Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁମ୍ବାଇ-ଏଲଟିଟି ସ୍ବତନ୍ତ୍ର ହୋଲି ସ୍ପେସିଆଲ ଟ୍ରେନରେ ନିଆଁ

Jitendra Dash
Browse all articles by Jitendra Dash
·2 years ago
ମୁମ୍ବାଇ-ଏଲଟିଟି ସ୍ବତନ୍ତ୍ର ହୋଲି ସ୍ପେସିଆଲ ଟ୍ରେନରେ ନିଆଁ

ଅର୍ଗସ ବ୍ୟୁରୋ : ବିହାର ଭୋଜପୁରରେ ଏକ ଟ୍ରେନରେ ନିଆଁ ଲାଗିଯାଇଛି । ବିଳମ୍ବିତ ରାତିରେ ମୁମ୍ବାଇ ଏଲଟିଟି ହୋଲି ସ୍ପେସିଆଲ ଟ୍ରେନରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଗୋଟିଏ ପରେ ଗୋଟିଏ ବଗିକୁ ମାଡିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ମୃତାହତ ହୋଇଥିବା ଖବର ନାହିଁ ବୋଲି ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ କାରଣ ପାଇଁ ଟ୍ରେନରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ। ରେଳବାଇ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire breaks out in AC coach of special Holi train near Bihar's Ara; all passengers safe | Argus News