Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

National

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ : ଆଜି ସଂସଦରେ ହେବ ମଧ୍ୟବର୍ତ୍ତିକାଳୀନ ବଜେଟ୍ ଉପସ୍ଥାପନ । ନିଜର ଷଷ୍ଠ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ସକାଳ ୧୧ଟାରେ ଉପସ୍ଥାପନ କରାଯିବ ବଜେଟ । ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଏକ କାମଚଳା ବଜେଟ ହେବ । ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ଏବଂ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ପାଇଁ ବଜେଟରେ ବ୍ୟବସ୍ଥା କରାଯିବ । ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବଜେଟରେ ବ୍ୟବସ୍ଥା କରିବେ ।

ଅଧିକ ପଢନ୍ତୁ : ଆସନ୍ତାକାଲି ବଜେଟ୍‌କୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ । ଅନ୍ତରୀଣ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ‘ପିଏମ୍ କିଷାନ ସମ୍ମାନ ନିଧି’ ଓ ଶ୍ରମିକଙ୍କ ପାଇଁ ‘ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା’ ଘୋଷଣା କରିଥିଲେ । ତେଣୁ ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବହିଖାତାକୁ ଅନାଇ ବସିଛନ୍ତି ସବୁବର୍ଗ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Finance Minister Nirmala Sitharaman to table interim Budget today | Argus News