Forced Religious Conversion / ଚାପରେ ପଡ଼ି ଇସଲାମ ଧର୍ମ ଗ୍ରହଣ କରିବାକୁ ଯାଉଥିଲେ, ପ୍ରାର୍ଥନା ମଧ୍ୟ କରିବାରୁ ମନା କରାଯାଉଥିଲା
·2 weeks ago·2 min read

Key Points
ହିମାଂଶୀ କଲେ ବଡ଼ ଖୁଲାସା
ଚାପରେ ସେ ଇସଲାମ ଗ୍ରହଣ କରିବାକୁ ଯାଉଥିଲେ
ପ୍ରାର୍ଥନା ମଧ୍ୟ କରିବାରୁ ମନା କରାଯାଉଥିଲା
ବିଗ୍ ବସ୍ ୧୩' ଫେମ୍ ହିମାଂଶୀ ଖୁରାନା
ଚାପରେ ସେ ଇସଲାମ ଗ୍ରହଣ କରିବାକୁ ଯାଉଥିଲେ
ପ୍ରାର୍ଥନା ମଧ୍ୟ କରିବାରୁ ମନା କରାଯାଉଥିଲା
ବିଗ୍ ବସ୍ ୧୩' ଫେମ୍ ହିମାଂଶୀ ଖୁରାନା
ମୁମ୍ବାଇ,୧୬/୦୮: ଲୋକପ୍ରିୟ ରିଅଲିଟି ଶୋ' 'ବିଗ୍ ବସ୍ ୧୩' ଫେମ୍ ହିମାଂଶୀ ଖୁରାନା ତାଙ୍କ ପୂର୍ବତନ ପ୍ରେମିକ ଅସୀମ ରିଆଜଙ୍କ ସହ ସମ୍ପର୍କକୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ପାରସ ଛାବ୍ରାଙ୍କ ଏକ ପୋଡକାଷ୍ଟରେ ହିମାଂଶୀ ଦାବି କରିଛନ୍ତି ଯେ, ଅସୀମ ଏବଂ ତାଙ୍କ ପରିବାରର କଠୋର ଚାପରେ ସେ ଇସଲାମ ଧର୍ମ ଗ୍ରହଣ କରିବାର ବହୁତ ନିକଟତର ହୋଇଯାଇଥିଲେ। ବର୍ଷ ବର୍ଷ ଧରି ଅଲଗା ରହିବା ପରେ ତାଙ୍କର ଏହି ନୂତନ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
'ବିଗ୍ ବସ୍ ୧୩'ରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ
୨୦୧୯ ମସିହାରେ ପ୍ରସାରିତ ହୋଇଥିବା 'ବିଗ୍ ବସ୍ ୧୩' ଶୋ'ରେ ହିମାଂଶୀ ଖୁରାନା ଏବଂ ଅସୀମ ରିଆଜଙ୍କ ଭେଟ ହୋଇଥିଲା। ଶୋ' ଭିତରେ ସେମାନଙ୍କ ମଧ୍ୟରେ ବନ୍ଧୁତା ଗଢ଼ିଉଠିବା ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶୋ'ରୁ ବାହାରକୁ ଆସିବା ପରେ ମଧ୍ୟ ଦୀର୍ଘ ଦିନ ଧରି ସେମାନେ ଏକାଠି ରହିଥିଲେ। ସେମାନଙ୍କର ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଭଲପାଇ 'ଅସୀମାଂଶୀ' ନାମରେ ଡାକୁଥିଲେ। କିନ୍ତୁ ଡିସେମ୍ବର ୨୦୨୩ରେ ହଠାତ୍ ଏହି ଯୋଡ଼ିଙ୍କ ବ୍ରେକଅପ୍ ହୋଇଥିଲା। ସେତେବେଳେ ଧର୍ମ ଏବଂ ଧାର୍ମିକ ବିଶ୍ୱାସରେ ଥିବା ପାର୍ଥକ୍ୟକୁ ସେମାନେ ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି ଦର୍ଶାଇଥିଲେ।
ଧର୍ମ ପରିବର୍ତ୍ତନ ପାଇଁ ପଡ଼ିଥିଲା ମାନସିକ ଚାପ
ପାରସ ଛାବ୍ରାଙ୍କ ପୋଡକାଷ୍ଟରେ କଥାବାର୍ତ୍ତା ସମୟରେ ହିମାଂଶୀ କହିଛନ୍ତି ଯେ, ସେହି ସମ୍ପର୍କରେ ତାଙ୍କ ଧାର୍ମିକ ବିଶ୍ୱାସ ଏବଂ ରୀତିନୀତିକୁ ନେଇ କ୍ରମାଗତ ଭାବରେ ସମାଲୋଚନା କରାଯାଉଥିଲା। ତାଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଭବିଷ୍ୟତରେ ଆଉ କୌଣସି ହିନ୍ଦୁ ଧାର୍ମିକ ରୀତିନୀତି ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ।
ପଢନ୍ତୁ ଏହି ଖବର: ରୁମରେ ଗୋଟିଏ ବିଛଣା ଥିଲା ଏବଂ ମୁଁ ନର୍ଭସ ହୋଇଗଲି, ପୂଜା କହିଲେ ମନର କଥା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହିମାଂଶୀଙ୍କ ଅନୁଯାୟୀ, ଅସୀମ ଏବଂ ତାଙ୍କ ପରିବାର ପକ୍ଷରୁ ମାନସିକ ଚାପ ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଗୋଟିଏ ରାତିରେ ପରିସ୍ଥିତି ଏଭଳି ହୋଇଥିଲା ଯେ ସେ ଭାବିଥିଲେ ଏହା ତାଙ୍କ ଜୀବନର ଶେଷ ଦିନ ହୋଇପାରେ ଏବଂ ସେ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଥିଲେ।
"ଧର୍ମ ବଦଳାଇବା ପୂର୍ବରୁ ଚାରିଧାମ ଯାତ୍ରା କରିବାକୁ ଚାହୁଁଥିଲି"
ସେହି ଭୟଙ୍କର ରାତିକୁ ମନେ ପକାଇ ହିମାଂଶୀ ଭାବପ୍ରବଣ ହୋଇପଡ଼ିଥିଲେ। ସେ କହିଛନ୍ତି, 'ମୁଁ ଭାବିଥିଲି ମୁଁ ତାଙ୍କୁ ଆଉ କେବେ ଦେଖିପାରିବି ନାହିଁ। ମୁଁ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲି। କିନ୍ତୁ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ମୁଁ ମୋର ଇଷ୍ଟଦେବ ଏବଂ ପୂର୍ବ ବିଶ୍ୱାସ ସହ ଜଡିତ ଶେଷ ଥର ପାଇଁ 'ଚାରିଧାମ ଯାତ୍ରା' ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲି। କାରଣ ମୁଁ ଜାଣିଥିଲି ଯେ ଥରେ ଧର୍ମ ପରିବର୍ତ୍ତନ କଲେ ମୁଁ ମୋର ପୂର୍ବ ସଂସ୍କୃତି ଓ ପରିବାର ସହ ଆଉ ପୁନଃ ସଂଯୋଗ କରିପାରିବି ନାହିଁ।'

Related Topics
Explore more stories