Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Positive News / ହୃଦୟ ଜିତିନେଲେ କବାଡ଼ି ୱାଲା... ଅଳିଆ ବସ୍ତାରେ ଦେଇଥିବା ୧୫ ଲକ୍ଷର ସୁନା ଫେରାଇଲେ

Sushanta Sahoo
Browse all articles by Sushanta Sahoo
·4 months ago·3 min read
ହୃଦୟ ଜିତିନେଲେ କବାଡ଼ି ୱାଲା... ଅଳିଆ ବସ୍ତାରେ ଦେଇଥିବା ୧୫ ଲକ୍ଷର ସୁନା ଫେରାଇଲେ
Kabadiwala Returns ₹15 Lakh Gold

Key Points

ଆଜିର ଦିନରେ ଯେଉଁଠି ଚୋରି, ଠକେଇ ଓ ଲୋଭ ମଣିଷକୁ ଅଟକାଇ ପାରୁନାହିଁ । ସେଠି ଫରିଦାବାଦରୁ ଆସିଛି ମଣିଷପଣିଆର କାହାଣୀ । ଅଳିଆ କିଣୁଥିବା ମଣିଷ ହାଜି ଅଖତର ହିରୋ ପାଲଟିଛନ୍ତି ।
ନୂଆଦିଲ୍ଲୀ: ଘର ସଫା କରିବା ସମୟରେ ପ୍ରାୟତଃ ଲୋକେ ପୁରୁଣା ସାମଗ୍ରୀ ବାହାର କରି ଫିଙ୍ଗି ଦିଅନ୍ତି । ଆଉ ସେହି ଅଳିଆ ଆବର୍ଜନା ଭିତରେ ଯଦି ଆପଣଙ୍କ କୌଣସି ମୂଲ୍ୟବାନ ସାମଗ୍ରୀ ଚାଲିଯାଏ ତାହାଲେ ? ଫରିଦାବାଦରେ ଏମିତି ହୋଇଛି ।

ଗୋଟିଏ ପରିବାର ଅଜାଣତରେ ୧୫ ଲକ୍ଷର ସୁନା ଗହଣାକୁ ଅଳିଆ ଭାବି କବାଡ଼ି ୱାଲାକୁ ବିକି ଦେଇଥିଲେ । କିନ୍ତୁ ୪ ମାସ ପରେ କବାଡ଼ି ୱାଲା ଯାହା କଲେ, ତାହା ସମସ୍ତଙ୍କ ହୃଦୟ ଜିତିନେଲା ।

ଏଥିସହ ପଢ଼ନ୍ତୁ: ବିବାହ ଋତୁରେ ଜାଣିନିଅନ୍ତୁ ଆପଣଙ୍କ ସହରରେ ଆଜି କେତେ ରହିଛି ସୁନା ରୁପା ଦର...?

ଆଜିର ଦିନରେ ଯେଉଁଠି ଚୋରି, ଠକେଇ ଓ ଲୋଭ ମଣିଷକୁ ଅଟକାଇ ପାରୁନାହିଁ । ସେଠି ଫରିଦାବାଦରୁ ଆସିଛି ମଣିଷପଣିଆର କାହାଣୀ । ଯାହା ଭରସାକୁ ପୁଣି ଜୀବିତ କରିଛି । ଅଳିଆ କିଣୁଥିବା ମଣିଷ ହାଜି ଅଖତର ହିରୋ ପାଲଟିଛନ୍ତି ।

ଅଳିଆ ଅଖାରେ ସୁନା ରଖି କବାଡ଼ି ୱାଲାକୁ ବିକ୍ରି କରିଥିବା ଅଶୋକ ଶର୍ମା କହିଛନ୍ତି, "ଗତବର୍ଷ ଜାନୁଆରୀରେ ତାଙ୍କ ପରିବାର କୁମ୍ଭ ସ୍ନାନ ପାଇଁ ଯାଇଥିଲେ । ଚୋରି ଡରରେ ଘର ଲୋକ ସମସ୍ତ ଗହଣାକୁ ସୁରକ୍ଷିତ ରଖିବା ଲାଗି ଏକ ଡବାରେ ଭର୍ତ୍ତି କରି ଅଖା ଭିତରେ ରକି ଦେଇଥିଲେ ।"

ସେତେବେଳେ ସମସ୍ତେ ଭାବିଥିଲେ ଅଖା ଭିତରେ ଗହଣା ସୁରକ୍ଷିତ ରହିବ । କାହାକୁ କୌଣସି ସନ୍ଦେହ ହେବ ନାହିଁ । କିନ୍ତୁ ଅଶୋକଙ୍କ ପରିବାରର ଭାଗ୍ୟରେ ଅନ୍ୟ କିଛି ଥିଲା । ସମୟ ଗଡ଼ି ଚାଲିଲା, କୁମ୍ଭ ସ୍ନାନ ସାରି ପରିବାର ଫେରିଲେ, ସବୁକିଛି ସ୍ଵାଭାବିକ ଥିଲା... ପୁଣି ଆସିଲା ଦୀପାବଳି ।

ଛୋଟିଆ ଭୁଲ୍‌ରୁ ବଡ଼ କ୍ଷତି

ଦୀପାବଳିରେ ଘର ସଫା କରିବା ବେଳେ ପୁରୁଣା ଅବ୍ୟବହୃତ ସାମଗ୍ରୀକୁ ଘର ଲୋକ ଅଲଗା କରିଥିଲେ । ସେହି ସମୟରେ ଡବାରେ ସୁନା ରଖିଥିବା ଅଖାଟିକୁ ଅଳିଆ ଭାବି ନେଇଥିଲେ ଘର ଲୋକ । ଅଖା ଭିତରେ କ'ଣ ଅଛି ନଦେଖି ଅଦରକାରୀ ଭାବି କବାଡ଼ି ୱାଲାକୁ ଦେଇ ଦେଇଥିଲେ । କେହି ବି ମନେ ରଖି ନଥିଲେ ଉକ୍ତ ଅଖାରେ ୧୦୦ ଗ୍ରାମ୍ ସୁନା ଗହଣା ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ।

ଦୀପାବଳି ପୂଜା ସମୟରେ ପରିବାର ଲୋକଙ୍କ ମନେ ପଡ଼ିଥିଲା ସୁନା ଗହଣା କଥା । ଏହାପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଅଶୋକ ଶର୍ମା ସଙ୍ଗେ ସଙ୍ଗେ କୱାଡ଼ି ୱାଲା ପାଖକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ ସେତେବେଳେ ସୁନା ମିଳି ନଥିଲା । ଅଶୋକ ଭାରି ମନରେ ନିରାଶ ହୋଇ ଘରକୁ ଫେରିଥିଲେ । ସମସ୍ତ ଆଶା ମଳିନ ପଡ଼ି ଯାଇଥିଲା ।

ଏହା ପରେ ୪ ମାସ ବିତଗଲା । ସମସ୍ତେ ସୁନା କଥା ଭୁଲି ଯାଇଥିବା ବେଳେ ପୁଣି ଗୋଟିଏ ଦିନ କବାଡ଼ି ୱାଲା ହାଜି ଅଖତର ଖାନ ତାଙ୍କ ଗୋଦାମରେ ଏକ ପ୍ୟାକେଟ୍ ଦେଖନ୍ତି । ଆଉ ପ୍ଯାକେଟ୍ ଖୋଲିଲା ବେଳକୁ ସୁନା ଗହଣା ମିଳେ, ଯାହାକୁ ମାସାଧିକ ଆଗରୁ ଅଶୋକ ବିକ୍ରି କରିଥିଲେ ।

ଏଥିସହ ପଢ଼ନ୍ତୁ: ପୁଲିସ ନିକଟରେ ବୟାନ ଅଦାଲତରେ ସାକ୍ଷ୍ୟ ଭାବେ ଗ୍ରହଣୀୟ ନୁହେଁ: ହାଇକୋର୍ଟ

ମଣିଷପଣିଆ ଦେଖାଇଲେ ହାଜି

ଏତେ ପରିମାଣର ସୁନା ପାଇବା ପରେ କବାଡ଼ି ୱାଲା ହାଜି ଅଖତରଙ୍କ ମନରେ ଲୋଭ ଆସି ନଥିଲା । ମଣିଷପଣିଆ ଦେଖାଇ ସେ ପୋଲିସକୁ ସମ୍ପର୍କ କରି ଏସ୍‌ପି ଅଫିସ୍‌ରେ ପହଞ୍ଚିଥିଲେ । ସେଠାକୁ ଅଶୋକ ଶର୍ମାଙ୍କ ପରିବାରକୁ ଡାକି ସୁନା ଗହଣା ଫେରାଇଥିଲେ । ଅଜାଣତରେ ବିକିଥିବା ସୁନା ଫେରି ପାଇ ଖୁସିରେ ଝୁମି ଉଠିଥିଲେ ଅଶୋକଙ୍କ ପରିବାର ।

କବାଡ଼ି ୱାଲା ହାଜି ଅଖତର ଖାନ କହିଛନ୍ତି, "ଯେତେବେଳେ ମୋତେ ସୁନା ମିଳିଲା ତ ମୁଁ ଭାବିଲି ଏହା କାହାର ପରିଶ୍ରମର ଫଳ । ଏହାକୁ ପ୍ରକୃତ ମାଲିକଙ୍କ ପାଖରେ ପହଞ୍ଚାଇବା ମୋର କର୍ତ୍ତବ୍ୟ । ମୋ ପରିବାର ମଧ୍ୟ ମୋ ସାଥ୍ ଦେଇଥିଲେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Scrap Dealer Returns ₹15 Lakh Gold, Wins Hearts in Faridabad | Argus News | Argus News