Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାରର ସନ୍ତୁଳିତ ବ୍ୟବହାର ପାଇଁ ଯୁବବର୍ଗଙ୍କ ପରାମର୍ଶ ଲୋଡ଼ିଲେ ସରକାର

National

Sustainable Farming / ସାରର ସନ୍ତୁଳିତ ବ୍ୟବହାର ପାଇଁ ଯୁବବର୍ଗଙ୍କ ପରାମର୍ଶ ଲୋଡ଼ିଲେ ସରକାର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ସାରର ସନ୍ତୁଳିତ ବ୍ୟବହାର ପାଇଁ ଯୁବବର୍ଗଙ୍କ ପରାମର୍ଶ ଲୋଡ଼ିଲେ ସରକାର
India Pushes Balanced Urea Use to Protect Soil Health

Key Points

ଚାଷ ଜମିର ମାଟିର ସୁରକ୍ଷା ପାଇଁ ସାର ବିଭାଗ ଏବେ ସୁଦ୍ଧା ୮ ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଛି । ଆଗକୁ କୃଷି ସ୍ନାତକ କୃଷକଙ୍କ ସଫଳତାର କାହାଣୀ ପ୍ରସ୍ତୁତ କରିବା ସହ ଜୈବିକ କୃଷି ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି ।
ନୂଆଦିଲ୍ଲୀ: ମାଟିର ଗୁଣବତ୍ତା ରକ୍ଷା ଓ ଚାଷୀ ସାରର ସନ୍ତୁଳିତ ଉପଯୋଗକୁ ପ୍ରୋତ୍ସାହନ ପାଇଁ ସାର ବିଭାଗ ସିଧାସଳଖ ଯୁବବର୍ଗଙ୍କ ପରାମର୍ଶ ଲୋଡ଼ିଛି । ଏହି ପରିପେକ୍ଷୀରେ ସାର ସଚିବ ରଜତ କୁମାର ମିଶ୍ରା ବୁଧବାର ହିନ୍ଦୁସ୍ତାନ ସାର ଏବଂ ରାସାୟନିକ ଲିମିଟେଡ୍ (HURL) ଏବଂ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ (RCF)ରେ କାର୍ଯ୍ୟରତ ପ୍ରାୟ ୧୦୦ ଜଣ କୃଷି ସ୍ନାତକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି ।

ବୈଠକରେ ୟୁରିଆର ଅସନ୍ତୁଳିତ ଉପଯୋଗ ଯୋଗୁଁ ମାଟି ଉପରେ ପଡ଼ୁଥିବା ଖରାପ ପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଗ୍ରାମୀଣ ସ୍ତରରେ କାମ କରୁଥିବା କୃଷି ସ୍ନାତକଙ୍କ ସହ ଆଲୋଚନା ବେଳେ ସଚିବ ପଚାରିଛନ୍ତି, "କ'ଣ ୟୁରିଆ ସାରର ଅସନ୍ତୁଳିତ ଉପଯୋହ ଦ୍ଵାରା ମାଟିର ଗୁଣବତ୍ତା ପ୍ରଭାବିତ ହେଉଛି ?" ଏଥିସହ ମାଟିରେ ଅଙ୍ଗାରକାମ୍ଳର ସ୍ତର ଓ କ୍ଷେତର ମାଟି କଠିନ ହେବା ବାବଦରେ ଆଲୋଚନା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ଆଗକୁ ଅସମ୍ଭାଳ ତାତି...

ସାର ସଚିବ ଗୁରୁତ୍ଵ ଦେଇ କହିଛନ୍ତି, "କୃଷିକୁ ଦୀର୍ଘ ସ୍ଥାୟୀ କରିବା ପାଇଁ ଓ ମାଟିରେ ଉର୍ବରତା ବଜାୟ ରଖିବା ପାଇଁ ଚାଷ ବେଳେ ସନ୍ତୁଳିତ ମାତ୍ରାରେ ସାରର ବ୍ୟବହାର କରିବା ହେଉଛି ଏକମାତ୍ର ରାସ୍ତା ।"

