Shah Rukh Khan FDA Notice / ପାନ୍ ମସଲା ବିଜ୍ଞାପନ ପାଇଁ ଅଭିନେତା ଶାହରୁଖ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ବିରୋଧରେ ଆକ୍ସନ୍
·1 hour ago·2 min read

Key Points
ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍ଙ୍କୁ ମହାରାଷ୍ଟ୍ରର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ନୋଟିସ୍ ଜାରି କରିଛି ।
ମୁମ୍ବାଇ: ବଲିଉଡ୍ ଅଭିନେତାଙ୍କ ବିରୋଧରେ ଆକ୍ସନ୍ । ପାନ୍ ମସଲା ବିଜ୍ଞାପନ ପାଇଁ FDA ଜାରି କଲା ନୋଟିସ୍ । ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍ଙ୍କୁ ମହାରାଷ୍ଟ୍ରର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ନୋଟିସ୍ ଜାରି କରିଛି ।
୩ ଅଭିନେତାଙ୍କ ଉପରେ ଅଭିଯୋଗ ହେଉଛି, ସେମାନେ 'ବିମଲ ଇଲାଇଚି' ବିଜ୍ଞାପନ ଜରିଆରେ ମହାରାଷ୍ଟ୍ରରେ ପ୍ରତିବନ୍ଧକ ଲାଗିଥିଲା ସାମଗ୍ରୀ 'ପାନ୍ ମସଲା'ର ପ୍ରଚାର ପରୋକ୍ଷ ଭାବେ କରୁଛନ୍ତି । ୩ ଅଭିନେତାଙ୍କୁ FDA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଲୋକଙ୍କୁ ବିଭ୍ରାନ୍ତ କରୁଥିବା ପାନ୍ ମସାଲା ବିଜ୍ଞାପନ ଉପରେ ଉତ୍ତର ରଖିବାକୁ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍ଙ୍କ ୧୫ ଦିନ ସମୟ ଦିଆଯାଇଛି । ଯଦି ୧୫ ଦିନ ମଧ୍ୟରେ କୌଣସି ଉତ୍ତର ନ ରଖନ୍ତି ତାହେଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।
ଏହି ନୋଟିସ୍ ମୁମ୍ବାଇ ସ୍ଥିତ ମହାରାଷ୍ଟ୍ର ଫୁଡ୍ ସେଫ୍ଟି କମିଶନରଙ୍କ ପକ୍ଷରୁ ଜାରି କରାଯାଇଛି । ନୋଟିସ୍ରେ କୁହାଯାଇଛି, ଲୋକଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ନିୟମ ଅନୁସାରେ ମହାରାଷ୍ଟ୍ରର ପାନ ମସାଲା ପ୍ରସ୍ତୁତ କରିବ, ମହଜୁଦ୍ ରଖିବା ଓ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି ।
ଏଥିସହ ପଢ଼ନ୍ତୁ: ଚାପରେ ପଡ଼ି ଇସଲାମ ଧର୍ମ ଗ୍ରହଣ କରିବାକୁ ଯାଉଥିଲେ, ପ୍ରାର୍ଥନା ମଧ୍ୟ କରିବାରୁ ମନା କରାଯାଉଥିଲା
ନୋଟିସ୍ରେ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା (FSS) ଆକ୍ଟ ୨୦୦୬, ସିଗାରେଟ ଓ ଅନ୍ୟ ତମାକୁ ଉତ୍ପାଦ ଅଧିନିୟମ (COTPA) ୨୦୦୩ ଓ କେବୁଲ୍ ଟିଭି ବିଜ୍ଞାପନ ନିୟମର ଗମ୍ଭୀର ଉଲ୍ଲଂଘନ କରାଯାଇଥିବା ଦର୍ଶାଯାଇଛି ।
ଅଭିଯୋଗ ହେଉଛି, ଅଭିନେତାମାନେ ପ୍ରତିବନ୍ଧିତ ତମାଖୁ ଓ ପାନ ମସାଲା ଉତ୍ପାଦର ପ୍ରମୋଟ୍ କରିବା ଲାଗି 'ବିମଲ ଇଲାଇଚି' ବିଜ୍ଞାପନର ବ୍ୟବହାର ପରୋକ୍ଷ ଭାବେ କରୁଛନ୍ତି । ନୋଟିସ୍ରେ ବିଜ୍ଞାପନ ସହ ଜଡ଼ିତ ଗତିବିଧିକୁ ବନ୍ଦ କରିବାକୁ କୁହାଯାଇଛି ।
ଏଥସହ ଅଧିକାରୀକ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଓ ୱେବସାଇଟରୁ ପାନ୍ ମସଲା ସହ ଜଡ଼ିତ ସମସ୍ତ ବିଜ୍ଞାପନ, ପ୍ରୋତ୍ସାହନ ଦେଉଥିବା କଣ୍ଟେଟ ଓ ଭିଡିଓକୁ ସବୁଦିନ ଲାଗି ହଟାଇ ଦେବାକୁ କୁହାଯାଇଛି ।
