Videos
|
National

Operation Trident / ‘ଅପରେସନ୍ ଟ୍ରାଇଡେଣ୍ଟ’ ମାଧ୍ୟମରେ ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା

Bikash Mohanty
Browse all articles by Bikash Mohanty
·1 hour ago·1 min read
‘ଅପରେସନ୍ ଟ୍ରାଇଡେଣ୍ଟ’ ମାଧ୍ୟମରେ ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ,  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା
Amit saha

Key Points

ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ
‘ଅପରେସନ୍ ଟ୍ରାଇଡେଣ୍ଟ’ରେ ଧ୍ୱଂସ ହେଲା ନେଟୱାର୍କ
ଆସାମ, ମଣିପୁର ଓ ମିଜୋରାମରେ ଧ୍ୱଂସ ହେଲା ନେଟୱାର୍କ

ନୂଆଦିଲ୍ଲୀ,୨୫/୧୦: ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ। ‘ଅପରେସନ୍ ଟ୍ରାଇଡେଣ୍ଟ’ରେ ଧ୍ୱଂସ ହେଲା ଡ୍ରଗ୍ସ କାରବାରର ନେଟୱାର୍କ। ଆସାମ, ମଣିପୁର ଓ ମିଜୋରାମରେ ଧ୍ୱଂସ ହେଲା ଡ୍ରଗ୍ସ କାରବାର ନେଟୱାର୍କ । ଭାରତ, ମିଆଁମାର ଏବଂ ବାଂଲାଦେଶ ମଧ୍ୟରେ ସକ୍ରିୟ ଥିବା ଏକ ଅନ୍ତର୍ଜାତୀୟ ନିଶା କାରବାର ନେଟୱାର୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ସଫଳତା ହାସଲ କରିଥିବା ଘୋଷଣା କରିଛନ୍ତି ।

‘ଅପରେସନ୍ ଟ୍ରାଇଡେଣ୍ଟ’ ଜରିଆରେ କରାଯାଇଥିବା ଆକ୍ସନ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଗତ ୨୩ ତାରିଖରେ ଆସାମ, ମିଜୋରାମ ଏବଂ ମଣିପୁରର ୩୮ଟି ଭିନ୍ନ ସ୍ଥାନରେ ଏକକାଳୀନ ଆଣ୍ଟି-ଡ୍ରଗ୍ସ ଅଭିଯାନ ଚାଲିଥିଲା। ଏହି ଚଢ଼ଉରେ ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପଢନ୍ତୁ ଏହି ଖବର:  ୪ ଦିନ ଚାଲିବନି ଡଙ୍ଗା, ନିୟମ ନମାନିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

୧୦୦ କୋଟି ଟଙ୍କାର ହାୱାଲା କାରବାର ଠାବ ହୋଇଛି । ଏଥିସହିତ ୧ ହଜାର ୪ ଶହ ୨୪ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସହ ୧୭ କୋଟି ୮୨ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ୍ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ୫ ଶହ ଡେଟୋନେଟର ଏବଂ ୧୨ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ୨୦୨୯ ସୁଦ୍ଧା ନିଶା ମୁକ୍ତ ଭାରତ ଲକ୍ଷ୍ୟ ହାସଲ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: