Videos
|
National

Satellite Surveillance on Stubble Burning in India / ସାଟେଲାଇଟ୍‌କୁ ଚକମା ଦେଉଛନ୍ତି ଚାଷୀ; ତୁରତାର ସହ ଜାଳିବାରେ ଲାଗିଛନ୍ତି ପାଳ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସାଟେଲାଇଟ୍‌କୁ ଚକମା ଦେଉଛନ୍ତି ଚାଷୀ; ତୁରତାର ସହ ଜାଳିବାରେ ଲାଗିଛନ୍ତି ପାଳ
Satellite Surveillance on Stubble Burning in India

Key Points

ରିପୋର୍ଟରେ ଦାବି କରାଯାଇଛି ଯେ ପଞ୍ଜାବ ଏବଂ ହରିୟାଣାର କିଛି ଚାଷୀ ନଡ଼ା ଜାଳିବା ସମୟରେ ସାଟେଲାଇଟ୍ ମନିଟରିଂ  ସମାୟସୀମା ମଧ୍ୟରେ ରହିଥିବା ବ୍ୟବଧାନର ସୁଯୋଗ ନେଉଛନ୍ତି। ସେମାନେ ବୁଝିବା ଆରମ୍ଭ କରିଛନ୍ତି ଯେ ସାଟେଲାଇଟ୍ ସବୁ ସମୟରେ ଗୋଟିଏ ଅଞ୍ଚଳ ଉପରେ ନଜର ରଖେ ନାହିଁ,। ବରଂ ନିର୍ଦ୍ଦିଷ୍ଟ ସମୟରେ ଚିତ୍ର ଉତ୍ତୋଳନ କରେ।
ପ୍ରାୟ ୩ ଦଶନ୍ଧି ପୂର୍ବେ ଭାରତ, ପୋଖରାଣ ପରମାଣୁ ପରୀକ୍ଷଣ ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେହି ସମୟରେ ଏହି ପରୀକ୍ଷଣର ନେତୃତ୍ୱ ନେଉଥିବା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ବିଦେଶୀ ଗୁଇନ୍ଦା ଉପଗ୍ରହର (ସାଟେଲାଇଟ୍) ସତର୍କ ନଜରକୁ ଏଡ଼ାଇ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ସମାପ୍ତ କରିଥିଲେ। ଏବେ ଏକ ନୂତନ ରିପୋର୍ଟ ଦାବି କରିଛି ଯେ ପଞ୍ଜାବ ଏବଂ ହରିୟାଣାର କିଛି ଚାଷୀ ସାଟେଲାଇଟ୍ ନିରୀକ୍ଷଣର (Reconnaissance Satellite) ସୀମାକୁ ବୁଝି, ପାଳ ଜାଳିବା ପାଇଁ ସମାନ ରଣନୀତି ଗ୍ରହଣ କରୁଛନ୍ତି।

ରିପୋର୍ଟ ଅନୁଯାୟୀ ଚାଷୀ ବୁଝିବା ଆରମ୍ଭ କରିଛନ୍ତି ଯେ ଉପଗ୍ରହ (Spy Satellite) ସବୁବେଳେ କୌଣସି ଅଞ୍ଚଳକୁ ପର୍ଯ୍ୟବେକ୍ଷଣ (Satellite Observation & Surveillance) କରନ୍ତି ନାହିଁ। ସେମାନେ କେବଳ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅଞ୍ଚଳ ଦେଇ ଅତିକ୍ରମ କରିଥାନ୍ତି। ଯଦି କୌଣସି ସାଟେଲାଇନ୍ ଦ୍ୱାରା ହେଉଥିବା ପର୍ଯ୍ୟବେକ୍ଷଣ ସମୟରେ (Satellite Monitoring Window) ପାଳ ଜାଳି ଦିଆଯାଏ, ବିଶେଷକରି ସନ୍ଧ୍ୟା କିମ୍ବା ରାତି ସମୟରେ, ସେତେବେଳେ ଅନେକ ଘଟଣା ସାଟେଲାଇଟ୍ ରେକର୍ଡ (Satellite Record) ରୁ ଅଦୃଶ୍ୟ ରହିପାରେ।

ଏହି କାରଣରୁ ପରିବେଶ ସଂଗଠନ iFOREST "ଫାୟାର ୱାଚ୍" (Fire Watch) ନାମକ ଏକ ନୂତନ ବହୁମୁଖି-ଉପଗ୍ରହ ପର୍ଯ୍ୟବେକ୍ଷଣ ପ୍ଲାଟଫର୍ମ (Multi-Satellite Monitoring Platform) ବିକଶିତ କରିଛି। ଏହି ସଙ୍ଗଠନର ସିଇଓ ଡକ୍ଟର ଚନ୍ଦ୍ର ଭୂଷଣଙ୍କ ଅନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥା ପାଳ ଜାଳିବାର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରେ ନାହିଁ। କାରଣ ଏହା ସୀମିତ ସଂଖ୍ୟକ ଧ୍ରୁବୀୟ-କକ୍ଷପଥ ଉପଗ୍ରହ (Polar Orbiting Satellites) ଉପରେ ନିର୍ଭର କରିଥାଏ।

