Femina Miss India 2026 / ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସାଧ୍ବୀ,ରନର୍ସ ଅପ୍ ହେଲେ ରାଜନନ୍ଦିନୀ
·4 months ago·2 min read

Key Points
ସାଧବୀ ଫେମିନା ମିସ୍ ଇଣ୍ଡିଆ
ରନର୍ସ ଅପ୍ ହେଲେ ମହାରାଷ୍ଟ୍ରର ରାଜନନ୍ଦିନୀ
ଭୁବନେଶ୍ବରରେ ଫେମିନା ମିସ୍ ଇଣ୍ଡିଆ 2026 ପ୍ରତିଯୋଗିତା

ଭୁବନେଶ୍ବର, ୧୯/୦୪: ଗୋଆର ସାଧବୀ ସତୀଶ ସୈଲ୍ ହୋଇଛନ୍ତି ଫେମିନା ମିସ୍ ଇଣ୍ଡିଆ। ସାଧ୍ବୀ ମିସ୍ ଇଣ୍ଡିଆ ଟାଇଟଲ୍ ହାତେଇବା ସହିତ ମୁଣ୍ଡରେ ପିନ୍ଧିଛନ୍ତି ବିଜୟ ମୁକୁଟ। ସେହିପରି ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର।
ରାଜଧାନୀ ଭୁବନେଶ୍ବରରେ ୬୧ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ୍ ଅନୁଷ୍ଠିତ ହୋଇଛି। ସୁନ୍ଦରୀ ପ୍ରତିଯୋଗିତାରେ ଜୁରୀ ସଦସ୍ୟଙ୍କ ମଧ୍ୟରେ ଜୀନତ ଅମାନ, ଟେରେନ୍ସ ଲୁଇସ୍, ଅମାଲ୍ ମଲ୍ଲିକ, ଇଶାନ ଖଟ୍ଟର, ସେଲିନା ଜେଟଲି, ମଧୁର ଭଣ୍ଡାରକର ନେହା ଧୂପିଆ, ଦୂତି ଚାନ୍ଦ ଏବଂ ବର୍ତ୍ତିକା ସିଂହ ଆଦି ରହିଥିଲେ । ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ୩୦ଜଣ ପ୍ରାର୍ଥୀ ଥିବାବେଳେ, ଫାଇନାଲରେ ୧୫ ଜଣ ଚୟନ ହୋଇଥିଲେ । ସେଥିରେ ଓଡ଼ିଶାର ଆୟୁଷୀ ପଣ୍ଡା ଶ୍ରେଷ୍ଠ ୮ ଜଣଙ୍କ ତାଲିକାରୁ ବାଦ୍ ପଡ଼ିଥିଲେ ।
ଫେମିନା ମିସ୍ ଇଣ୍ଡିଆ ୨୦୨୬ର ବିଜୟ ମୁକୁଟ ପିନ୍ଧିବା ପରେ ସାଧ୍ବୀ ସତୀଶ ସୈଲ କହିଛନ୍ତି, ‘ବହୁତ ଖୁସି ଅଛୁ ଯେ ଆମେ ଏଭଳି ସ୍ଥାନରେ ପହଞ୍ଚି ପାରିଛୁ । ଭାରତର ନାଁ ଟେକ ରଖିବୁ । ଯେଉଁ ମାନଙ୍କର ସ୍ବପ୍ନ ରହିଛି, ସେହି ସ୍ବପ୍ନ ପଛରେ ଗୋଡ଼ାନ୍ତୁ । ଦିନେ ନା ଦିନେ ସ୍ବପ୍ନକୁ ସଫଳ କରି ଦେଖାଇବେ ଏହା ସହିତ ଭୁବନେଶ୍ୱରରେ ଯେତିକି ଦିନ ରହିଛୁ ଯେଉଁ ସ୍ମୃତି ସାଉଁଟିଛୁ କରିଛୁ ତାହା ସାଙ୍ଗରେ ନେଇକୁ ଯିବୁ।
