Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

FASTag / FASTag ବ୍ୟବସ୍ଥାରେ ତ୍ରୁଟି; ୧୮ ଲକ୍ଷ ମାମଲାରେ NHAI ଫେରାଇଲା ଟଙ୍କା

Sushanta Sahoo
Browse all articles by Sushanta Sahoo
·5 months ago·2 min read
FASTag ବ୍ୟବସ୍ଥାରେ ତ୍ରୁଟି; ୧୮ ଲକ୍ଷ ମାମଲାରେ NHAI ଫେରାଇଲା ଟଙ୍କା
FASTag System Error Hits Millions; Refund Issued

Key Points

ଫାସଟ୍ୟାଗ୍ ବ୍ୟବସ୍ଥାରେ ହୋଇଥିବା ତ୍ରୁଟିର ବଡ଼ ଖୁଲାସା ହୋଇଛି । NHAI ଜାନୁଆରୀରୁ ଡିସେମ୍ବର ୨୦୨୫ ମଧ୍ୟରେ ଏଭଳି ୧୮ ଲକ୍ଷ ମାମଲାରେ କଟିଥିବା ଟୋଲ୍ ଫେରସ୍ତ କରିଛି ।
ନୂଆଦିଲ୍ଲୀ: ଆପଣ ଘରେ ଅଛନ୍ତି, ଗ୍ୟାରେଜ୍‌ରେ ଗାଡ଼ି ଥୁଆ ହୋଇଛି । ଅଥଚ ଆପଣଙ୍କ ମୋବାଇଲ୍‌କୁ ମେସେଜ ଆସୁଛି... ଟୋଲ୍ ଫି' କଟିଛି । ଗାଡ଼ି ରାସ୍ତାରେ ଗଡ଼ି ନଥିବା ବେଳେ ଟୋଲ୍ ପ୍ଲାଜାରେ କେମିତି ଫାସଟ୍ଯାଗରୁ ଟଙ୍କା କଟିଲା ?

ଏଭଳି ତ୍ରୁଟିକୁ NHAI ମାନିଛି । NHAI କହିଛି, ୨୦୨୫ ମସିହାରେ ଏମିତି ୧୮ ଲକ୍ଷ ମାମଲାରେ ଭୁଲ୍‌ରେ ଟୋଲ୍ ଆଦାୟ କରାଯାଇଛି । ପରେ ଟଙ୍କା ମଧ୍ୟ ଫେରାଇ ଦିଆଯାଇଛି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତି ତୃତୀୟ ମାମଲାରେ ଗାଡ଼ି ଟୋଲ୍ ଗେଟ୍ ପହଞ୍ଚି ନଥିଲେ ବି ଟଙ୍କା କଟିଛି ।

ଏଥିସହ ପଢ଼ନ୍ତୁ: ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?

ଫାସଟ୍ୟାଗ୍ ବ୍ୟବସ୍ଥାରେ ହୋଇଥିବା ତ୍ରୁଟିର ବଡ଼ ଖୁଲାସା ହୋଇଛି । NHAI ଜାନୁଆରୀରୁ ଡିସେମ୍ବର ୨୦୨୫ ମଧ୍ୟରେ ଏଭଳି ୧୮ ଲକ୍ଷ ମାମଲାରେ କଟିଥିବା ଟୋଲ୍ ଫେରସ୍ତ କରିଛି । ଏଥିରୁ ୩୫ ପ୍ରତିଶତ ମାମଲାରେ ଗାଡ଼ି ଟୋଲଗେଟ୍ ନଯାଇ ମଧ୍ୟ ୱାଲେଟ୍‌ରୁ ଟଙ୍କା କଟିଛି ।

କାହିଁକି ଫାସଟ୍ୟାଗରୁ କଟୁଛି ଟଙ୍କା ?

ସୂଚନା ଅନୁସାରେ, ଟୋଲ୍ ପ୍ଲାଜାରେ ମାନୁଆଲ୍ ଏଣ୍ଟ୍ରି ପାଇଁ ଏହି ବିଭ୍ରାଟ ହୋଇଛି । ଯେତେବେଳେ କୌଣସି ବୈଷୟିକ କାରଣରୁ ସ୍ଵୟଂ ପରିଚାଳିତ ବ୍ୟବସ୍ଥା ଅକାମୀ ହୋଇଯାଏ ସେତେବେଳେ ଟୋଲ୍ କର୍ମଚାରୀ ଗାଡ଼ି ନମ୍ବର ନିଜେ ଟାଇପ୍ କରନ୍ତି । ସେହି ସମୟରେ ଗୋଟିଏ ଭୁଲ୍ ନମ୍ବର ଟାଇପ୍ ହେବା ଦ୍ଵାରା ଅନ୍ୟ ଗାଡ଼ି ମାଲିକଙ୍କ ଟୋଲ୍ ଫାସଟାଗରୁ କଟିଯାଏ ।

ଏନେଇ କେନ୍ଦ୍ରୀୟ ସଡ଼଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଲୋକସଭାରେ ଲିଖିତ ଉତ୍ତର ଦେଇଛନ୍ତି । ୨୦୨୫ ବର୍ଷରେ ଏଭଳି ୧୭ ଲକ୍ଷରୁ ଅଧିକ ଦେଣନେଣ ହୋଇଛି । ଭୁଲ୍‌ରେ କଟିଥିବା ଟୋଲ୍‌କୁ ଫେରସ୍ତ କରାଯାଇଛି । ଏଭଳି ଭାବେ ୪୬୪ କୋଟିର ଫାସଟ୍ଯାଗ ଦେଣନେଣ ହୋଇଛି । ଯାହା ହିସାବକୁ ନେଲେ ମୋଟ ଫାସଟ୍ୟାଗ ଦେଣନେଣର ଏହା ୦.୦୩ ପ୍ରତିଶତ । ଏହାକୁ ସରକାର ଗୁରୁତର ସହ ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ମଜାରେ ମଡେଲ୍ ପତ୍ନୀଙ୍କୁ 'ମାଙ୍କଡ଼' କହିଲେ ସ୍ଵାମୀ; ରାଗରେ ଝୁଲି ପଡ଼ିଲା ସ୍ତ୍ରୀ

ବନ୍ଦ ହେବ ମାନୁଆଲ୍ ଏଣ୍ଟ୍ରି

ଏଭଳି ଅଭିଯୋଗ ଦୀର୍ଘ ଦିନରୁ ଲୋକେ କରି ଆସୁଛନ୍ତି । ଗାଡ଼ି ଘରେ ଥାଇ ଫାସଟ୍ୟାଗରୁ ଟଙ୍କା କଟିଛି । ସୋସିଆଲ୍ ମିଡିଆରେ ବି ଅଭିଯୋଗ ହୋଇଛି । ଆଗକୁ ସରକାର ଟୋଲ୍ ଗେଟରେ ଗାଡ଼ି ନମ୍ବରର ମାନୁଆଲ୍ ଏଣ୍ଟ୍ରି ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଫଳରେ ଟଙ୍କା ଭୁଲ୍‌ରେ କଟିବ ନାହିଁ ଏବଂ ଲୋକେ ସମସ୍ୟାରେ ପଡ଼ିବେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vehicle at Home, Toll Deducted: NHAI Admits FASTag Fault | Argus News | Argus News