ସଂକ୍ଷେପରେ ଜାଣନ୍ତୁ ଆଜିର ତାଜା ଖବର...

୧- ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
୨- ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନଭଣ୍ଡାର ମରାମତି ସହ ବିଭିନ୍ନ ଦିଗ ଉପରେ କରାଯିବ ଆଲୋଚନା ।
୩- ଆଜି ସଂସଦରେ ଉପସ୍ଥାପିତ ହୋଇପାରେ ୱାକଫ ଆକ୍ଟ ସଂଶୋଧନ ବିଲ୍ । ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ ମିଳିସାରିଛି କ୍ୟାବିନେଟ ଅନୁମୋଦନ ।
୪- ଆଜି ଜାମ୍ମୁ କାଶ୍ମୀରରେ ୩୭୦ ଧାରା ହଟିବାର ୫ ବର୍ଷ ପୂର୍ତ୍ତି । ଅନେକ ମାତ୍ରାରେ ହ୍ରାସ ପାଇଛି ଆତଙ୍କବାଦୀ କାର୍ଯ୍ୟକଳାପ । ସୁରକ୍ଷା ବ୍ୟବସ୍ଥାରେ ଆସିଛି ସୁଧାର ।
୫- ୬ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ରବିବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜି, ନ୍ୟୁଜିଲ୍ୟାଣ୍ଡ ଓ ତିମୋର ଲେସ୍ତେ ଅଭିମୁଖେ ଗସ୍ତ କରିଛନ୍ତି ।
୬- ଜଳୁଛି ବାଂଲାଦେଶ । ସଂରକ୍ଷଣ ବିରୋଧୀ ହିଂସାରେ ମୃତ୍ୟୁ ସଂଖ୍ୟା 93 ଛୁଇଁଛି । ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ ।
୭-ନୃଶଂସ ସାଜିଲା ସ୍ବାମୀ । ସ୍ତ୍ରୀ କୁ ବାଲଟିରେ ପିଟିପିଟି ହତ୍ୟା । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗାଁ ରେ ଏପରି ଅଘଟଣ ।
୮- ଆଜି ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନତାଙ୍କ ଲମ୍ବା ଲାଇନ । ସେପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବି ହେବ ଅଭିଯୋଗ ଶୁଣାଣି ।
୯- ଆଉ ଗୋଟିଏ ପଦକର ନିକଟତର ଭାରତ । ପ୍ୟାରିସରେ ଭାରତୀୟ ହକି ଦଳର ଚମତ୍କାର ପ୍ରଦର୍ଶନ । ସୁଟ୍ ଆଉଟରେ ଗ୍ରେଟ୍ ବ୍ରିଟେନକୁ ହରାଇ ସେମିରେ ଭାରତୀୟ ଟିମ ।
୧୦ - ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ହରିଶଙ୍କର ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ।