Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ବନ୍ୟା

Swayangprajna Mishra
Browse all articles by Swayangprajna Mishra
·1 year ago
ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ବନ୍ୟା

ଅର୍ଗସ ବ୍ୟୁରୋ : ସାହାରା ମରୁଭୂମିରେ ବନ୍ୟା । ହଜାର ହଜାର ହେକ୍ଟର ବାଲିଚର ଜମିରେ ଏବେ ଲହଡି ଖେଳୁଛି ପାଣି । ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାହାରା ମରୁଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ଧରି ମରୋକ୍କୋର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ହେଉଛି । ବର୍ଷକ ମଧ୍ୟରେ ସେହି ଅଂଚଳରେ ଯେତିକି ବର୍ଷା ହୁଏ ତାଠାରୁ ଅଧିକ ପରିମାଣର ବର୍ଷା ଦୁଇ ଦିନରେ ହୋଇଛି  ।

ଅଧିକ ପଢନ୍ତୁ ଭାରତ ଖବର

ସାହାରା ମରୁଭୂମି ଭିତରେ ଥିବା ଇରିକୁଇ ହ୍ରଦ ବର୍ଷ ସାରା ଶୁଖିଲା ପଡିଥିବା ବେଳେ ଏବେ ପାଣି ଭର୍ତ୍ତି ହୋଇଯାଇଛି । ଅନେକ ସ୍ଥାନରେ ତାଳଗଛ ଗୁଡିକ ପାଣିରେ ବୁଡିଯାଇଛି । ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ଅସନ୍ତୁଳନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ପାଣିପାଗ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Floods in the Sahara desert for the first time | Argus News