Pet Over Partner / ପୋଷା କୁକୁରକୁ ମାଡ଼ ମାରିଲେ ବରଘର ଲୋକେ; ବେଦୀରେ ବାହାହେବାକୁ ମନା କଲା କନ୍ୟା
·1 month ago·2 min read

Key Points
କୁକୁର ପାଇଁ ବିବାହ ଭାଙ୍ଗିଯିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁରରେ । ଯେଉଁଠି କନ୍ୟାର ପୋଷା କୁକୁରକୁ ବରଘର ଲୋକେ ମାଡ଼ ମାରିଥିବା ବେଳେ ୫ ଜଣ ଲହୁଲୁହାଣ ହୋଇଛନ୍ତି ।
ଲକ୍ଷ୍ନୌ: ପୋଷା କୁକୁରକୁ ନେଇ ବିବାଦ । ଭାଙ୍ଗିଗଲା ମାଲିକାଣୀଙ୍କ ବାହାଘର । କୁକୁର ପାଇଁ ବିବାହ ଭାଙ୍ଗିଯିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଫତେପୁରରେ । ଯେଉଁଠି କନ୍ୟାର ପୋଷା କୁକୁରକୁ ବରଘର ଲୋକେ ମାଡ଼ ମାରିଥିବା ବେଳେ ୫ ଜଣ ଲହୁଲୁହାଣ ହୋଇଛନ୍ତି ।
ଯାହାକୁ ନେଇ ବର ଓ କନ୍ୟା ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ବାହାଘର ମଣ୍ଡପରେ ବର, କନ୍ୟା ବସିଥିବା ବେଳେ ଖଗା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି । ପ୍ରୟାଗରାଜର ତନୁ କେସରୱାନିଙ୍କୁ ସ୍ଥାନୀୟ ଅଞ୍ଚଳର ଗହଣା ବ୍ୟବସାୟୀ ସୁମିତ କେସରୱାନି ବିବାହ କରୁଥିଲେ ।
ଏଥିସହ ପଢ଼ନ୍ତୁ: ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ୨ କୋଟିର ନୋଟିସ୍
ତନୁ ଓ ସୁମିତ ଦୁଇ ବର୍ଷ ହେଲା ସମ୍ପର୍କରେ ଥିବା ବେଳେ ପରିବାରର ସହମତିରେ ଗୁରୁବାର ବୈଦିକ ରୀତିନୀତିରେ ବାହାଘର ଆୟୋଜନ ହୋଇଥିଲା । ବାହାଘର ଚାଲିଥିବା ବେଳେ ତନୁଙ୍କ ପୋଷା କୁକୁର ଭୁକିବା ଆରମ୍ଭ କରିଥିଲା । ସେହି ସମୟରେ କୁକୁରକୁ ଚୁପ୍ କରାଇବାକୁ ବରଘର ଲୋକ ପ୍ରୟାସ କରିଥିଲେ । ଜଣେ କେହି କୁକୁରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଯାହାକୁ ନେଇ ବର ଓ କନ୍ୟା ପକ୍ଷ ମୁହାଁମୁହିଁ ହେବା ସହ ଚେୟାର୍ ଫିଙ୍ଗାଫିଙ୍ଗି କରିଥିଲେ । ଏଥିରେ କନ୍ୟା ପକ୍ଷର ୩ ଜଣଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ଜଣଙ୍କର ହାତ ଭାଙ୍ଗିଛି । ବରପକ୍ଷର ଏକାଧିକ ସାମାନ୍ୟ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ସହ ଦେଶର ବଡ଼ ବଡ଼ ମନ୍ଦିରରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର, ସତର୍କ କଲେ ଗୁଇନ୍ଦା ଏଜେନ୍ସି
ବାହାଘର ବେଳେ ଗଣ୍ଡଗୋଳ ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । କିନ୍ତୁ କନ୍ୟା ବାହା ହେବାକୁ ମନା କରି ଦେଇଛନ୍ତି । ଏହାପରେ ବିବାହ ବନ୍ଦ ରହିଥିବା ବେଳେ ଉଭୟ ପକ୍ଷ ପରସ୍ପରକୁ ଭେଟି ଦେଇଥିବା ସାମଗ୍ରୀ ଫେରାଇ ନେଇଥିବା ପୋଲିସ କହିଛି । ଏନେଇ ଥାନାରେ କୌଣସି ଏତଲା ହୋଇ ନାହିଁ ।
କନ୍ୟାଘର ଲୋକେ କହିଛନ୍ତି, ବର ପକ୍ଷ ମଦ ପିଇ ଆସିଥିଲେ । ଯେଉଁଥିପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଲା । ସୂଚନା ଅନୁସାରେ, ଉଭୟ ପୂର୍ବରୁ କାନପୁରର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିବା ସହ କୋର୍ଟ ମ୍ୟାରେଜ୍ ମଧ୍ୟ କରିଛନ୍ତି । ଫେବ୍ରୁଆରୀ ୧୮ରେ ସାମାଜିକ ଉତ୍ସବ ପାଳନ ପାଇଁ ବୈଦିକ ରୀତିନୀତିରେ ବାହା ହେଉଥିବା ବେଳେ ଗଣ୍ଡଗୋଳରୁ ବିବାହ ଭାଙ୍ଗି ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories