RBI Plastic Notes / କାଗଜ ନୁହେଁ, ବଜାରକୁ ଆସିପାରେ ପ୍ଲାଷ୍ଟିକ୍ ନୋଟ୍ ! RBI କରୁଛି ବଡ଼ ପ୍ଲାନ୍
·3 months ago·2 min read

Key Points
ଭାରତରେ ଆସିପାରେ ପ୍ଲାଷ୍ଟିକ୍ ନୋଟ୍
RBIର ବଡ଼ ପ୍ଲାନ୍
ଖୁବ୍ ଶୀଘ୍ର ହୋଇପାରେ ଘୋଷଣା
RBIର ବଡ଼ ପ୍ଲାନ୍
ଖୁବ୍ ଶୀଘ୍ର ହୋଇପାରେ ଘୋଷଣା
ଆଉ କାଗଜ ନୁହେଁ, ଏଥର ବଜାରକୁ ଆସିପାରେ ପ୍ଲାଷ୍ଟିକ୍ ନୋଟ୍ । ଭାରତରେ ପ୍ଲାଷ୍ଟିକ ନୋଟ୍ ଜାରି କରିବାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅନେକ ରିପୋର୍ଟ ଦାବି କରୁଛି ଯେ, ଖୁବଶୀଘ୍ର ଭାରତରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ହୋଇପାରେ । ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁସାରେ, ଭାରତରେ ପଲିମର ନୋଟ୍ର ବର୍ନ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହା ଉପରେ କାମ ଆରମ୍ଭ କରିଛି । ଭାରତରେ ପଲିମର ନୋଟ୍ ପ୍ରଚଳନ ବିଷୟରେ RBI ଆଲୋଚନା କରୁଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଟନା ଏବଂ ମୁମ୍ବାଇରେ ଆୟୋଜିତ ଆରବିଆଇର ଗତ ଦୁଇଟି ବୋର୍ଡ ବୈଠକରେ ପଲିମର କିମ୍ବା ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କୁହାଯାଉଛି ଯେ, ଏହି ନୋଟ୍ କାଗଜ ନୋଟ୍ ତୁଳନାରେ କମ୍ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରିବ ଏବଂ ଏହାର ଆୟୁ ଅଧିକ ଓ ସୁରକ୍ଷିତ ହୋଇପାରିବ । ଏହି କାରଣରୁ ଏହି ନୋଟ୍ ପ୍ରଚଳନ ପାଇଁ ବିଚାର କରାଯାଉଛି ।
ଖର୍ଚ୍ଚ କମ୍ ହେବା ସହିତ ଏହି ନୋଟ୍ ଏଟିଏମ୍ ମେସିନ୍ ପାଇଁ ମଧ୍ୟ ସହଜ ହେବ । ଆରବିଆଇ ପାଖରେ ଏହା କରିବା ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଉପଲବ୍ଧ ଅଛି । ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁସାରେ, କେନ୍ଦ୍ରୀୟ ବ୍ୟାଙ୍କ ପଲିମର ନୋଟ୍ ପାଇଁ ଏକ ପାଇଲଟ୍ ପ୍ରକଳ୍ପର ଯୋଜନା ମଧ୍ୟ କରୁଛି, ଯାହାର ଘୋଷଣା ନିକଟ ଭବିଷ୍ୟତରେ କରାଯାଇପାରେ ।

ଅଧିକ ପଢ଼ନ୍ତୁ: TMC ସାଂସଦଙ୍କ ବଡ଼ ବୟାନ, କିଛି ଦିନ ମଧ୍ୟରେ ଶେଷ ହୋଇଯିବ ତୃଣମୂଳ କଂଗ୍ରେସ
ଖର୍ଚ୍ଚ କମ୍ ହେବା ସହିତ ଏହି ନୋଟ୍ ଏଟିଏମ୍ ମେସିନ୍ ପାଇଁ ମଧ୍ୟ ସହଜ ହେବ । ଆରବିଆଇ ପାଖରେ ଏହା କରିବା ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଉପଲବ୍ଧ ଅଛି । ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁସାରେ, କେନ୍ଦ୍ରୀୟ ବ୍ୟାଙ୍କ ପଲିମର ନୋଟ୍ ପାଇଁ ଏକ ପାଇଲଟ୍ ପ୍ରକଳ୍ପର ଯୋଜନା ମଧ୍ୟ କରୁଛି, ଯାହାର ଘୋଷଣା ନିକଟ ଭବିଷ୍ୟତରେ କରାଯାଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆରବିଆଇର ୨୦୨୫ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ଯେ, କାଗଜ ନୋଟ୍ ଛାପିବା ପାଇଁ ଖର୍ଚ୍ଚ ପୂର୍ବ ଆର୍ଥିକ ବର୍ଷରେ ୫,୧୦୧.୪ କୋଟିରୁ ବୃଦ୍ଧି ପାଇ ୬,୩୭୨.୮ କୋଟିରେ ପହଞ୍ଚିଛି । ଏହି ବୃଦ୍ଧିର ପ୍ରମୁଖ କାରଣ ହେଉଛି ନୋଟ୍ ଛାପିବାର ବଢ଼ୁଥିବା ଚାହିଦା । ଏହାଛଡ଼ା, ୨୦୨୫ ଆର୍ଥିକ ବର୍ଷରେ ପ୍ରାୟ ୨୩.୮ ଖରାପ ନୋଟ୍ ପ୍ରତ୍ୟାହାର କରାଯାଇଥିଲା । ଯାହା ଗତ ବର୍ଷ ତୁଳନାରେ ୧୨.୩ ପ୍ରତିଶତ ବୃଦ୍ଧି ପାଇଛି ।
Related Topics
Explore more stories