|
logo
Live
Argus News App
GET APP

Argus News - ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ୨ କୋଟିର ନୋଟିସ୍

National

GST Notice / ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ୨ କୋଟିର ନୋଟିସ୍

Sushanta Sahoo
Browse all articles by Sushanta Sahoo
·1 month ago·2 min read
ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ୨ କୋଟିର ନୋଟିସ୍
₹6,000 Income, ₹2 Crore Notice!

Key Points

ଘରୋଇ ଶିକ୍ଷକଙ୍କୁ ଜିଏସ୍‌ଟି ବିଭାଗ ୨ କୋଟି ଟଙ୍କାର ଟିକସ ଜମା କରିବାକୁ ନୋଟିସ୍ ପଠାଇଛି । ଯାହାକୁ ନେଇ ଓମ୍ ପ୍ରକାଶ ବର୍ମା ଚକିତ ହେବ ସହ ଚିନ୍ତିତ ହୋଇ ପଡ଼ିଛନ୍ତି ।
ନୂଆଦିଲ୍ଲୀ: ୩୦ ଦିନ ଖଟିଲେ ଯାଇ ମିଳୁଛି ମାତ୍ର ୬ରୁ ୭ ହଜାର ଟଙ୍କା । ଯେଉଁଥିରେ ଚଳିବା କଷ୍ଟ । ଏଭଳି ସ୍ଥିତିରେ ତାଙ୍କୁ ମିଳିଛି ୨ କୋଟି ଟଙ୍କାର ଜିଏସ୍‌ଟି ନୋଟିସ୍ । ଏଭଳି ଘଟିଛି ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲ୍ଲାରେ ।

ସିଦ୍ଧାର୍ଥ ନଗରର ଡୁମରିୟାଗଞ୍ଜ ତହସିଲ ଅଞ୍ଚଳରେ ରହୁଥିବା ଜଣେ ଘରୋଇ ଶିକ୍ଷକଙ୍କୁ ଜିଏସ୍‌ଟି ବିଭାଗ ୨ କୋଟି ଟଙ୍କାର ଟିକସ ଜମା କରିବାକୁ ନୋଟିସ୍ ପଠାଇଛି । ଯାହାକୁ ନେଇ ଓମ୍ ପ୍ରକାଶ ବର୍ମା ଚକିତ ହେବ ସହ ଚିନ୍ତିତ ହୋଇ ପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ଲାଲକିଲ୍ଲା ସହ ଦେଶର ବଡ଼ ବଡ଼ ମନ୍ଦିରରେ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର, ସତର୍କ କଲେ ଗୁଇନ୍ଦା ଏଜେନ୍ସି

ଓମ୍ ପ୍ରକାଶଙ୍କ କହିଛନ୍ତି "ମୁଁ ଜଣେ ଗରିବ ମଣିଷ । ବହୁ କଷ୍ଟରେ ଘରୋଇ ଭାବେ ଶିକ୍ଷକତା କରି ମାସକୁ ୬ରୁ ୭ ହଜାର ଟଙ୍କା ରୋଜଗାର କରୁଛି । କୌଣସି କାରଣ ନ ଥାଇ ମୋତେ ଫସାଇ ଦିଆ ଯାଉଛି ।"

ଭରବାଠିଆ ଗାଁରଓମ୍ ପ୍ରକାଶକୁ ଜିଏସ୍‌ଟି ବିଭାଗ ପକ୍ଷରୁ ୧ କୋଟି ୯୯ ଲକ୍ଷ ୪୨ ହଜାର ୩୧୩ ଟଙ୍କା ଟିକସ ଜମା ନେଇ ନୋଟିସ୍ ମିଳିଛି । ଡାକ ଯୋଗେ ଓମ୍ ପ୍ରକାଶଙ୍କୁ ଫେବ୍ରୁଆରୀ ୧୦ରେ ଏହି ନୋଟିସ୍ ପଠାଇଛି ଜିଏସ୍‌ଟି ବିଭାଗ ।

ଆଉ ଜିଏସ୍‌ଟି ବିଭାଗର ନୋଟିସ୍ ପଢ଼ିବା ପରେ ଓମ୍ ପ୍ରକାଶ ହତଚକିତ ହୋଇ ଯାଇଛନ୍ତି । କାରଣ ଘରୋଇ ଶିକ୍ଷକ ଭାବେ ଓମ୍ ପ୍ରକାଶଙ୍କ ଆୟ ମାସକୁ ମାତ୍ର ୬ରୁ ୭ ହଜାର ଟଙ୍କା । ଏନେଇ ଓମ୍ ପ୍ରକାଶ ଡୁମରିୟାଗଞ୍ଜ ଥାନାର ଦ୍ଵାରସ୍ଥ ହୋଇଥିଲେ ।

ଏହା ପରେ ଓମ୍ ପ୍ରକାଶ ସେଲ୍ ଟ୍ୟାକ୍ସ ବିଭାଗ ସହ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ତାଙ୍କ ପାନକାର୍ଡର ଅପବ୍ୟବହାର କରାଯାଇ ଦିଲ୍ଲୀ ଓ ଫାରୁଖାବାଦରେ ଭିନ୍ନ ଭିନ୍ନ ସଂସ୍ଥା ଖୋଲା ଯାଇଛି ।

ଏଥିସହ ପଢ଼ନ୍ତୁ: 
ସୁନା ଦରରେ ବଡ଼ ପରିବର୍ତ୍ତନ, ବଢିଲା ସୁନା ଦର! ଜାଣନ୍ତୁ ରାଜଧାନୀରେ ଭରିଏ ସୁନା କିଣିଲେ କେତେ ଦେବେ?

ଆଉ ଉକ୍ତ ସଂସ୍ଥା ଜରିଆରେ ଦେଣନେଣ ହୋଇଛି । ଯେଉଁଥିରେ ଦିଲ୍ଲୀ ସ୍ଥିତ ଓମ୍ ଟ୍ରେଡର୍ସ ଗତବର୍ଷ ୧୧ କୋଟି ୭ ଲକ୍ଷ ୯୦ ହଜାର ୬୨୮ ଟଙ୍କାର କାରବାର କରିଛି । ଯାହା ବାବଦକୁ ୧ କୋଟି ୯୯ ଲକ୍ଷ ୪୨ ହଜାର ୩୧୩ ଟଙ୍କା ଜମା କରିବାକୁ ନୋଟିସ୍ ମିଳିଛି ।

ଓମ୍ ପ୍ରକାଶଙ୍କ ଅନୁସାରେ, ତାଙ୍କ ପାନକାର୍ଡର ଅପବ୍ୟବହାର କରାଯାଇ ୨ଟି ସଂସ୍ଥା କରାଯାଇଛି । ଗୋଟିଏ ଦିଲ୍ଲୀରେ ଓମ୍ ଟ୍ରେଡର୍ସ ନାଁରେ ପଞ୍ଜୀକରଣ କରାଯାଇଛି । ଅନ୍ୟଟି ଫାରୁଖାବାଦରେ ବର୍ମା ଏଣ୍ଟରପ୍ରାଇଜର୍ସ ନାଁରେ ରହିଛି । ମୁଁ ୨ ସଂସ୍ଥା ବିଷୟରେ ଅବଗତ ନାହିଁ, ଯାଞ୍ଚ କରାଯାଉ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
GST Notice: ମାସକୁ ୬ ହଜାର ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ୨ କୋଟିର ନୋଟିସ୍ | Argus News