ଏହା ସହିତ ପ୍ରଥମ ରନର୍ସ ଅପ୍ ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର କହିଛନ୍ତି, ‘ମୋର ଏହି ଯାତ୍ରା ବହୁତ ଭଲ ଅଭିଜ୍ଞତା ଦେଇଛି । ମିସ ୱାର୍ଲଡ ପାଇଁ ଭାରତରୁ ଜଣେ ହିଁ ପ୍ରତିଦ୍ବନ୍ଦ୍ବିତା କରିବ । ସାଧବୀ ସତୀଶ ସୈଲ ହେଉଛନ୍ତି ପରଫେକ୍ଟ ପ୍ରତିଯୋଗୀ । ଯେତେବେଳେ କ୍ରାଉନ ମୋ ମଥାରେ ଲାଗିଲା ମୋତେ ବହୁତ ସ୍ବତନ୍ତ୍ର ଅନୁଭବ କଲି । ଏହା ଭବିଷ୍ୟତର ଲକ୍ଷ୍ୟ ଆଉ ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିବ ।’ ଆଗକୁ ମିସ ୟୁନିସଭର୍ସ ୱାର୍ଲଡ ହେଉଛି ଏକ ବଡ଼ ସ୍ବପ୍ନ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିବାହ ପାଇଁ ସଠିକ୍ ବୟସ ଫରକ ? କେତେ ବୟସର ବ୍ୟବଧାନରେ ଅଧିକ ଝଗଡ଼ା ହୁଏ ଜାଣନ୍ତୁ
ମୁଁ ବହୁତ୍ ଉତ୍ସାହିତ ଅଛି। ଅଲଗା ଅଲଗା ରାଜ୍ୟର ପ୍ରତିଦ୍ୱନ୍ଦୀ ଅଛନ୍ତି। ସମସ୍ତଙ୍କୁ ଶୁଭେଚ୍ଛା। ମୁଁ ଜୁରୀ ସଦସ୍ୟ ହୋଇ ବହୁତ୍ ଖୁସି। ଓଡ଼ିଶା ମୋଟ ବହୁତ୍ ଖୁସି ଲାଗେ। ଏଠାକୁ ଆସିଲେ ଜଗନ୍ନାଥ ମନ୍ଦିର ନିଶ୍ଚିତ ଯାଏ। ଆଜି ବି ଜଗନ୍ନାଥ ଦର୍ଶନ କରିଛି ବୋଲି କହିଛନ୍ତି ଏହାର ଜୁରି ସଦସ୍ୟ ତଥା ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର୍।
ଜଗନ୍ନାଥଙ୍କ ଭୂମିକୁ ଆସିଛି। ଫେମିନା ମିସ୍ ଇଣ୍ଡିଆ ମଞ୍ଚରେ ଜବରଦସ୍ତ ପରଫମାନ୍ସ ଦେବି। ଓଡ଼ିଶା ସହିତ ମୋର ସମ୍ପର୍କ ବହୁତ ଭଲ। ମୋତେ ମୋ ଘରକୁ ଆସିବା ଭଳି ଲାଗୁଛି କହିଛନ୍ତି କଣ୍ଠଶିଳ୍ପୀ ଜୁବିନ୍ ନୌଟିୟାଲ।
ଏହି ପ୍ରତିଯୋଗିତାର 61ତମ ସଂସ୍କରଣ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିଲା । ଯାହା ଭୁବନେଶ୍ୱରକୁ ଗ୍ଲାମର, ଫ୍ୟାଶନ୍ ଏବଂ ମନୋରଞ୍ଜନର କେନ୍ଦ୍ରରେ ପରିଣତ କରିଥିଲା । KIIT କ୍ୟାମ୍ପସ୍ ୧୩ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୍ରଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବୟନଶିଳ୍ପ ମନ୍ତ୍ରଣାଳୟର ପ୍ରତିନିଧି ଏମ ବୀଣା, ଏବଂ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ ।

Related Topics
Explore more stories