Videos
|
National

ବିଶ୍ବର ପ୍ରମୁଖ ନେତାଙ୍କ ଫ୍ୟାଶନ ଶୋ' , ବାଜି ମାରିଲେ ମୋଦି

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିଶ୍ବର ପ୍ରମୁଖ ନେତାଙ୍କ ଫ୍ୟାଶନ ଶୋ' , ବାଜି ମାରିଲେ ମୋଦି

Key Points

  • AI  କରୁଛି ରାମ୍ପ ସୋ'
  • ସୋ' ଦେଖିଲେ ଆଖି ଖୋସି ହୋଇଯିବ
  • ସୋସିଆଲ ମିଡିଆରେ ପୋଷ୍ଟ କଲେ ଏଲନ୍‌
     

ଅର୍ଗସ ବ୍ୟୁରୋ : ଏ ଭିଡିଓ ଦେଖନ୍ତୁ । କେମିତି ରାମ୍ପ ସୋ' କରୁଛି AI । ହଠାତ୍‌ ଏ ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ୍ପ କରୁଛନ୍ତି । ହେଲେ ପ୍ରକୃତରେ ମୋଦି ନୁହେଁ ବରଂ ରାମ୍ପ କରୁଛି ଏଆଇ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଆଜିକା ଦିନରେ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । ଏହାକୁ ସବୁ ପ୍ଲାଟଫର୍ମରେ ଏହାର ବିଭିନ୍ନ ପ୍ରକାର ବ୍ୟବହାର କରାଯାଉଛି । ବିଶେଷ କରି ଏଆଇ ଦ୍ବାରା ନିଜ ଫଟୋକୁ ଜେନେରେଟ କରି ସୋସିଆଳ ମିଡିଆରେ ଶେୟାର କରୁଛନ୍ତି। ହେଲେ ବର୍ତ୍ତମାନ ବିଶ୍ବର ପ୍ରମୁଖ ନେତାମାନଙ୍କର ଏକ AI ଜେନେରେଟେଡ ର୍ୟାମ୍ପ ଶୋ' ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । 

ସାଧାରଣତଃ ରାମ୍ପ ଶୋ’ରେ ସୁନ୍ଦର ମଡେଲମାନଙ୍କୁ ଦେଖିବାକୁ ମିଳିଥାଏ । ସେମାନେ ତାଙ୍କ ପୋଷାକ ପରିଧାନ, ଷ୍ଟାଇଲ ଏବଂ ଅନ୍ଦାଜରେ ଚୟନକର୍ତ୍ତା ଏବଂ ଦର୍ଶକଙ୍କ ହୃଦୟ ଜିତିଥାନ୍ତି । ହେଲେ ଏଆଇ ଜେନେରେଟ କରିଥିବା ର୍ୟାମ୍ପ ଶୋ' ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଟେକ୍ ବିଲିଓନାର ତଥା ଟେସଲା ସିଇଓ ଏଲନ୍ ମସ୍କ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଆଧାରିତ ଏକ AI ଜେନେରେଟେଡ୍ ରାମ୍ପ୍ ଶୋ’ର ଭିଡିଓ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି । ଆଜି ପୋଷ୍ଟ କରିଥିବା ଏହି ଭିଡ଼ିଓରେ ରାମ୍ପରେ ଚାଲୁଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରଂଗୀନ ଏବଂ ସୃଜନଶୀଳ ଢ଼ଙ୍ଗରେ ନିର୍ମିତ ପୋଷାକରେ ଭର୍ଚୁଆଲ ରାମ୍ପରେ ଚାଲୁଥିବାର ନଜର ଆସିଛନ୍ତି ।

ଏହି AI ଜେନେରେଟେଡ୍ ରାମ୍ପ୍ ଶୋ’ର ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ, ଆପଲ କମ୍ପାନୀର ସିଇଓ ଟିମ୍ କୁକ୍‌, ଚୀନ୍ ରାଷ୍ଟ୍ରପତି Xi ଜିନପିଙ୍ଗ୍‌, ଆମେରିକା ଉପ ରାଷ୍ଟ୍ରପତି କମଳା ହାରିସ, ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭଳି ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଦେଖିବାକୁ ମିଳିଛି ।
ସବୁ ନେତାଙ୍କର ବେଶଭୂଷାକୁ ୟୁଜର୍ସମାନେ ଖୁବ ପସନ୍ଦ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ଏହି ଫ୍ୟାଶନ ଶୋ' ର ପ୍ରକୃତ ବିଜେତା ବୋଲି ଅନେକ ଜଣ କମେଣ୍ଟ ଦେଇଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫୮ ମିଲିଅନ ଲୋକ ଦେଖି ସାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Fashion show of major world leaders generated by AI | Argus News