୩ ଅଭିନେତାଙ୍କୁ ବିଜ୍ଞାପନ ବୁଝାମଣା, କ୍ୟାମ୍ପେନ୍ ବ୍ରିଫ୍ ଓ ଆର୍ଥିକ ଦେଣନେଣର ସମ୍ପୂର୍ଣ୍ଣ କପି ଦେବାକୁ କୁହାଯାଇଛି । ଯେଉଁଥିରେ ପ୍ରମାଣ ଦେବାକୁ ହେବ ଯେ, 'ବିମଲ ଇଲାଇଚି' ବଜାରରେ ଅସଲି ଓ ଭିନ୍ନ ସାମଗ୍ରୀ ଭାବେ ଉପଲବ୍ଧ ହେଉଛି ।
ଖାଉଟି ସୁରକ୍ଷା ଆଇନ୍ ୨୦୧୯ର ଧାରା ୨୧ ଅନୁସାରେ, ମିଛ ପ୍ରଚାର କଲେ ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଜରିମାନା ହୋଇପାରେ । ଏଥିସହ ସେଲିବ୍ରିଟିଙ୍କ ବିଜ୍ଞାପନ କଲେ ବର୍ଷରୁ ନେଇ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇପାରେ । ଅର୍ଥାତ୍ ୧୫ ଦିନରେ ୩ ଅଭିନେତା ଉତ୍ତର ନ ରଖିଲେ ୫୦ ଲକ୍ଷ ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ କୌଣସି ବିଜ୍ଞାପନ କରିବା ଉପରେ ପ୍ରତିବନ୍ଧକ ଲାଗିପାରେ ।

FDA issued a notice to Bollywood actors Shah Rukh Khan, Ajay Devgn, and Tiger Shroff on Friday (14th August) for advertising a Chewing Elaichi brand, which is in violation of the FSSI Act 2006 and its amended rules. pic.twitter.com/Pij6sDDw6R
— ANI (@ANI) August 16, 2026
ଅଭିଯୋଗ ହେଉଛି, ଅଭିନେତାମାନେ ପ୍ରତିବନ୍ଧିତ ତମାଖୁ ଓ ପାନ ମସାଲା ଉତ୍ପାଦର ପ୍ରମୋଟ୍ କରିବା ଲାଗି 'ବିମଲ ଇଲାଇଚି' ବିଜ୍ଞାପନର ବ୍ୟବହାର ପରୋକ୍ଷ ଭାବେ କରୁଛନ୍ତି । ନୋଟିସ୍ରେ ବିଜ୍ଞାପନ ସହ ଜଡ଼ିତ ଗତିବିଧିକୁ ବନ୍ଦ କରିବାକୁ କୁହାଯାଇଛି ।
ଏଥସହ ଅଧିକାରୀକ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଓ ୱେବସାଇଟରୁ ପାନ୍ ମସଲା ସହ ଜଡ଼ିତ ସମସ୍ତ ବିଜ୍ଞାପନ, ପ୍ରୋତ୍ସାହନ ଦେଉଥିବା କଣ୍ଟେଟ ଓ ଭିଡିଓକୁ ସବୁଦିନ ଲାଗି ହଟାଇ ଦେବାକୁ କୁହାଯାଇଛି ।
୩ ଅଭିନେତାଙ୍କୁ ବିଜ୍ଞାପନ ବୁଝାମଣା, କ୍ୟାମ୍ପେନ୍ ବ୍ରିଫ୍ ଓ ଆର୍ଥିକ ଦେଣନେଣର ସମ୍ପୂର୍ଣ୍ଣ କପି ଦେବାକୁ କୁହାଯାଇଛି । ଯେଉଁଥିରେ ପ୍ରମାଣ ଦେବାକୁ ହେବ ଯେ, 'ବିମଲ ଇଲାଇଚି' ବଜାରରେ ଅସଲି ଓ ଭିନ୍ନ ସାମଗ୍ରୀ ଭାବେ ଉପଲବ୍ଧ ହେଉଛି ।
ଖାଉଟି ସୁରକ୍ଷା ଆଇନ୍ ୨୦୧୯ର ଧାରା ୨୧ ଅନୁସାରେ, ମିଛ ପ୍ରଚାର କଲେ ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ଜରିମାନା ହୋଇପାରେ । ଏଥିସହ ସେଲିବ୍ରିଟିଙ୍କ ବିଜ୍ଞାପନ କଲେ ବର୍ଷରୁ ନେଇ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇପାରେ । ଅର୍ଥାତ୍ ୧୫ ଦିନରେ ୩ ଅଭିନେତା ଉତ୍ତର ନ ରଖିଲେ ୫୦ ଲକ୍ଷ ଜରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ କୌଣସି ବିଜ୍ଞାପନ କରିବା ଉପରେ ପ୍ରତିବନ୍ଧକ ଲାଗିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories