ବିରାଟଙ୍କ ପାଇଁ ୧୫୬୮ କିମି ଆସିଲେ ଫ୍ୟାନ , ମାସେ ପାଇବେ ମାଗଣା ଖାଦ୍ୟ

ଅର୍ଗସ ବ୍ୟୁରୋ : ବିରାଟଙ୍କ ଫ୍ୟାନଙ୍କ କ୍ରେଜ ସବୁବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ତାଙ୍କର ବ୍ୟାଟିଂ ଷ୍ଟାଇଲ ତାଙ୍କ ଲୁକ ପାଇଁ ଦିନକୁ ଦିନ ତାଙ୍କ ଫ୍ୟାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ତାଙ୍କର ଏକ ଫ୍ୟାନକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚ ଲାଗି ରହିଛି । ଯିଏ ବିରାଟଙ୍କ ପାଇଁ ୧୫୬୮ କିଲୋମିଟର ଯାତ୍ରା କରି ତାଙ୍କୁ ଭେଟିବାକୁ ଆସିଛନ୍ତି । ଆଉ ତାହା ବି ନିଜର ରହିବା ଏବଂ ଖାଇବା ଖର୍ଚ୍ଚକୁ ବଞ୍ଚାଇ କରିଛନ୍ତି । ଏହି ଟ୍ବିଟ ପରେ ଏକ ଅନଲାଇନ ଖାଦ୍ୟ ବିତରଣ କମ୍ପାନୀ ତାଙ୍କୁ ଏକ ମାସ ମାଗଣା ଖାଦ୍ୟ ଦେବେ ବୋଲି ଘୋଷଣା କରିଛନ୍ତି । ଏବଂ ଫ୍ୟାନଙ୍କ ପାଇଁ ପଠାଯାଇଥିବା ଖାଦ୍ୟର ଫଟୋ ମଧ୍ୟ ସେୟାର କରିଛନ୍ତି ।
ଅଧିକ ପଢନ୍ତୁ : ଲଗାତାର ୬ଟି ମ୍ୟାଚ ଜିତିବାପରେ ପ୍ଲେ ଅଫରୁ ବିଦା ହେଲା RCB
ତେବେ ଚଳିତ ବର୍ଷ ଆଇପିଏଲରୁ ବହୁତ ଭଲ ପଫୋମାନ୍ସ କରିବା ପରେ ବାଦ ପଡିଛି ଆରସିବି । ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ରେ ଆର୍ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି । ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଥିଲା । ଫଳରେ ଆର୍ସିବି ଓ ବିରାଟ କୋହଲିଙ୍କ ଆଇପିଏଲ୍ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି । ହେଲେ ଖେଳ ପରେ ଫ୍ୟାନଙ୍କ ଏପରି ପୋଷ୍ଟକୁ ଦେଖିବା ପରେ ଚର୍ଚ୍ଚା ଲାଗିରହିଛି ।
📱 Get Argus News App
✨
1 month ka Roti, k̶a̶p̶d̶a̶, Makan ka intezam kar diya hai ❤❤ https://t.co/oG7EyiNVLL pic.twitter.com/g8QGzBHO1u
— Swiggy (@Swiggy) May 23, 2024
A fanbase like no other. This is what King Kohli has achieved. ❤️ pic.twitter.com/pigpFHyA8d
— Mufaddal Vohra (@mufaddal_vohra) May 22, 2024