Crime / ମଜାରେ ମଡେଲ୍ ପତ୍ନୀଙ୍କୁ 'ମାଙ୍କଡ଼' କହିଲେ ସ୍ଵାମୀ; ରାଗରେ ଝୁଲି ପଡ଼ିଲା ସ୍ତ୍ରୀ
·3 months ago·2 min read

Key Points
ଇନ୍ଦିରା ନଗରରେ ଜଣେ ମଡେଲ୍ ସ୍ଵାମୀଙ୍କ ମଜା କଥାକୁ ନେଇ ଆତ୍ମହତ୍ୟା କରିଛନ୍ତି । ନିଜ ଶାଢ଼ୀରେ ଝୁଲି ପଡ଼ିଛନ୍ତି ମଡେଲ୍ ଜଣଙ୍କ । ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ପାଇ ମେଡିକାଲ୍ ନେଇଥିଲେ ପରିବାର ଲୋକେ ।
ଲକ୍ଷ୍ନୌ: ଥଟ୍ଟା ମଜାକୁ ନେଇ ଜୀବନ ହାରିଦେଲେ । ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ ପୁଣି ମନ ମିଶି ସଂସାର ରଥ ଆଗକୁ ଗଢ଼େ । କିନ୍ତୁ ସ୍ଵାମୀ ମଜାରେ ମାଙ୍କଡ଼ କହିବାରୁ କ'ଣ ସ୍ତ୍ରୀ ଜୀବନ ହାରିଦେବ ? ଆଜ୍ଞା ହଁ ଏଭଳି ଘଟିଛି ଉତ୍ତରପ୍ରଦେଶରେ ।
ସୂଚନା ଅନୁସାରେ, ଲକ୍ଷ୍ନୌର ଇନ୍ଦିରା ନଗରରେ ଜଣେ ମଡେଲ୍ ସ୍ଵାମୀଙ୍କ ମଜା କଥାକୁ ନେଇ ଆତ୍ମହତ୍ୟା କରିଛନ୍ତି । ନିଜ ଶାଢ଼ୀରେ ଝୁଲି ପଡ଼ିଛନ୍ତି ମଡେଲ୍ ଜଣଙ୍କ । ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ପାଇ ମେଡିକାଲ୍ ନେଇଥିଲେ ପରିବାର ଲୋକେ । ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ; କେଉଁଠୁ ଆସିଲା, ପୋଲିସର ତନାଘନା
ମୃତକ ଲକଡ଼ମଣ୍ଡି ଅଞ୍ଚଳର ତନୁ ସିଂହ । ୪ ବର୍ଷ ତଳେ ତନୁ ଇନ୍ଦିରାନଗରର ରାହୁଲ ଶ୍ରୀବାସ୍ତବଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ତାଙ୍କର ବନ୍ଧୁଙ୍କ ଜରିଆରେ ଭେଟ ହେବା ପରେ ପରିବାର ସହମତିରେ ବିବାହ କରିଥିଲେ । ରାହୁଲ ଅଟୋ ଚଲାଉଥିବା ବେଳେ ଦୁହେଁ ଇନ୍ଦିରାନଗରରେ ରହୁଥିଲେ ।
ପରିବାର ଲୋକଙ୍କ ଅନୁସାରେ, ବୁଧବାର ସନ୍ଧ୍ୟାରେ ଘରକୁ ଜଣେ ସମ୍ପର୍କୀୟ ଆସିଥିଲେ । ସମସ୍ତେ ହସ ମଜା କରୁଥିବା ବେଳେ ସ୍ଵାମୀ ରାହୁଲ ମଜାରେ କହିଥିଲେ ମାଙ୍କଡ଼ । ଆଉ ଏହି କଥା ତନୁଙ୍କୁ ବେଶ ବାଧିଥିଲା ।
ଏଥିସହ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜନ୍ମଦିନ ଓ ବିବାହ ବାର୍ଷିକୀରେ ମିଳିବ ଛୁଟି
ସମସ୍ତେ ବସିଥିବା ବେଳେ ରାଗି ଯାଇ ନିକ କୋଠରୀକୁ ପଲାଇ ଯାଇଥିଲେ ତନୁ । ପରିବାର ଲୋକ ଭାବିଥିଲେ କିଛି ସମୟ ପରେ ସବୁକିଛି ଠିକ୍ ହୋଇଯିବ । କିନ୍ତୁ ଘଣ୍ଟାଏ ପରେ ରାତି ଖାଇବା ପାଇଁ ପରିବାର ଲୋକେ ଯେତେବେଳେ ତନୁଙ୍କୁ ଡାକିଲ ତ ସେ ଉତ୍ତର ଦେଲେନି ।
ଶେଷରେ କବାଟ ଭାଙ୍ଗି ପରିବାର ଲୋକ ଘର ଭତିରକୁ ପଶିବା ବେଳକୁ ସବୁକିଛି ସରି ଯାଇଥିଲା । ଥଟ୍ଟା ମଜାରେ ସ୍ଵାମୀ କହିଥିବା ମାଙ୍କଡ଼ ଶବ୍ଦ ପାଇଁ ସ୍ତ୍ରୀ ନିଜ ଜୀବନ ନିଜେ ହାରି ଦେଇଛି । ଏନେଇ ପୋଲିସରେ କୌଣସି ଏତଲା ହୋଇନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: