ ଯାଞ୍ଚ ପ୍ରକ୍ରିୟାକୁ ସହଜ କରିବ। ହେଲେ ଏହା ଦ୍ୱାରା ଗୋପନୀୟତା ଏବଂ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ବିଷୟରେ ବିତର୍କ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Facebook, Instagram May Require KYC for Users: New Social Media Rule Explained | Argus News