'କୃଷକ ଆମର VIP'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ "କୃଷକ ଆମର ଭିଆଇପି ଅଟନ୍ତି"କୁ ସ୍ମରଣ କରି ସଚିବ କହିଛନ୍ତି, "କୃଷକଙ୍କ ଜମିର ରକ୍ଷା କରିବା ଏବଂ ସେମାନଙ୍କୁ ସଚେତନ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।" ଯୁବବର୍ଗଙ୍କୁ ଉତ୍ସାହିତ କରି କୃଷି କ୍ଷେତ୍ରରେ ଯୁବକଙ୍କ ଭାଗିଦାରୀ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ସଚିବ । ସରକାର ସବୁବେଳେ ମତାମତ ନେଉଛନ୍ତି । ଆପଣମାନେ ଯୁବ ବିଶେଷଜ୍ଞ ହେଉଛନ୍ତି ସରକାର, କମ୍ପାନୀ ଓ କୃଷକଙ୍କ ମଧ୍ୟରେ ମଜଭୁତ୍ ବାର୍ତ୍ତାବାହାକ ।

ଚାଷ ଜମିର ମାଟିର ସୁରକ୍ଷା ପାଇଁ ସାର ବିଭାଗ ଏବେ ସୁଦ୍ଧା ୮ ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଛି । ଆଗକୁ କୃଷି ସ୍ନାତକ କୃଷକଙ୍କ ସଫଳତାର କାହାଣୀ ପ୍ରସ୍ତୁତ କରିବା ସହ ଜୈବିକ କୃଷି ଉପରେ ଗୁରୁତ୍ଵ ଦେବାକୁ କହିଛନ୍ତି । କୃଷକଙ୍କୁ ଖତ ଓ ସବୁଜ ଖାଦ୍ୟର ବ୍ୟବହାର ବିପୁଳ ମାତ୍ରାରେ କରିବା ଲାଗି ସଚେତନ କରିବାକୁ ଆହ୍ଵାନ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ:
 କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ

ଜୈବିକ ଚାଷ ଓ ଲକ୍ଷପତି ଦିଦି

ସାର ସଚିବଙ୍କ ସହ ଆଲୋଚନା ବେଳେ କୃଷି ସ୍ନାତକ କହିଛନ୍ତି- "ସରକାରଙ୍କ କେଞ୍ଚୁଆ ଖାଦ୍ୟ ଭଳି ଯୋଜନା, ଲକ୍ଷପତି ଦିଦି, ସ୍ଵୟଂ ସହାୟିକା ଗୋଷ୍ଠୀ ଆଦିଙ୍କ ସହାୟତାରେ ଘରେ ଘରେ ପହଞ୍ଚା ଯାଇ ପାରିବ ।" ଗୋରଖପୁରର ଅବଧେଶ ସିଂହ କହିଥିଲେ, "ସାରର ସନ୍ତୁଳିତ ବ୍ୟବହାର କେବଳ ଉତ୍କୃଷ୍ଟ ଫସଲରେ ସହାୟକ ହେଉଛି ତା ନୁହେଁ ବରଂ ମାଟିର ଗଠନରେ ସୁଧାର କରୁଥିବା ଦେଖିବାକୁ ମିଳିଛି ।"

ସରକାରଙ୍କ ନୀତିକୁ କୃଷି କ୍ଷେତ୍ରର ବାସ୍ତବତା ସହ ଯୋଡ଼ିବା ପାଇଁ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ସାର ବିଭାଗର ଅତିରିକ୍ତ ସଚିବ, ଯୁଗ୍ମ ସଚିବଙ୍କ ସହ RCF, HURLର ସିଏମଡି ଓ ଏମ୍‌ଡି ସାମିଲ୍ ହୋଇଥିଲେ । ଗ୍ରାଉଣ୍ଡରୁ ଆସୁଥିବା ମତାମତକୁ ସରକାରୀ ନୀତିରେ ସାମିଲ୍ କରିବା ନେଇ ବୈଠକରେ ସଂକଳ୍ପ ନିଆଯାଇଛି । ଫଳରେ ଆଗାମୀ ପିଢ଼ି ପାଇଁ ମାଟିର ଉର୍ବରତାକୁ ବଞ୍ଚାଇ ରଖାଯାଇ ପାରିବ ଓ ଭାରତୀୟ କୃଷକ ସମୃଦ୍ଧ ହୋଇପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt Seeks Youth Suggestions for Balanced Fertilizer Use | Argus News | Argus News