ଡକ୍ଟର କଲାମଙ୍କ ରଣନୀତି କିପରି ଗ୍ରହଣ କରିଛନ୍ତି ଦେଶର ଚାଷୀ?
୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାଣ ଠାରେ ପରମାଣୁ ପରୀକ୍ଷଣ ହୋଇଥିଲା। ଏହା ପରେ ଏହା ଜଣାପଡ଼ିଲା ଯେ ଭାରତୀୟ ବୈଜ୍ଞାନିକ ସାଟେଲାଇଟ୍ ଓଭରପାସ୍ (Satellite Overpass) ମଧ୍ୟରେ ରହିଥିବା ସମୟକୁ ବ୍ୟବହାର କରି ପରୀକ୍ଷଣ ପାଇଁ ପ୍ରସ୍ତୁତି ସମାପ୍ତ କରିଥିଲେ। ସେତେବେଳେ ଏହା ବୁଝାପଡ଼ିଥିଲା ​​ଯେ ମହାକାଶରୁ ସାଟେଲାଇଟ୍ ମାଧ୍ୟମରେ ହେଉଥିବା ନିରୀକ୍ଷଣ ନିରନ୍ତର ହୁଏନାହିଁ। ବରଂ ଏହା ନିୟମିତ ବ୍ୟବଧାନରେ କରାଯାଉଥିଲା। ରିପୋର୍ଟ ଅନୁଯାୟୀ, ଚାଷ ଜମିରେ ଲଗା ଯାଉଥିବା ନିଆଁ ଉପରେ ନିରୀକ୍ଷଣ କରିବାରେ ସମାନ ବୈଷୟିକ ସୀମା ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିରୀକ୍ଷଣ କରିବାରେ କେଉଁଠି ରହିଛି ଚ୍ୟାଲେଞ୍ଜ?
ପାଳ ଜଳିବା ଘଟଣାକୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ଚାରୋଟି ଧ୍ରୁବୀୟ-କକ୍ଷପଥ ଉପଗ୍ରହ ମୁଖ୍ୟତଃ ବ୍ୟବହୃତ ହେଉଛି। ଯେଉଁଥିରେ NASA ଦ୍ୱାରା ପରିଚାଳିତ MODIS ସେନ୍ସର ଏବଂ VIIRS ସେନ୍ସର ଅନ୍ତର୍ଭୁକ୍ତ। ଏହି ଉପଗ୍ରହ କେବଳ ଦିନର ନିର୍ଦ୍ଦିଷ୍ଟ ସମୟରେ ଏକ ଅଞ୍ଚଳର ପ୍ରତିଛବି ଉତ୍ତୋଳନ କରିଥାନ୍ତି। ଏହି କାରଣରୁ ଯଦି ଏକ ଉପଗ୍ରହ ଅତିକ୍ରମ କରିବା ପରେ ନିଆଁ ଲଗାଯାଏ ଏବଂ ଶୀଘ୍ର ଏହାକୁ ଲିଭାଇ ଦିଆଯାଏ, ତାହେଲେ ପାଳ ଜାଳିବା ଘଟଣାକୁ ରେକର୍ଡ କରିବାର ସମ୍ଭାବନା କମ୍ ହୋଇପାରେ।

ପାଳ ଜାଳିବା ଘଟଣା ପ୍ରକୃତରେ ହ୍ରାସ ପାଇଛି କି?
ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ଚାଷଜମିରେ ପାଳ ଜାଳିବାର ପ୍ରାୟ ୮୦,୦୦୦ ଘଟଣା ରେକର୍ଡ କରାଯାଇଥିଲା। ଯାହା ଗତ ବର୍ଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୬ ହଜାରକୁ ହ୍ରାସ ପାଇଛି। ବିଶେଷଜ୍ଞ ଅନୁମାନ କରନ୍ତି ଯେ ଏହି ହ୍ରାସ କେବଳ କଠୋର କାର୍ଯ୍ୟାନୁଷ୍ଠାନ, ଯନ୍ତ୍ରପାତି ସବସିଡି ଏବଂ ସଚେତନତା ଅଭିଯାନ ଯୋଗୁଁ ନୁହେଁ। ବରଂ ଚାଷୀଙ୍କ ପରିବର୍ତ୍ତିତ ରଣନୀତି ଯୋଗୁଁ ମଧ୍ୟ ହୋଇପାରେ। ଅନେକ ଚାଷୀ ଏବେ ସାଟେଲାଇଟ୍ ମନିଟରିଂ ସମୟ ସୀମା ବିଷୟରେ ଅଧିକ ସଚେତନ।