Videos
|
National

Kashmir Controversy / ଫାରୁକ୍ ଅବଦୁଲ୍ଲାଙ୍କ ପାକିସ୍ତାନ ପ୍ରେମ; କହିଲେ 'ପାକିସ୍ତାନ ପାଇଁ ବଞ୍ଚିଛି କାଶ୍ମୀର'

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଫାରୁକ୍ ଅବଦୁଲ୍ଲାଙ୍କ ପାକିସ୍ତାନ ପ୍ରେମ; କହିଲେ 'ପାକିସ୍ତାନ ପାଇଁ ବଞ୍ଚିଛି କାଶ୍ମୀର'
Farooq Abdullah's Pakistan Comment Triggers Political Row

Key Points

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବେ ଭାରତ ବଦଳରେ ପାକିସ୍ତାନ ପ୍ରେମରେ ପଡ଼ିଛନ୍ତି । ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ଜମ୍ମୁ-କାଶ୍ମୀରର ଲୋକଙ୍କୁ ପାକିସ୍ତାନ ସୁରକ୍ଷା ଦେଉଛି ।"
ଶ୍ରୀନଗର: ପୁଅ ମୁଖ୍ୟମନ୍ତ୍ରୀ, ଦାୟିତ୍ଵ ରାଜ୍ୟବାସୀଙ୍କ ସୁରକ୍ଷା । ରାଜ୍ୟର ମୁଖିଆ ଭାବେ ପୁଅ ଯେତେବେଳେ ସାମ୍ବିଧାନିକ ପଦରେ ରହି ଶାସନ କରୁଛନ୍ତି । ସେହି ସମୟରେ ଜଣେ ବାପାର କର୍ତ୍ତବ୍ୟ ହେଉଛି ପୁଅଠୁ ଅଧିକ । ଅର୍ଥାତ୍ ରାଜ୍ୟ ସହ ଦେଶର ମର୍ଯ୍ୟାଦା ରକ୍ଷା କରିବା ।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣରେ ଦେଶ ପ୍ରେମ ଉଦ୍‌ଭାସିତ ହେବା କଥା । କିନ୍ତୁ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବେ ଭାରତ ବଦଳରେ ପାକିସ୍ତାନ ପ୍ରେମରେ ପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ମୁମ୍ବାଇରୁ Rapido ଡ୍ରାଇଭର ଗିରଫ; ଜୈଶ ଆତଙ୍କୀ ସହ ଥିଲା ଲିଙ୍କ୍ 

ନ୍ୟାସନାଲ କନଫରେନ୍ସ (NC) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏବେ କାଶ୍ମୀରକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି । ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ଜମ୍ମୁ-କାଶ୍ମୀରର ଲୋକଙ୍କୁ ପାକିସ୍ତାନ ସୁରକ୍ଷା ଦେଉଛି ।"


ବିଜେପିର କଡ଼ା ବିରୋଧ

ଫାରୁକ ଅବଦୁଲ୍ଲାଙ୍କ ଏଭଳି ଦେଶ ବିରୋଧୀ ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା କରିଛି । ବିଜେପି ନେତା ଫାରୁକଙ୍କ ଏହି ବୟାନକୁ ଦେଶ ବିରୋଧୀ ଓ ଦେଶଦ୍ରୋହ ବୋଲି କହିଛନ୍ତି । ଏଥସହ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରିଛନ୍ତି ।

ଅକ୍ଟୋବର ୨୪ ତାରିଖ (ଶନିବାର) ବାରାମୁଲ୍ଲାରେ ଦଳୀୟ କର୍ମୀଙ୍କ ଏକ ସମ୍ମିଳନୀରେ ଭାଷଣ ଦେବା ବେଳେ ଫାରୁକ୍ ଅବଦୁଲ୍ଲା ପାକିସ୍ତାନ ପ୍ରେମ ଦେଖାଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ଫାରୁକ ଅବଦୁଲ୍ଲାଙ୍କ ଅନୁସାରେ, "ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଉଛି । ଏହାଦ୍ୱାରା ଜମ୍ମୁ-କାଶ୍ମୀରର ଲୋକଙ୍କ ସମସ୍ୟା ବିଶ୍ୱ ସାମ୍ନାକୁ ଆସୁଛି ।" ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଶ୍ୱର ଚାପ ଯୋଗୁଁ ଭାରତ ସରକାର ଏହି ପ୍ରସଙ୍ଗରେ ଚୁପ୍ ରହୁଛନ୍ତି ଏବଂ କାଶ୍ମୀରବାସୀଙ୍କ ପ୍ରତି ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନୁହେଁ ।

କ୍ଷମା ମାଗନ୍ତୁ ଫାରୁକ୍ ଅବଦୁଲ୍ଲା

ଫାରୁକ୍ ଅବଦୁଲ୍ଲାଙ୍କ ବୟାନ ପରେ ବିଜେପି ନେତାମାନେ ଫାରୁକ୍ ଅବଦୁଲ୍ଲାଙ୍କୁ ଘେରିଛନ୍ତି । ବିଜେପି ମୁଖପାତ୍ର ଆର୍‌ପି ସିଂହ କହିଛନ୍ତି, "ଫାରୁକ୍ ଅବଦୁଲ୍ଲା ସୀମା ଆରପଟେ ଥିବା କାଶ୍ମୀରବାସୀଙ୍କ ସ୍ଥିତିକୁ ମଧ୍ୟ ଦେଖିବା ଉଚିତ୍ । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ଓ ଅର୍ଥନୀତିରେ ଉନ୍ନତି ହୋଇଛି ।"

ବିଜେପି ନେତ୍ରୀ ୟାମିନୀ ଶର୍ମା ମଧ୍ୟ ଅବଦୁଲ୍ଲାଙ୍କ ବୟାନକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଏହି ମନ୍ତବ୍ୟ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରୁଛି ।" ଅନ୍ୟପଟେ, ବିଜେପି ବିଧାୟକ ଯୁଦ୍ଧବୀର ସେଠୀ ଏହି ବୟାନ ପାଇଁ ଫାରୁକ୍ ଅବଦୁଲ୍ଲାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସାମ୍ବାରେ ସନ୍ଦେହଜନକ ପାରା: ଗୋଡରେ ମୁଦି, ଉର୍ଦ୍ଦୁ ଏବଂ ପାକିସ୍ତାନୀରେ ଲେଖାଯାଇଥିବା ନୋଟ୍ 

କ’ଣ କହିଲା କଂଗ୍ରେସ ?

ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ କପିଲ ସିଂହ କହିଛନ୍ତି, "ଫାରୁକ୍ ଅବଦୁଲ୍ଲା ନିଜର ବ୍ୟକ୍ତିଗତ ମତ ରଖିଥାଇପାରନ୍ତି । ତେବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପାକିସ୍ତାନର ହସ୍ତକ୍ଷେପକୁ ଭାରତ ଗ୍ରହଣ କରିବ ନାହିଁ ।"

ତେବେ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ତଥା ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଅଧିକ ବିଚଳିତ ହୋଇ ପଡ଼ିଥିବା ଫାରୁକ ଅବଦୁଲ୍ଲା ପୁଣି ଥରେ ପାକିସ୍ତାନ ପ୍ରେମ ଦେଖାଇ ବିବାଦକୁ ଆହୁରି ବଢ଼ାଇଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: