ସତପୁରା ଭବନ ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଲାଗିଲା ନିଆଁ
·2 years ago

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ସଚିବାଳୟ ଭବନରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ସକାଳେ ସଚିବାଳୟ ଭବନରୁ ପ୍ରବଳ ମାତ୍ରାର ଧୂଆଁ ବାହାରିଥିଲା । ସଚିବାଳୟର ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା । ସଚିବାଳୟର ସତପୁରା ଭବନ ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଆଁ ଲାଗିଥିବା ଜଣାପଡିଛି । ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଧୁଆଁମୟ ହୋଇଛି ପୁରା ପରିବେଶ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
