Videos
|
National

Robotic Elephant / ଏହି ମନ୍ଦିରରେ ପହଞ୍ଚିଲା ପ୍ରଥମ ରୋବୋଟିକ୍ ହାତୀ 'ରଙ୍ଗା',ହାତୀ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

Bikash Mohanty
Browse all articles by Bikash Mohanty
·1 hour ago·1 min read
ଏହି ମନ୍ଦିରରେ ପହଞ୍ଚିଲା ପ୍ରଥମ ରୋବୋଟିକ୍ ହାତୀ 'ରଙ୍ଗା',ହାତୀ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
Elephant

Key Points

ମନ୍ଦିରରେ ରୋବୋଟିକ୍ ହାତୀ
ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ରୋବୋଟିକ୍ ହାତୀ 'ରଙ୍ଗା
ରୋବୋଟିକ୍ ହାତୀ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ

ବିଶାଖାପାଟଣା,୨୬/୧୦: ଆନ୍ଧ୍ରପ୍ରଦେଶରେ ପରମ୍ପରା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ମିଳିଛି। ବିଶାଖାପାଟଣାର ପ୍ରସିଦ୍ଧ ଇସ୍କନ ମନ୍ଦିରରେ ରାଜ୍ୟର ପ୍ରଥମ ରୋବୋଟିକ୍ ହାତୀ ‘ରଙ୍ଗା’ର ଉନ୍ମୋଚନ କରାଯାଇଛି। କୁମାର ପୂର୍ଣ୍ଣିମା ଅବସରରେ ଏହି ରୋବୋଟିକ୍ ହାତୀର ପ୍ରବେଶ ଭକ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିନେତା ଆଦିଭି ସେଶ୍ ଏବଂ ପ୍ରାଣୀ ଅଧିକାର ସଂଗଠନ PETA ଇଣ୍ଡିଆଙ୍କ ମିଳିତ ପଦକ୍ଷେପରେ ଏହି ରୋବୋଟିକ୍ ହାତୀକୁ ମନ୍ଦିରକୁ ଉପହାର ଦିଆଯାଇଛି। ଆଧୁନିକ ରୋବୋଟିକ୍ସ ଓ ସେନ୍ସର ପ୍ରଯୁକ୍ତିବିଦ୍ୟାରେ ପ୍ରସ୍ତୁତ ଏହି ହାତୀର ମୁଣ୍ଡ, କାନ, ଲାଞ୍ଜ ଓ ଶୁଣ୍ଢ ଚଳପ୍ରଚଳ କରିପାରିବ। ଏହା ଦେଖିବାକୁ ପ୍ରକୃତ ହାତୀ ପରି ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି।
ଭଜନ ଓ ସଂକୀର୍ତ୍ତନରେ ମୁଖରିତ ହେଲା ମନ୍ଦିର ପରିସର।

ପଢନ୍ତୁ ଏହି ଖବର: ‘ଅପରେସନ୍ ଟ୍ରାଇଡେଣ୍ଟ’ ମାଧ୍ୟମରେ ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା

‘ରଙ୍ଗା’ର ଉନ୍ମୋଚନ ଅବସରରେ ମନ୍ଦିର ପରିସରରେ ଭଜନ, ଢୋଲ ଓ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭକ୍ତମାନେ ଏହି ନୂତନ ପଦକ୍ଷେପକୁ ସ୍ୱାଗତ କରିବା ସହ ରୋବୋଟିକ୍ ହାତୀ ସହ ଫଟୋ ଓ ଭିଡିଓ ଉଠାଇଥିଲେ। ମନ୍ଦିରର ଧାର୍ମିକ ରୀତିନୀତିରେ ହାତୀଙ୍କ ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ନିର୍ଯାତନା ଓ ଦୁର୍ଘଟଣାର ଆଶଙ୍କା କମାଇବା ଦିଗରେ ଏପରି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ରୋବୋଟିକ୍ ହାତୀର ବ୍ୟବହାର ଦ୍ୱାରା ପରମ୍ପରା ବଜାୟ ରଖିବା ସହ ପ୍ରାଣୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇପାରିବ। ‘ରଙ୍ଗା’ର ଏହି ପଦକ୍ଷେପ ଧାର୍ମିକ ପରମ୍ପରା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ପାଇଁ ଏକ ନୂଆ ଦିଗ ଖୋଲିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: