JPC on FCRA Bill / ସମ୍ପତ୍ତି ଜବତ କରିବା ଆଇନ ୟୁପିଏ ସରକାର ସମୟର; ଏଫସିଏଆରଏ ବିଲ୍ ବିଷୟରେ କ'ଣ କହିଲା ସଂସଦୀୟ କମିଟି?
·53 mins ago·2 min read

Key Points
FCRA ସଂଶୋଧନ ବିଲ୍ ଉପରେ ମିଳିତ ସଂସଦୀୟ କମିଟିର ବୈଠକରେ, ISKCON, SGPC ଏବଂ ରାମକୃଷ୍ଣ ମିଶନ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା।
ବେସରକାରୀ ଅନୁଷ୍ଠାନକୁ (ଏନଜିଓ) ମିଳୁଥିବା ବିଦେଶୀ ଦାନ ସହିତ ଜଡି଼ତ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫସିଏଆରଏ) ସମ୍ପର୍କରେ ଆସିଛି ବଡ଼ ଖବର। ଏହି ପ୍ରସଙ୍ଗରେ ମଙ୍ଗଳବାର (ଅକ୍ଟୋବର ୧୩) ସଂସଦୀୟ ସ୍ଥାୟୀ ସମିତି (ଜେପିସି) ଆଇନ ବିଶେଷଜ୍ଞ ଏବଂ ଧାର୍ମିକ ପ୍ରତିନିଧିଙ୍କ ସହିତ ସାକ୍ଷାତ କରିଥିଲା। ଇସ୍କନ, ଏସଜିପିସି ଏବଂ ରାମକୃଷ୍ଣ ମିଶନ ଭଳି ସଙ୍ଗଠନର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ।
ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜେପିସି ଅଧ୍ୟକ୍ଷ ସଞ୍ଜୟ ଜୈସ୍ୱାଲ ଏଫସିଏଆରଏ ବିଲ୍ (FCRA Bill) ସମ୍ପର୍କରେ ଉଠୁଥିବା ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଥିଲେ। ଏନେଇ ସେ କହିଛନ୍ତି, "ଆମେ ଇସ୍କନ ଏବଂ ଅନ୍ୟାନ୍ୟ ସଙ୍ଗଠନର ପ୍ରତିନିଧିଙ୍କ ସହ କଥା ହୋଇଛୁ। ଆମେ ଯେକୌଣସି ନିଷ୍ପତ୍ତି ଏକାଠି ହୋଇନେବୁ।
ଏଫସିଏଆରଏ (Foreign Contribution (Regulation) Act) ବିଲ୍ ସମ୍ପର୍କରେ ଅଧ୍ୟକ୍ଷ ଜୈସ୍ୱାଲ କହିଛନ୍ତି ଯେ, ଏହି ଆଇନ୍ ଅଧିନରେ ସମ୍ପତ୍ତି ଜବତ କରାଯିବାର ବ୍ୟବସ୍ଥା କୌଣସି ନୂତନ ନିୟମ ନୁହେଁ। ଗତ ୨୦୧୦ ମସିହାରେ ମଧ୍ୟ ଏପରି ଏକ ନିୟମ (Foreign Contribution (Regulation) Act 2010) ରହିଥିଲା। ଏହି ନିୟମ ଅନୁଯାୟୀ ଅନିୟମିତତା ଚିହ୍ନଟ ହେଲେ ଗୃହ ସଚିବ କିମ୍ବା ପ୍ରମୁଖ ସଚିବ ରାଜ୍ୟର ସମସ୍ତ ସମ୍ପତ୍ତି ଜବତ କରିପାରିବେ। ବର୍ତ୍ତମାନ ଏହି ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ପ୍ରାଧିକରଣ (Designated Authority) ପ୍ରସ୍ତାବ ଦିଆଯାଇଛି।
"କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ଥିଲା ସମାନ ଆଇନ"
