Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାବଧାନ,ବଜାରରେ ବୁଲୁଛି ମାଳମାଳ ୫୦୦ ଟଙ୍କିଆ ଜାଲ ନୋଟ୍,୫୦୦ ଟଙ୍କିଆ ଜାଲ୍‌ ନୋଟ୍ ବୃଦ୍ଧି

National

Fake 500 Notes in Market / ସାବଧାନ,ବଜାରରେ ବୁଲୁଛି ମାଳମାଳ ୫୦୦ ଟଙ୍କିଆ ଜାଲ ନୋଟ୍,୫୦୦ ଟଙ୍କିଆ ଜାଲ୍‌ ନୋଟ୍ ବୃଦ୍ଧି

Bikash Mohanty
Browse all articles by Bikash Mohanty
·1 hour ago·2 min read
ସାବଧାନ,ବଜାରରେ ବୁଲୁଛି ମାଳମାଳ ୫୦୦ ଟଙ୍କିଆ ଜାଲ ନୋଟ୍,୫୦୦ ଟଙ୍କିଆ ଜାଲ୍‌ ନୋଟ୍ ବୃଦ୍ଧି
Fake Note

Key Points

ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍
ଜାଲ ନୋଟ ସଂଖ୍ୟା ୫.୭% ବୃଦ୍ଧି
ଜାଲ ନୋଟ୍‌ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ
ବଜାରକୁ ଆସିପାରେ ପ୍ଲାଷ୍ଟିକ୍‌ ନୋଟ୍‌
ମୁମ୍ବାଇ, ୩୦/୦୫: ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍ । ୨୦୨୫ -୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏଭଳି ନୋଟ୍ ସଂଖ୍ୟା ୫.୭% ବଢ଼ି ୨,୨୯,୭୪୬ ଖଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷରେ ଥିଲା ୨,୧୭,୩୯୬ । ତେବେ ବଜାରରେ ବୁଲୁଥିବା ଜାଲ ନୋଟ୍‌ଗୁଡ଼ିକ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ। ଏବେ ୫୦୦ ଟଙ୍କିଆ ଜାଲ ନୋଟ୍ ସଂଖ୍ୟାରେ ୨୦.୫% ବୃଦ୍ଧି ଘଟିଛି । ଫଳରେ ଏହା ୧,୪୧,୯୦୭ ଖଣ୍ଡରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ।

ନକଲି ନୋଟ୍ ପାଇଁ ଅଧିକ ଟାର୍ଗେଟ ୫୦୦ ଟଙ୍କିଆ । କାରଣ ଏହାର ପ୍ରଚଳନ ଅଧିକ । ୨୦୨୫-୨୬ରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ୍ ମଧ୍ୟରୁ ୫୦୦ ଟଙ୍କିଆର ଅଂଶ ରହିଛି ୬୧.୮% । ୨୦୨୪-୨୫ ଏବଂ ୨୦୨୩-୨୪ରେ ଏହା ଯଥାକ୍ରମେ ୫୪.୨% ଏବଂ ୩୮.୫% ଥିଲା ।

ଏବେ ନକଲି ଦୁଇ ହଜାର ଟଙ୍କିଆ ନୋଟ୍ ସଂଖ୍ୟା ବଡ଼ ମାତ୍ରାରେ ହ୍ରାସ ପାଇଛି । ୨୦୨୫-୨୬ରେ ଏହା ୮୨୪ ଖଣ୍ଡକୁ ଖସିଛି, ଯାହାକି ୨୦୨୪-୨୫ରେ ୩,୫୦୮ ଏବଂ ୨୦୨୩-୨୪ରେ ୨୬,୦୩୫ ଥିଲା । ତେବେ ନକଲି ୧୦ ଟଙ୍କିଆ, ୫୦ ଟଙ୍କିଆ, ୧୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ୍ ସଂଖ୍ୟା ହ୍ରାସ ପାଇଥିବା ଆରବିଆଇ ପକ୍ଷରୁ ପ୍ରକାଶ ।

ପଢନ୍ତୁ ଏହି ଖବର:କାଗଜ ନୁହେଁ, ବଜାରକୁ ଆସିପାରେ ପ୍ଲାଷ୍ଟିକ୍‌ ନୋଟ୍‌ ! RBI କରୁଛି ବଡ଼ ପ୍ଲାନ୍‌

୨୦୨୬-୨୭ ପାଇଁ ନିଜର ମୁଦ୍ରା ପରିଚାଳନା ଏଜେଣ୍ଡାର ଅଂଶବିଶେଷ ଆରବିଆଇ ନୂଆ ଏବଂ ବିକଶିତ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଚଳନ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ମୁଦ୍ରା ପରିଚାଳନା ଏଜେଣ୍ଡାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ନୋଟ୍‌ର ଅଖଣ୍ଡତାକୁ ସୁଦୃଢ଼ କରିବା । ଅଧିକ ୫୦୦ ଟଙ୍କିଆ ନକଲି ନୋଟ୍ ଅଧିକ ହେବାର କାରଣ ହେଉଛି ଏହାର ବହୁଳ ପ୍ରଚଳନ ।

ସେପଟେ ଏଣିକି ଆଉ କାଗଜ ନୁହେଁ,ବଜାରକୁ ଆସିପାରେ ପ୍ଲାଷ୍ଟିକ୍‌ ନୋଟ୍‌ । ଭାରତରେ ପ୍ଲାଷ୍ଟିକ ନୋଟ୍ ଜାରି କରିବାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅନେକ ରିପୋର୍ଟ ଦାବି କରୁଛି ଯେ, ଖୁବଶୀଘ୍ର ଭାରତରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ହୋଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଟନା ଏବଂ ମୁମ୍ବାଇରେ ଆୟୋଜିତ ଆରବିଆଇର ଗତ ଦୁଇଟି ବୋର୍ଡ ବୈଠକରେ ପଲିମର କିମ୍ବା ପ୍ଲାଷ୍ଟିକ ନୋଟ୍‌ ପ୍ରଚଳନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କୁହାଯାଉଛି ଯେ, ଏହି ନୋଟ୍ କାଗଜ ନୋଟ୍‌ ତୁଳନାରେ କମ୍ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରିବ ଏବଂ ଏହାର ଆୟୁ ଅଧିକ ଓ ସୁରକ୍ଷିତ ହୋଇପାରିବ । ଏହି କାରଣରୁ ଏହି ନୋଟ୍ ପ୍ରଚଳନ ପାଇଁ ବିଚାର କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake 500 Notes in Market | Fake ₹500 Notes Alert in Market | Rising Counterfeit Currency Concern in India | Argus News