Videos
|
National

Terror Link Arrest / ମୁମ୍ବାଇରୁ Rapido ଡ୍ରାଇଭର ଗିରଫ; ଜୈଶ ଆତଙ୍କୀ ସହ ଥିଲା ଲିଙ୍କ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମୁମ୍ବାଇରୁ Rapido ଡ୍ରାଇଭର ଗିରଫ; ଜୈଶ ଆତଙ୍କୀ ସହ ଥିଲା ଲିଙ୍କ୍
Rapido Driver Arrest

Key Points

୩୩ବର୍ଷୀୟ ରାପିଡୋ ଡ୍ରାଇଭର ଗିରଫ
ମେଟ୍ରୋ ପାଖରୁ ଧରିଲା ATS ଟିମ୍
ମିଛରେ ଚଲାଉଥିଲା ରାପିଡୋ
ମୁମ୍ବାଇ: ସ୍ଵପ୍ନର ନଗରୀ ମୁମ୍ବାଇରୁ ଗିରଫ ହେଲା ରାପିଡୋ ଡ୍ରାଇଭର । ପାକିସ୍ତାନରେ ବସିଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ସହ ଥିଲା ସମ୍ପର୍କ । ଏହି ୩୩ ବର୍ଷୀୟ ଯୁବକ ଜଣକ ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରିବା ଅଭିଯୋଗ ମଧ୍ୟ ଥିଲା । ଅଭିଯୁକ୍ତ ମହମ୍ମଦ ହସନ ଆବୁ ସରମଦ ଅଖତରକୁ ଗିରଫ କରିଛି ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ATS) । ସେ ରାପିଡୋ ଚାଳକ ଭାବେ କାମ କରିବା ସହ ଅତର ବିକ୍ରି କରୁଥିଲା ବୋଲି ତଦନ୍ତକାରୀ ସଂସ୍ଥା କହିଛି।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ମିଳିବା ପରେ ମାହିମ ମେଟ୍ରୋ ଷ୍ଟେସନ୍‌ ନିକଟରୁ ଅଖତରକୁ ଧରିଥିଲା ମହାରାଷ୍ଟ୍ର ATS । ରାପିଡୋ ଚାଳକ ଏବଂ ଅତର ବିକ୍ରେତା ଭାବେ କାମ କରିବା ଆଳରେ ସେ ଉଗ୍ରପନ୍ଥୀ ବିଚାରଧାରାର ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏଥିସହ ସେ ପାକିସ୍ତାନୀ ଗୁଇନ୍ଦା କାର୍ଯ୍ୟକଳାପ ସହ ଜଡ଼ିତ ଥିବା ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ସନ୍ଦେହ ପ୍ରକାଶ କରିଛି । ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ ।

  • ଟେଲିଗ୍ରାମ୍‌ରେ ଉତ୍ତେଜନାମୂଳକ ପୋଷ୍ଟ କରୁଥିଲା
ATSର କହିବା ଅନୁଯାୟୀ, ଅଭିଯୁକ୍ତ ଟେଲିଗ୍ରାମ୍‌ରେ ‘IBN E Qasim’ ନାମକ ଏକ ପାକିସ୍ତାନୀ ଉଗ୍ରପନ୍ଥୀ ଚ୍ୟାନେଲ୍‌କୁ ସବ୍‌ସ୍କ୍ରାଇବ୍‌ କରିଥିଲା । ଏହା ସହିତ ‘Indian Muslim’ ନାମକ ଏକ ଗ୍ରୁପ୍‌ରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ବାବରୀ ମସଜିଦ୍‌ ସମ୍ପର୍କିତ ଅଡିଓ କ୍ଲିପ୍‌ ସେୟାର କରିଥିବା ଅଭିଯୋଗ ମଧ୍ୟ ରହିଛି । ଏହା ବ୍ୟତୀତ ‘X’ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ସେ ବାରମ୍ବାର ଉତ୍ତେଜନାମୂଳକ କମେଣ୍ଟ ଦେବା ସହ ହିଂସାକୁ ଉସୁକାଇବା ଭଳି ପୋଷ୍ଟ କରୁଥିବା ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ।

ପଢନ୍ତୁ ଏହି ଖବର: ଗିରଫ ହେଲା ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ, ଭାରତ ଆଣିବାକୁ ପ୍ରସ୍ତୁତି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କିତ ଏକ ପୋଷ୍ଟରେ ମଧ୍ୟ ଅଭିଯୁକ୍ତ ଆପତ୍ତିଜନକ କମେଣ୍ଟ ଦେଇଥିଲା । ଏହି କମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାର ଉଦାହରଣ ଦେଇ ମୋଦିଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ କରିବାକୁ ଇଙ୍ଗିତ କରାଯାଇଥିବା ତଦନ୍ତକାରୀ ସଂସ୍ଥା କହିଛି ।

  • ମୋବାଇଲ୍‌ ଫୋନରୁ ୩୯ଟି ସ୍କ୍ରିନ୍‌ସଟ୍‌ ସଂଗ୍ରହ
ଅଭିଯୁକ୍ତଠାରୁ ଏକ ରେଡ୍‌ମି ନୋଟ୍‌ ୧୪ ପ୍ରୋ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ତାର ସୋସିଆଲ ମିଡିଆ କାର୍ଯ୍ୟକଳାପ ସମ୍ପର୍କିତ ୩୯ଟି ସ୍କ୍ରିନ୍‌ସଟ୍‌ ମଧ୍ୟ ତଦନ୍ତ ପାଇଁ ସଂଗ୍ରହ କରାଯାଇଛି । ଧର୍ମୀୟ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗରେ ଅଖତର ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬(୧) ଅନୁଯାୟୀ ମାମଲା ରୁଜୁ ହୋଇଛି ।

  • ପଡ଼ୋଶୀ କହିଲେ ‘ଏପରି କାମ କରିବେ ବୋଲି ଭାବି ନଥିଲି’
ଅଭିଯୁକ୍ତର ଜଣେ ପଡ଼ୋଶୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅଖତର ଗତ ୩ରୁ ସାଢ଼େ ୩ ବର୍ଷ ଧରି ଏକ ଭଡ଼ା ଘରେ ରହୁଥିଲା । ସେ ପ୍ରାୟତଃ ଘର ବାହାରେ ବସୁଥିବା ବେଳେ ପଡ଼ୋଶୀଙ୍କ ସହ କଥାବାର୍ତ୍ତା ବି କରେ । ଅତର ବିକ୍ରି କରିବା ସହ ରାତିରେ ଅନ୍ୟ କେଉଁଠି କାମ କରୁଥିବା କହୁଥିଲା । ତେବେ ଦେଶ ପ୍ରତି ବିଶ୍ୱାସଘାତକତା କରୁଥିବା ବ୍ୟକ୍ତିକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବା ଉଚିତ ବୋଲି ପଡ଼ୋଶୀ ମତ ଦେଇଛନ୍ତି ।