Farmers / ଚାଷୀଙ୍କ ପାଇଁ ଖୁସି ଖବର: ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା

Key Points
ଚାଷୀଙ୍କ ପାଇଁ ଖୁସି ଖବର: ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା
ଭାରତରେ ଲକ୍ଷ ଲକ୍ଷ ଚାଷୀ ଅଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ, ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଚେଷ୍ଟା କରିଛନ୍ତି । ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬,୦୦୦ ସହାୟତା ରାଶି ଦିଆଯାଉଛି । ଏପର୍ଯ୍ୟନ୍ତ, ଏହି ଯୋଜନାର ୨୧ଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ଏବଂ ଏବେ ଚାଷୀମାନେ ୨୨ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।
ଯଦିଓ ସରକାର ଏପର୍ଯ୍ୟନ୍ତ ୨୨ତମ କିସ୍ତି ପାଇଁ ତାରିଖ ଘୋଷଣା କରିନାହାଁନ୍ତି, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି କିସ୍ତି ଫେବୃଆରୀରେ ଆସିପରେ ବୋଲି କୁହାଯାଉଛି । ଯଦି ଏହା ହୁଏ, ତେବେ କିଛି ସପ୍ତାହ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରେ । ତଥାପି ଏହି କିସ୍ତି ପାଇବା ପାଇଁ ଚାଷୀମାନଙ୍କୁ କିଛି ଆବଶ୍ୟକୀୟ ନିୟମ ଗୁଡ଼ିକ ଆପଣାଇବାକୁ ପଡ଼ିବ ।
e-KYC ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀମାନେ କେବଳ ସେମାନଙ୍କର ଇ-କେୱାଇସି ଠିକ୍ ଥିଲେ କିସ୍ତି ପାଇପାରିବେ। ସରକାର ସ୍ପଷ୍ଟ କରି କହିଛନ୍ତି ଯେ ଇ-କେୱାଇସି ବିନା ଚାଷୀମାନେ କୌଣସି କିସ୍ତିର ଲାଭ ପାଇବେ ନାହିଁ । ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ସରକାରୀ ୱେବସାଇଟ୍ କିମ୍ବା ସେମାନଙ୍କ ନିକଟତମ ସିଏସସି କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ଶେଷ କରିପାରିବେ । ଯେକୌଣସି ଆସୁବିଧା ନ ଆସିବା ପାଇଁ ଚାଷୀମାନଙ୍କୁ ଯଥାଶୀଘ୍ର ଏହି ପ୍ରକ୍ରିୟାକୁ ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଖାମେନିଙ୍କୁ ଖୋଜୁଛି ଆମେରିକା, ଅପହରଣ ପାଇଁ ଟ୍ରମ୍ପ କରୁଛନ୍ତି ପ୍ଲାନ...
ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରିବା
ଏହା ସହିତ, ଚାଷୀମାନେ ଜାଣିବା ଦରକାର ଯେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ଆଧାର ସହିତ ଲିଙ୍କ୍ ଅଛି କି ନାହିଁ । ଯଦି ଜଣେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ୍ ନାହିଁ, କିମ୍ବା ତାଙ୍କ ଆକାଉଣ୍ଟରେ ନାମ ଏବଂ ଜନ୍ମ ତାରିଖରେ କୌଣସି ଭୁଲ ଅଛ କି ନାହିଁ । ଯଦି ସେଥିରେ କିଛି ଭୁଲ ରହିଥାଏ ତେବେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରିବ ନାହିଁ । ତେଣୁ, ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ପ୍ରକ୍ରିୟା ଯଥାଶୀଘ୍ର ସମାପ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଦେଖନ୍ତୁ ଯେ ସେମାନଙ୍କ
ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ DBT ହୋଇଛି କି ନାହିଁ ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଜମି ଯାଞ୍ଚ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ଜମି ଯାଞ୍ଚ କରିନାହାଁନ୍ତି, ସେମାନେ ଏହାକୁ ଯଥାଶୀଘ୍ର ଏହାକୁ ଶେଷ କରିବା ଉଚିତ ।
ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକର ଯାଞ୍ଚ
ଚାଷୀମାନେ ସେମାନଙ୍କର ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏବଂ ରେକର୍ଡ ଯାଞ୍ଚ କରିବା ଉଚିତ। ଯଦି ସମସ୍ତ ଡକ୍ୟୁମେଣ୍ଟ ସଠିକ୍ ଏବଂ ଅପଡେଟ୍ ହୋଇଥାଏ, ତେବେ ସେମାନେ ସହଜରେ ୨୨ତମ କିସ୍ତିର ଲାଭ ପାଇପାରିବେ। ଯଦି ଜଣେ ଚାଷୀ ସମୟ ମଧ୍ୟରେ ଏହି ପ୍ରକ୍ରିୟାକୁ ଶେଷ କରିନଥିବେ ତେବେ ୨୨ତମ କିସ୍ତି ତାଙ୍କ ଆକାଉଣ୍ଟରେ ଜମା ହେବ ନାହିଁ।
📱 Get Argus News App
✨Related Topics
Explore more stories