Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଣନ୍ତୁ ଆଜିର ତାଜା ଖବର ସଂକ୍ଷେପରେ...

National

ଜାଣନ୍ତୁ ଆଜିର ତାଜା ଖବର ସଂକ୍ଷେପରେ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଜାଣନ୍ତୁ ଆଜିର ତାଜା ଖବର ସଂକ୍ଷେପରେ...

୧- ଜୋର ଧରିଲା ମମତାଙ୍କ ଇସ୍ତଫା ଦାବି ।  କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧରେ ମହାବିକ୍ଷୋଭ । ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ । 
୨-ଭୁବନେଶ୍ବରରେ ଭଙ୍ଗାଯିବ 191ଟି ବେଆଇନ ଆପାର୍ଟମେଣ୍ଟ । ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ । ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। 
୩- ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ। ରାଜ୍ୟର ୯୧ ଜଣଙ୍କ ବିଡିଓଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ବିଚାର କରୁଛନ୍ତି ରାଜ୍ୟ ସରକାର।
4- ସାରା ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ସଂକ୍ରମିତ ଅଞ୍ଚଳରେ ଜୋରଦାର ଚାଲିଛି କୁକୁଡ଼ା ମରା ଅଭିଯାନ ।
୫- ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୦ ହଜାର ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଛି । ଚିହ୍ନଟ ହେଲେଣି ୨ ହଜାର ୭୫୯ ଜଣ ଡେଙ୍ଗୁ ରୋଗୀ । 
୬- ସେପ୍ଟେମ୍ବେରରେ ମୋହନ ସରକାରଙ୍କ ନିଯୁକ୍ତି ମେଳା ପାଇଁ ମେଗା ପ୍ଲାନ । ବିଭିନ୍ନ ବର୍ଗର ୯୭ ହଜାର ପଦବିର ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
୭-  ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହେଲା । ଆସନ୍ତା ୮ ତାରିଖ  ୯  ଟା ୧୨ ମିନିଟ ରୁ ୯.୨୭  ମିନିଟ ମଧ୍ୟରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀ ଙ୍କ ନିକଟ ରେ ହେବ ନବାନ୍ନ ଲାଗି । 
୮- ବୁଡ଼ିଯାଉଥିବା ଜାହାଜରୁ ୧୧ ଜଣ ନାବିକଙ୍କୁ ଉଦ୍ଧାର କଲେ କୋଷ୍ଟଗାର୍ଡ । କୋଲକାତାରୁ ପୋର୍ଟବ୍ଲେୟାର ଯାଉଥିବା କାର୍ଗୋ ଜାହାଜ ହୋଇଥିଲା ଦୁର୍ଘଟଣାଗ୍ରସ୍ତ ।
୯-  ସେପ୍ଟେମ୍ବର ୨ ରୁ  ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦିଲ୍ଲୀରେ ଆରମ୍ଭ ହେବ ଏହି ଅଭିଯାନ । 
୧୦-  ଆସନ୍ତା ୪ ଦିନ ଲାଗି ରହିବ ପ୍ରବଳ ବର୍ଷା ।  4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଜାରି କଲା ପାଣିପାଗ ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Find out today's breaking news in brief | Argus News