ଜେପିସି ଅଧ୍ୟକ୍ଷ ସଞ୍ଜୟ ଜୈସ୍ୱାଲ ବିରୋଧି ଦଳକୁ ଟାର୍ଗେଟ କରି କହିଛନ୍ତି, "ଏହା ୟୁପିଏ ସରକାରଙ୍କ ଏଫସିଏଆରଏ ବିଲ୍। ୟୁପିଏ ସରକାର ନିଷ୍ପତ୍ତି ନେଇଥିଲା ଯେ ଯଦି ଏଫସିଏଆରଏ ନିୟମ ଅନୁସାରେ କୌଣସି ଅନିୟମିତତା ହୋଇଥାଏ, ତାହେଲେ ଆମେ ସମସ୍ତ ସମ୍ପତ୍ତି ସେହି ରାଜ୍ୟର ପ୍ରମୁଖ ସଚିବ କିମ୍ବା ଗୃହ ସଚିବଙ୍କୁ ହସ୍ତାନ୍ତର କରିବୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମିତି ଅଧ୍ୟକ୍ଷ ଆହୁରି କହିଛନ୍ତି, "ଯଦି ଏହା ୟୁପିଏ ସରକାରଙ୍କ ନିଷ୍ପତ୍ତି ହୋଇଥାନ୍ତା, ତାହେଲେ ଏହା ଆଜି ମଧ୍ୟ ସମାନ ରହିଥାନ୍ତି।" ହେଲେ ବର୍ତ୍ତମାନ ଗୃହ ସଚିବ କିମ୍ବା ପ୍ରମୁଖ ସଚିବଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇ। ବିଦାୟୀ ଏନଡିଏ ଶାସନ (NDA Govt) ସମୟରେ ମଧ୍ୟ ସମାନ ପ୍ରସ୍ତାବ ରହିଥିଲା।"
ସଞ୍ଜୟ ଜୈସ୍ୱାଲ ସ୍ପଷ୍ଟ କରିଛନ୍ତି ଯେ ୟୁପିଏ ଶାସନ ସମୟରେ ସମ୍ପତ୍ତି ପାଇବା ପରେ ଗୃହ ସଚିବ କିମ୍ବା ପ୍ରମୁଖ ସଚିବ କ'ଣ କରିବେ ତାହା ସ୍ପଷ୍ଟ ନଥିଲା। ଏହି ବିଲ୍ ସମ୍ପର୍କରେ ଆଲୋଚନା ଚାଲିଛି। ଆମେ ନିଶ୍ଚିତ ଭାବରେ ଏକ ନିଷ୍କର୍ଷରେ ପହଞ୍ଚିବୁ। ଏଥିରେ କୌଣସି ବିରୋଧାଭାସ ନାହିଁ। ଆମେ ଏକାଠି କୌଣସି ନିଷ୍ପତ୍ତି ନେବୁ।"
FCRA କ"ଣ?
ବିଦେଶୀ ଦାନ ସହିତ ଜଡିତ ନିୟମକୁ କଠୋର କରିବା ପାଇଁ ଏଫସିଏଆରଏ ଆଇନରେ (FCRA Act) ସଂଶୋଧନ କରାଯାଉଛି। ସରକାର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ କରିଥିଲେ। FCRA ହେଉଛି ଏକ ଆଇନ ଯାହା ଦେଶର ଏନଜିଓ (NGO), ଟ୍ରଷ୍ଟ ଏବଂ କମ୍ପାନୀ ବିଦେଶରୁ ପାଉଥିବା ପାଣ୍ଠି, ଉପହାର କିମ୍ବା ସାମଗ୍ରୀ କିପରି ଗ୍ରହଣ ଏବଂ ବ୍ୟବହାର କରିବେ ତାହା ନିୟନ୍ତ୍ରଣ କରିଥାଏ। ଏହି ବିଲ୍ ଏକ 'ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ' ଗଠନର ପ୍ରସ୍ତାବ ରଖିଛି। ଯାହା କୌଣସି NGO ଲାଇସେନ୍ସ ବାତିଲ ହେବା ପରେ ଏହାର ସମ୍ପତ୍ତିର ନିୟନ୍ତ୍ରଣ ନେବ, ତାହାକୁ ପରିଚାଳନା କରିବ କିମ୍ବା ଆବଶ୍ୟକ ହେଲେ ଏହାକୁ ବିକ୍ରୟ ମଧ୍ୟ କରିପାରିବ।

Related Topics
Explore more stories